ଆପଲ ସ୍ମାର୍ଟ ଓ୍ଵାଚ୍‌, ଏହି ଘଣ୍ଟାର ମରାମତି ଖର୍ଚ୍ଚ ଶୁଣିଲେ ଉଡିଯିବ ଆପଣଙ୍କ ହୋସ୍‌

ଆପଲ ତା’ର ନୂଆ ଓ୍ଵାଚ୍‌ ଲଞ୍ଚ୍‌ କରିଛି । ଏହି ସ୍ମାର୍ଟ ଓ୍ଵାଚ ମଧ୍ୟରେ ୩ ଟି ସିରିଜର ସ୍ମାର୍ଟ ଓ୍ଵାଚ୍‌ ରହିଛି । ସେଗୁଡିକ ହେଲା New Apple Watch SE, Apple Watch Series 8 ଓ Apple Watch Ultra । ଆପଲର ଅଲ୍ଟ୍ରା କ୍ୱାଲିଟି ଓ୍ଵାଚ୍‌ ସବୁଠୁ ଭଲ ଓ ବହୁତ ମହଙ୍ଗା ମଧ୍ୟ । ଏହି ସ୍ମାର୍ଟ ଓ୍ଵାଚର ମୂଲ୍ୟ ଭାରତ ବଜାରରେ ମାତ୍ର ୮୯,୦୦୦ ଟଙ୍କା ।

ଏହି ସ୍ମାର୍ଟ ଓ୍ଵାଚ୍‌ ଭାରତରେ ଅର୍ଡର ପାଇଁ ଉପଲବ୍ଧ ଅଟେ,ଯାହାର ବିକ୍ରୟ ୨୭ ସେପ୍ଟେମ୍ବରରୁ ଆରମ୍ଭ ହେବ । ଏହାର ଏକ ସମସ୍ୟା ରହିଛି ଯେ ଯଦି କୌଣସି କାରଣରୁ ଏହି ଘଣ୍ଟା ଖରାପ ହୋଇଯାଏ । ଏହାକୁ ମରାମତି କରାଯାଇ ପାରିବ ନାହିଁ । ଏହି ଘଣ୍ଟାକୁ ମରାମତି କରିବା ପାଇଁ ୪୩ ହଜାର ଟଙ୍କା ଯାଏ ଖର୍ଚ୍ଚ କରିବାକୁ ପଡିପାରେ । ଯେଉଁଥିପାଇଁ ଆପଣଙ୍କୁ ବହୁତ ବଡ଼ ଅସୁବିଧାର ସମ୍ମୁଖିନ ହେବାକୁ ପଡିପାରେ ।

Watch Ultra ର ମରାମତି ଖର୍ଚ୍ଚ

କମ୍ପାନି ଦ୍ୱାରା ଏହି ଘଣ୍ଟା କେବଳ ଚୀନରେ ମରାମତି କରାଯାଇ ପାରିବ । ଚୀନରେ ଏହି ଘଣ୍ଟାର ମରାମତି ପାଇଁ ୩,୭୪୯ CNY ଖର୍ଚ୍ଚ ହେବ । ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ପ୍ରାୟ ୪୩, ୧୧୩ ଟଙ୍କା ହେବ ବୋଲି ଜଣାପଡ଼ିଛି । ଏହି ସ୍ମାର୍ଟ ଓ୍ଵାଚ୍‌ ମରାମତି ଖର୍ଚ୍ଚ ଶୁଣିଲେ ଆପଣ ଡରିଯିବେ ନିଶ୍ଚିତ । ହେଲେ ଯେଉଁ ବ୍ୟକ୍ତିଙ୍କ ପାଖରେ AppleCare+ Subscription ରହିଛି, ସେମାନଙ୍କୁ ମରାମତି ଖର୍ଚ୍ଚ ପାଇଁ ୫୮୮ CNY ବା ଭାରତୀୟ ମୁଦ୍ରାରେ ପ୍ରାୟ ୬,୭୬୨ ଟଙ୍କା ଲାଗିବ ।

Leave A Reply

Your email address will not be published.