Wi-Fi ବ୍ୟବହାର କରୁଥିଲେ ସାବଧାନ: ହ୍ୟାକର୍ସ କରିପାରନ୍ତି ଆପଣଙ୍କ ସବୁ ଡାଟା ଚୋରି, ଜାଣନ୍ତୁ ନିଜ ଡାଟା ବଂଚାଇବାର ଉପାୟ

ବର୍ତ୍ତମାନ ଦିନକୁ ଦିନ ବଢ଼ିବାରେ ଲାଗିଛି ଡିଜିଟାଲ ମାର୍କେଟ। ପୁଣି ଡିଜିଟାଲ ମାର୍କେଟ ପାଇଁ ଆମକୁ ଦରକାର ଇଣ୍ଟରନେଟ। ସେ ଫୁଡ୍ ଅର୍ଡର୍ ହେଉ କିମ୍ବା ପୋଷାକ, ବର୍ତ୍ତମାନ ସବୁ କାମ ସମ୍ଭବ ହୋଇପାରୁଛି ଫୋନ୍ ମାଧ୍ୟମରେ। ତାହା କେବଳ ଇଣ୍ଟରନେଟ ପାଇଁ।

ଆଜିର ଦୁନିଆରେ ଇଣ୍ଟରନେଟ ବିନା କୌଣସି କାମ କାମ କରିବା ସମ୍ଭବ ନୁହେଁ। ଆପଣଙ୍କ ଅଫିସ୍ କାମ ହେଉ କିମ୍ବା କାହାକୁ କୌଣସି ଜରୁରୀ ସୂଚନା ଦେବାକୁ ହେଉ । ଏମିତିକି ପେମେଣ୍ଟ କରିବା ପାଇଁ ମଧ୍ୟ ଆପଣଙ୍କୁ ଇଣ୍ଟରନେଟ୍ ଦରକାର। ତେବେ ଯୁଗ ପରିବର୍ତ୍ତନ ହେବା ସହିତ ଡିଜିଟାଇଜେସନ୍ ମଧ୍ୟ ହେଉଛି, ଯାହା ଆମ ଜୀବନରେ ଇଣ୍ଟରନେଟର ଗୁରୁତ୍ଵକୁ ଅଧିକ ବଢ଼ାଇଛି । ସେଥି ପାଇଁ ଲୋକ ଏମିତି ଏବେ ରିଚାର୍ଜ୍ ପ୍ଲାନ୍ ବାଛୁଛନ୍ତି, ଯେଉଁଥିରେ କମ୍ ଟଙ୍କାରେ ଅଧିକ ଡାଟା ମଧ୍ୟ ପାଇପାରିବେ। ପୁଣି କିଛି ଲୋକ ଇଣ୍ଟରନେଟ ଡାଟା ନଥିବା ହେତୁ ଓ ଡାଟା ବଞ୍ଚାଇବା ପାଇଁ ୱାଇଫାଇ ବ୍ୟବହାର କରନ୍ତି। କିନ୍ତୁ ଆପଣଙ୍କୁ ଜାଣିବା ଦରକାର୍ ଜେ ମାଗଣାରେ ୱାଇଫାଇ ବ୍ୟବହାର କରିବା ଆପଣଙ୍କ ପାଇଁ ଭାରି ପଡିପାରେ । ଯାହା ପାଇଁ ଆପଣ ଅନେକ ଅସୁବିଧାର ସାମ୍ନା ମଧ୍ୟ କରିବେ ।

ଅନେକ ସ୍ଥାନରେ ପବ୍ଲିକ ୱାଇଫାଇ ଇଁଷ୍ଟଲ ହୋଇଥାଏ, ଯାହାକୁ ବିନା ପାସୱାର୍ଡରେ ବ୍ୟବହାର କରାଯାଇପାରିବ କିନ୍ତୁ ଏପରି ୱାଇଫାଇ ଆପଣଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ। ହ୍ୟାକର୍ସଙ୍କ ପାଇଁ ଆପଣଙ୍କ ଫୋନ୍ ଡାଟା ଚୋରି କରିବା ପାଇଁ ଏହା ଏକ ସରଳ ଉପାୟ। ତେଣୁ ଏପରି ହ୍ୟାକର୍ସଙ୍କ ଠାରୁ ବଞ୍ଚିବା ପାଇଁ ଆଜି ଆମେ ଆଜି ଆପଣଙ୍କୁ କହିବୁ କିଛି ସରଳ ଉପାୟ ।

ହ୍ୟାକର୍ସ ଆପଣଙ୍କ ଫୋନକୁ ଦୁଇଟି ପ୍ରଣାଳୀରେ ଆଟାକ କରିଥାଆନ୍ତି। ପ୍ରଥମଟି ହେଉଛି ‘ମେନ୍ ଇନ୍ ଦ ମିଡିଲ'(MITM) ଆଟାକ୍। ଏଥିରେ ହ୍ୟାକର୍ସ ଦ୍ଵାରା ୟୁଜର୍ସଙ୍କୁ ଠକିବା ପାଇଁ ଓ ଡାଟା ଚୋରାଇବା ପାଇଁ ଏକ ଖତରନାକ ଥାର୍ଡ ପାର୍ଟି ଇଣ୍ଟର୍ସେପ୍ଟର ବ୍ୟବହାର କରାଯାଏ।

ପୁଣି ସେକେଣ୍ଡ ଅଟାକ ହେଉଛି ପ୍ୟାକେଟ୍ ସ୍ନିଫି ଆଟାକ୍, ଏଥିରେ ହ୍ୟାକର୍ସମାନେ ଅତି ସହଜରେ ଲୋକଙ୍କ ଫୋନ୍ ଭିତରେ ପଶି ଯାଆନ୍ତି। ମାନେ ଲୋକଙ୍କ ଫୋନର ସବୁ ଇନଫର୍ମେସନ ଜାଣି ନିଅନ୍ତି। ଏମିତିକି ପ୍ୟାକେଟ୍ ସ୍ନିଫି ଆଟାକରେ ୱାଇଫାଇ ମାଧ୍ୟମରେ ଆକ୍ସେସ କରାଯାଉଥିବା ଇନଫରମେସନ ବା ସୂଚନା ହ୍ୟାକର୍ସମାନେ ଅତି ସହଜରେ ନେଇ ପାରନ୍ତି। ତେବେ ଏହି ପରି ସାଇବର ଆଟାକ ମାଧ୍ୟମରେ ହ୍ୟାକର୍ସ ଆପଣଙ୍କ ଫୋନରେ ରେ ଥିବା ଆପଣଙ୍କ ଆଡ୍ରେସ, ଆପଣଙ୍କ ଫଟୋ ଓ ଭିଡିଓ ଏବଂ ଆପଣଙ୍କ ବ୍ୟାଙ୍କ୍ ଡିଟେଲ୍ସ ଭଳି ସବୁ ଗୁରୁତ୍ଵପୂର୍ଣ୍ଣ ଡାଟା ଚୋରାଇ ପାରିବେ।

ତେବେ ଏପରି ସାଇବର କ୍ରାଇମ ଆଟାକରୁ ଦୂରେଇ ରହିବା ପାଇଁ ଆପଣଙ୍କୁ ଭିପିଏନ୍ ମାନେ ଭର୍ଚୁଆଲ ପ୍ରାଇଭେଟ୍ ନେଟୱର୍କର ବ୍ୟବହାର କରିବା ଦରକାର c ଆପଣ ଯଦି ପବ୍ଲିକ୍ ନେଟୱର୍କ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ଫୋନରେ ଭିପିଏନ୍ ଆକ୍ଟିଭ କରନ୍ତୁ। ଏହା ଆପଣଙ୍କୁ ପବ୍ଲିକ ନେଟୱର୍କ ଉପରେ ବି ପ୍ରାଇଭେଟ୍ ନେଟୱର୍କର ସୁବିଧା ଦେଇଥାଏ। ଏହା ସହିତ ହିଁ ୟୁଜରଙ୍କୁ ସୁରକ୍ଷିତ ଭାବେ ଇଣ୍ଟରନେଟ୍ ବ୍ୟବହାର କରିବା ପାଇଁ ସୁବିଧା ଦେଇଥାଏ। ଏହା ଦ୍ୱାରା ଆପଣଙ୍କ ଫୋନ୍ରୁ କୌଣସି ଡାଟା ଚୋରି ହୋଇପାରିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.