ଜିଓ ଫୋନ ସହ ଫିଚର ଫୋନ ଜରିଆରେ ଏବେ କରିପାରିବେ ଫ୍ରି ହ୍ୱାଟସଆପ ଭଏସ୍ କଲ

ଜିଓ ୟୁଜର୍ସଙ୍କ ପାଇଁ ଆସିଲା ଖୁସି ଖବର । ଆପଣ ବି ଯଦି ଜିଓ ୟୁଜର୍ସ ହୋଇଥାନ୍ତି ତେବେ ଆପଣ ମଧ୍ୟ ଏହି ଅଫରର ଫାଇଦା ଉଠାଇ ପାରିବେ । ମେସେଞ୍ଜିଙ୍ଗ ଆପ ହ୍ୱାଟସଆପ ଜିଓ ଫୋନ ସହ ଅନ୍ୟ ଫିଚର ଫୋନ ୟୁଜର୍ସଙ୍କ ପାଇଁ ଏକ ନୂଆ ସର୍ଭିସ ଆରମ୍ଭ କରିଛି । ଏହା ହ୍ୱାଟସଆପର ଏପର୍ଯ୍ୟନ୍ତ ସବୁଠୁ ଜବରଦସ୍ତ ଫିଚର । ଯାହାକି ୟୁଜର୍ସଙ୍କୁ ପସନ୍ଦ ଆସିବ ବୋଲି ଆଶା କରାଯାଉଛି ।

ହ୍ୱାଟସଆପର ଏହି ଦମଦାର ଫିଚର୍ସ ଅନୁଯାୟୀ, ଫିଚର ଫୋନ ବ୍ୟବହାର କରୁଥିବା ଲୋକ ହ୍ୱାଟସଆପର ଭୟସ କଲିଙ୍ଗ ସୁବିଧାର ଫାଇଦା ଉଠାଇପାରିବେ । ଅର୍ଥାତ ଆପଣ ଏବେ ବିନା ଟଙ୍କା ଖର୍ଚ୍ଚ କରି କେବଳ ଇଣ୍ଟନେଟ ବ୍ୟବହାର କରି କଲ କରିପାରିବେ ।

ତେବେ ଭଏସ କଲିଙ୍ଗ ସୁବିଧା ପାଇଁ ୟୁଜର୍ସ ଜିଓ ଫୋନ କିମ୍ବା KaiOS ଡିଭାଇସରେ ହ୍ୱାଟସଆପର 2.2110.41ଭର୍ଜନ ଡାଉନଲୋଡ କରିବାକୁ ପଡିବ । ଏହାକୁ ଆକ୍ଟିଭେଟ କଲାପରେ ୟୁଜର୍ସ ତାଙ୍କ କଲରଙ୍କୁ କଲ କରିପାରିବେ । ।ଏଥିପାଇଁ ୟୁଜର୍ସଙ୍କୁ ୱାଇ-ଫାଇ କିମ୍ବା ମୋବାଇଲ ଡାଟାର କନେକ୍ସନ ଆବଶ୍ୟକ ହେବ ।

ଏଥିପାଇଁ KaiOS ଟେକ୍ନୋଲୋଜିର ସିଇଓ Sebastian Codville କହିଛନ୍ତି ଯେ, ହ୍ୱାଟସଆପ ୟୂଜର୍ସଙ୍କ ଆବଶ୍ୟକକୁ ଦୃଷ୍ଟିରେ ରଖି ଏଥିପାଇଁ ନୂଆ ନିୟମ ଧାର୍ଯ୍ୟ ହେବାକୁ ଯାଉଛି । ଯେଉଁଥିରେ ହ୍ୱାଟସଆପର ଭଏସ କଲିଙ୍ଗ ଫିଚର ମାଧ୍ୟମରେ ୟୁଜର୍ସ ଅତି ସହଜରେ ଅନ୍ୟକୁ କଲ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.