ଲୋକସଭା ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଦଳ ମାନଙ୍କ ପ୍ରଚାର ସେତିକି ମାତ୍ରାରେ ବଢି ଚାଲିଛି । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଭିନ୍ନ ଭିନ୍ନ ଢଙ୍ଗରେ କରାଯାଉଛି ପ୍ରଚାର । ଏଇ ଯେମିତି ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଛନ୍ତି ‘ମୈ ଭି ଚୌକିଦାର’ । ଯାହା ଏବେ ସବୁଠି ଦେଖିବାକୁ ଓ ଶୁଣିବାକୁ ମିଳୁଛି । ପ୍ରତ୍ୟେକ ବିଜେପି ନେତା ସେମାନଙ୍କ ନାଁ ପୂର୍ବରୁ ଚୌକିଦାର ଶବ୍ଦଟିକୁ ଲଗାଇଛନ୍ତି । ପ୍ରଚାର ମାତ୍ରା ଏତେ ବଢିଯାଇଛି ଯେ ଚା’ କପ୍ ବି ଏଥିରୁ ବାଦ ପଡ଼ିନି । ଶତାବ୍ଦୀ ଏକ୍ସପ୍ରେସରେ ପରସା ଯାଉଥିବା ଚା କପ୍ରେ ଚୌକିଦାର ଲେଖାଯାଇଥବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହାକୁ ବିରୋଧ କରି ଟ୍ରେନ୍ର କିଛି ଯାତ୍ରୀ ଆରପିଏଫରେ ଅଭିଯୋଗ କରିଛନ୍ତି । କାରଣ ସରକାରୀ ଭାବେ ଏହା ବିଜେପିର ପ୍ରଚାର ବୋଲି ସେମାନେ ଅଭିଯୋଗ କରିଛନ୍ତି ।