ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ଵାଟସଆପ୍ ପ୍ରତିଦିନ ନୂଆ ନୂଆ ଫିଚର ଲଞ୍ଚ କରୁଛି। ଆଉ ଆଜିକାଲି ସମସ୍ତେ ପ୍ରାୟତଃ ଇନଷ୍ଟାଣ୍ଟ ମେସେଜିଂ ଆପ୍ Whatsapp କୁ ବେଶି ବ୍ୟବହାର କରୁଛନ୍ତି। ଏଥିପାଇଁ ସବୁଠାରୁ ଲୋକପ୍ରିୟ ଆପ୍ ହୋଇଛି ହ୍ଵାଟସଆପ୍। ମେସେଜ ପଠାଇବା, ଷ୍ଟାଟସ ଚେକ୍ କରିବା ଇତ୍ୟାଦି ଆଜିକାଲିର ଯୁବପିଢି ବେଶି କରୁଛନ୍ତି। ଖବର ମୁତାବକ, ଏବେ ଆଉ କାହାର ଷ୍ଟାଟସ ଦେଖିବା ପାଇଁ ଆପଣଙ୍କୁ ଷ୍ଟାଟସ ଚେକ୍ କରିବାକୁ ପଡିବ ନାହିଁ। ୟୁଜର୍ସଙ୍କ ପ୍ରୋଫାଇଲ ଫଟୋ ଉପରେ କ୍ଲିକ କରି ଦେଖିପାରିବେ ଷ୍ଟାଟସ।
ଏହା ଏବେ ହ୍ଵାଟସଆପ୍ରେ ବିଜନେସ ଆକାଉଣ୍ଟ ପାଇଁ ଲାଗୁ ହୋଇଛି। ହ୍ଵାଟସଆପ୍ ଫିଚର ଟ୍ରାକରର ଏକ ନୂଆ ରିପୋର୍ଟ ଅନୁଯାୟୀ, ୟୁଜର ବିଜନେସ ଇନଫୋ ପେଜରେ ପ୍ରୋଫାଇଲ ପିକ୍ଚର ଉପରେ ଟ୍ୟାପ୍ କରି ଆକାଉଣ୍ଟ ଅପଡେଟ୍ ଦେଖିପାରିବେ। ଏହି ସୁବିଧା ବର୍ତ୍ତମାନ ବିଟା ଷ୍ଟାଟର୍ସ ପାଇଁ ଜାରି ହୋଇଛି। ଏହି ସୁବିଧା କିଛି ମାସ ପୂର୍ବରୁ ହ୍ଵାଟସଆପ କୋଡ୍ରେ ରିଲିଜ ହୋଇଥିଲା।
ହ୍ଵାଟସଆପ୍ ଫିଚର ଟ୍ରାକରWABetainfo ଅନୁସାରେ, ଇନଷ୍ଟାଣ୍ଟ ମେସେଜିଂ ଆପ୍କୁ ଏକ ନୂଆ ଫିଚର ମିଳିଛି। ୟୁଜର୍ସ ବିଜନେସ ଇନଫୋ ପେଜ୍ ପ୍ରୋଫାଇଲ ପିକ୍ଚର ଉପରେ ଟ୍ୟାପ୍ କରି ବିଜନେସ ଆକାଉଣ୍ଟର ଷ୍ଟାଟସ ଅପଡେଟ୍ ଦେଖିପାରିବେ। ଏଥିରେ ୟୁଜର୍ସଙ୍କୁ ଦୁଇଟି ବିକଳ୍ପ ମିଳିବ। ପ୍ରୋଫାଇଲ ଫଟୋ ଦେଖିବା ଏବଂ ଷ୍ଟାଟସ ଦେଖବା।
WABetainfo ରିପୋର୍ଟ ମୁତାବକ, ଏହି ସୁବିଧା ବର୍ତ୍ତମାନ କେବଳ ବିଜନେସ ଆକାଉଣ୍ଟ ୟୁଜର୍ସଙ୍କ ପାଇଁ ଆରମ୍ଭ ହୋଇଛି। ପରେ ର୍ନମାଲ ହ୍ଵାଟସଆପ ଆକାଉଣ୍ଟ ୟୁଜର୍ସଙ୍କ ଭବିଷ୍ୟତରେ ଅପଡେଟ୍ରେ ଏହି ସୁବିଧା ମିଳିବ। କିଛି ମାସ ପୂର୍ବରୁ ଏହି ଫିଚରକୁ ଆଣ୍ଡ୍ରଏଡ ବିଟା ୨.୨୧.୧୭.୫ କୋର୍ଡ ଭାବେ ଦେଖିବାକୁ ମିଳିଥିଲା। ସେତେବେଳେ ଏହି ଫିଚର ତିଆରି କରାଯାଇଥିଲା କିନ୍ତୁ ବିଟା ଟେଷ୍ଟ ଏଯାଏ ସାର୍ବଜନୀନ ହୋଇନାହିଁ।
ତେଣୁ ଏବେ କାହାର ହ୍ଵାଟସଆପ୍ ଷ୍ଟାଟସ ଦେଖିବା ପାଇଁ ଷ୍ଟାଟସ ଉପରେ କ୍ଲିକ କରିବାକୁ ପଡିବ ନାହିଁ। କେବଳ ହ୍ଵାଟସଆପ୍ ପ୍ରୋଫାଇଲ ଫଟୋ ଉପରେ କ୍ଲିକ କରି ଦେଖିପାରିବେ ଷ୍ଟାଟସ।