ଏବେ ATMରେ ମିଳୁଛି ୧୦୦ଟଙ୍କିଆ ନୂଆ ନୋଟ, ଜାଣିଛନ୍ତି କି ତାହା ଅସଲି ବା ନକଲି

ନୂଆଦିଲ୍ଲୀ : ବ୍ଯାଙ୍କ ଏବେ ନିଜ ଗ୍ରାହକଙ୍କୁ ଦେବା ଆରମ୍ଭ କରିଛି ନୂଆ ନୋଟ। ଏଥିସହ, ଏଟିଏମରେ ମଧ୍ୟ ୧୦୦ ଟଙ୍କିଆ ନୂଆ ନୋଟ ବାହାରିବା ଆରମ୍ଭ ହୋଇଯାଇଛି। କିନ୍ତୁ ଯେତେବେଳେ ମଧ୍ୟ ଏକ ନୂଆ ନୋଟର ଚଳଣି ଆରମ୍ଭ ହୋଇଥାଏ ସେତେବେଳେ ତାହାର ନକଲି ବାହାରିବାର ଅଧିକ ଆଶଙ୍କା ବଢ଼ି ଯାଇଥାଏ। ଏଣୁ ଏଟିଏମରେ ଏବେ ଆସିଥିବା ୧୦୦ଟଙ୍କିଆ ନୋଟ ଅସଲି କି ନକଲି କିପରି ଜାଣିବେ, ସେ ନେଇ ଆଜି ଆମେ ଆପଣଙ୍କୁ ସୂଚନା ଦେବାକୁ ଯାଉଛୁ।

Rs_100_note_front

ନିକଟରେ ଆରବିଆଇର ରିପୋର୍ଟରୁ ଜଣାପଡ଼ିଛି ୨୦୧୭-୧୮ ମସିହାରେ ସବୁଠାରୁ ଅଧିକ ୧୦୦ ଟଙ୍କିଆ ନକଲି ନୋଟ ମିଳିଥିଲା। ଏଥିରେ ଜରୁରି ରହିଛି କି, ଆପଣ ୧୦୦ ଟଙ୍କିଆ ନୂଆ ନୋଟକୁ ସଠିକ୍ ଭାବେ ଚିହ୍ନଟ କରିପାରିବେ।

-ଆରବିଆଇ ଅନୁଯାୟୀ, ୧୦୦ ଟଙ୍କିଆ ନୂଆ ନୋଟର ମଝିରେ ୧୦୦ ଲେଖାହୋଇଥିବା ବେଳେ ମଝିରେ ମହତ୍ମା ଗାନ୍ଧୀଙ୍କ ଫଟୋ ପାଖରେ RBI, ଭାରତ, INDIAଏବଂ ୧୦୦ ଲେଖାହୋଇଥାଏ।

100_rs_note_reverse

-୧୦୦ଟି ନୋଟର ଆରପାର ଦେଖାଯାଉଥିବ। ଏଥିରେ ସିକ୍ଯୁରିଟି ଥେଡ୍ର ମଧ୍ୟ ରହିଛି। ଖାଲି ତାହା ନୁହଁ ଏଥିରେ ଆପଣଙ୍କୁ କଲର ସିପ୍ଟ ମଧ୍ୟ ଦେଖିବାକୁ ମିଳିବ। ଯେତେବେଳେ ଆପଣ ତାହାକୁ ମୋଡ଼ିବେ ତାହା ସବୁଜରୁ ନୀଳ ରଙ୍ଗର ହୋଇଯିବ।

-ମହାତ୍ମା ଗାନ୍ଧୀଙ୍କ ଚିତ୍ରର ଡ଼ାହାଣ ପାଖରେ ଗାରେଣ୍ଟି ଖଣ୍ଡ,ବଚନ ଖଣ୍ଡ ସହିତ ଗଭର୍ନରଙ୍କର ହସ୍ତାକ୍ଷର ଏବଂ ରିଜର୍ଭ ବ୍ଯାଙ୍କର ପ୍ରତିକ ନଜର ଆସିବ।

100

-ନୋଟର ଡାହାଣ ପାର୍ଶ୍ବରେ ଅଶୋକ ସ୍ତମ୍ଭର ପ୍ରତିକ ସହ ମହାତ୍ମା ଗାନ୍ଧୀଙ୍କ ଚିତ୍ର, ଇଲୋକଟ୍ରୋ ଷ୍ଟ୍ରାଇପ୍ ଏବଂ ୧୦୦ର ୱାଟର ମାର୍କ ଦେଖାଦେବ।

– ନୋଟରେ ପଛ ପାଖରେ ମୁଦ୍ରାଣ ବର୍ଷ, ସ୍ଳୋଗାନ ସହିତ ସ୍ବଛ ଭାରତର ସ୍ବଗ୍ଲାନ ଏବଂ ଭାଷା ପ୍ଯାନେଲ ନଜର ଆସିବ।

ଯଦି ଏହାପରେ ମଧ୍ୟ ଆପଣଙ୍କ ମନରେ ନୂଆ ୧୦୦ଟଙ୍କାକୁ ନେଇ କୌଣସି ସନ୍ଦେହ ରହିଛି ତେବେ ଆପଣ ଆରବିଆଇର ୱେବସାଇଟ paisaboltahai.rbi.org.in କୁ ଯାଇ ନୋଟର ଫିଚର ଦେଖିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.