ଆଜି ବିଜେପୁରରେ ପ୍ରାର୍ଥିପତ୍ର ଦାଖଲ କରିବେ ନବୀନ ପଟ୍ଟନାୟକ

ଆଜି ବିଜେପୁର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ପଦ୍ମପୁର ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ସେ ନାମାଙ୍କନ ଦାଖଲ କରିବେ । ନବୀନଙ୍କ ପ୍ରସ୍ତାବକ ରହିବେ ବିଧାୟିକା ରୀତା ସାହୁ । ରୀତାଙ୍କ ବ୍ୟତୀତ ଅନ୍ୟ ତିନି ଜଣ ପ୍ରସ୍ତାବକ ରହିବେ । ନାମାନଙ୍କ ଦାଖଲ ବେଳେ ଦଳର ବହୁ ନେତା ଉପସ୍ଥିତ ରହିବେ । ଗତ ଉପନିର୍ବାଚନ ବେଳେ ବିଜେପୁରର ବିକାଶର ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏବେ ସେ ନିଜେ ଏହି ଆସନରୁ ପ୍ରତିନିଧିତ୍ୱ କରିବେ । ତେଣୁ ବେଶ ଉତ୍ସାହିତ ବିଜେପୁରବାସୀ । ବିଜେପୁର ବିଧାନସଭା ସହ ହିଞ୍ଜିଳିରୁ ବି ଲଢୁଛନ୍ତି ନବୀନ । ପୂର୍ବରୁ ୨୦ ତାରିଖରେ ହିଞ୍ଜିଳି ବିଧାନସଭା ଆସନ ପାଇଁ ନବୀନ ମାନାଙ୍କନ ଦାଖଲ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.