ସାଓମିର ଏହି ସ୍ମାର୍ଟଫୋନକୁ ଆପଣ ମାତ୍ର ଅଳ୍ପ ମିନିଟ୍‌ରେ କରିପାରିବେ ଚାର୍ଜ, ଜାଣନ୍ତୁ ଏହାର ଲଞ୍ଚିଂ ଡେଟ୍‌ ସମ୍ପର୍କରେ..

ସାଓମି ଆସନ୍ତା ସମୟରେ ନିଜର ନୂଆ ସ୍ମାର୍ଟଫୋନକୁ ବଜାରରେ ଲଞ୍ଚ କରିବାକୁ ଯାଉଛି। ଏହି ମଡେଲର ନାମ ରହିଛି Xiaomi 12 Ultra । ଏହି ସ୍ମାର୍ଟଫୋନର ଫିଚର ସହିତ ଏହାର ଲଞ୍ଚ ଡେଟ୍‌ ମଧ୍ୟ ଲିକ୍‌ ହୋଇଛି। ଏବେ ଜାଣନ୍ତୁ ଫୋନକୁ ନେଇ ସମ୍ପୂର୍ଣ୍ଣ ତଥ୍ୟ..

ଚାଇନା ସ୍ମାର୍ଟଫୋନ ବ୍ରାଣ୍ଡ ସାଓମି ଆସନ୍ତା ମାସରେ ଏକ ବଢ଼ିଆ ସ୍ମାର୍ଟଫୋନ Xiaomi 12 Ultra କୁ ଲଞ୍ଚ କରିବ। ତେବେ ଲଞ୍ଚ ପୂର୍ବରୁ ଏହି ଫୋନର ସ୍ପେକ୍ସ ଓ ଲଞ୍ଚ ଡେଟ ସମ୍ପର୍କରେ ଜଣାପଡ଼ିଛି। ଅଧିକାରିକ େଓ୍ଵବସାଇଟରେ ଏହା ସମ୍ପର୍କରେ କିଛି ସୂଚନା ଦିଆଯାଇନଥିଲେ ମଧ୍ୟ ଅନ୍ୟାନ୍ୟ ରିପୋର୍ଟ ମୁତାବିକ ସାଓମିର ଏହି ଡିଭାଇସ୍‌ କୁ ଚାଇନାରେ ୫ ଜୁଲାଇରେ ଲଞ୍ଚ କରାଯିବା ସହ ଏହାପୂର୍ବରୁ ଟିଜରୁକ ଚଳିତ ମାସ ମାନେ ୨୮ ଜୁନରେ ଲଞ୍ଚ କରାଯିବ ବୋଲି ଶୁଣିବାକୁ ମିଳିିଛି।

ରିପୋର୍ଟ ମୁତାବିକ Xiaomi 12 Ultra ରେ 5000mAh ବ୍ୟାଟେରୀ ସହ ଆସିବାର ସମ୍ଭାବନା ରହିଛି। ଏଥିରେ ସ୍ମାର୍ଟଫୋନ ଚାର୍ଜର ମଧ୍ୟ ରହିବ। ଏଥିରେ ଆପଣଙ୍କୁ ଏକ ଦମଦାର 120Wର ଫାଷ୍ଟ ଚାର୍ଜିଂ ସପୋର୍ଟ ଦିଆଯିବ। ସାଓମି ତରଫରୁ ଏହାକୁ କନଫର୍ମ କରାଯାଇଛି ଯେ ଏହି ଫୋନରେ Snapdragon 8+ Gen 1 So C ପ୍ରୋସେସର ଦିଆଯାଇଛି। ସାଓମିର Xiaomi 12S Series ରେ ମଧ୍ୟ ଏହି ପ୍ରୋସେସରକୁ ଆଡ୍‌ କରାଯିବ।

ଏବେ ଜାଣନ୍ତୁ ଏହାର ଫିଚର୍ସ ସମ୍ପର୍କରେ:

Xiaomi 12 Ultraର ଫିଚର୍ସ ସମ୍ପର୍କରେ ମଧ୍ୟ ତଥ୍ୟ ଲିକ ହୋଇଛି। ଶୁଣିବାକୁ ମିଳିଛି ଯେ Xiaomi 12 Ultra ପ୍ରଥମ କମ୍ପାନୀ ଯାହା leica କ୍ୟାମେରା ସହ ବଜାରକୁ ଆସିବ। ରିପୋର୍ଟ ମୁତାବିକ ଏହି ଡିଭାଇ ସ୍‌ ରେ ଆପଣଙ୍କୁ ଏକ କ୍ୱାଡ ରିୟର କ୍ୟାମେରା ମିଳିବ। ଯେଉଁଥିରେ 50MP ର Sony IMX 989 ମେନ କ୍ୟାମେରା, 48MP ର ଅଲଟ୍ରାଓ୍ଵାଇଡ କ୍ୟାମେରା ଓ ଦୁଇଟି ପେରିସ୍କୋପ କ୍ୟାମେରା ସେନସର୍ସ ମିଳିବ।

କିନ୍ତୁ ଏଥିରେ ରିୟର ଡିସପ୍ଲେ ନାହିଁ। ଆଉ ଏହି ଫୋନ 6.6 ଇଞ୍ଚ ର କ୍ୱାଡ ଏମୋଲେଡ ଡିସପ୍ଲେ ଓ 120 Hz ରିଫ୍ରେଶ ରେଟ ସହ ମାର୍କେଟକୁ ଆସିବ। ସାଓମିର ଏହିଫୋନରେ 12GB RAM ସହ 512GB । ଷ୍ଟୋରେଜ ସିଷ୍ଟମ ଦିଆଯାଇଛି। ତେବେ ସବୁଠୁ ବଡ଼ କଥା ହେଉଛି ଏହି ଫୋନକୁ ଆପଣ ମାତ୍ର କେଇ ମିନିଟରେ ଚାର୍ଜ କରିପାରିବେ। ଏଥିପାଇଁ ଆପଣଙ୍କୁ ବେଶି ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.