୭ମ ବେତନ କମିସନ : ଡିଏ ପରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ମୋଦି ସରକାରଙ୍କ ଆଉ ଏକ ବଡ଼ ପୁରସ୍କାର, ଜାଣନ୍ତୁ କ’ଣ ରହିଛି

ନୂଆଦିଲ୍ଲୀ : କେନ୍ଦ୍ର କର୍ମଚାରୀଙ୍କ ପାଇଁ ମୋଦି ସରକାର ଘୋଷଣା କଲେ ଆଉ ଏକ ପୁରସ୍କାର । ୭ମ ବେତନ କମିସନ ଅନୁଯାୟୀ କେନ୍ଦ୍ର କର୍ମଚାରୀଙ୍କୁ ମିଳିବାକୁ ଥିବା ମହଙ୍ଗା ଭତ୍ତା(ଡିଏ)ଏବେ ୨୫ ପ୍ରତିଶତକୁ ବଢ଼ିଯାଇଛି । ବୁଧବାର ବସିଥିବା କେନ୍ଦ୍ର କ୍ୟାବିନେଟରେ ବୈଠକରେ ଡିଏ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇ ଦିଆଯାଇଛି ।

ଫଳରେ କେନ୍ଦ୍ର କର୍ମଚାରୀ ଏବେ ୧ ଜୁଲାଇରୁ ଏହି ଡିଏ ପାଇବେ । ଏଥି ସହିତ ସରକାର ଆଉ ଏକ ପୁରସ୍କାର ଦେଇଛନ୍ତି କର୍ମଚାରୀମାନଙ୍କୁ । ଏବେ କର୍ମଚାରୀଙ୍କ ହାଉସ ରେଣ୍ଟ ଆଲାଉନ୍ସ ( ଏଚ୍‌ ଆର୍‌ ଏ) ମଧ୍ୟ ବଢ଼ାଇବାକୁ ସରକାର ଘୋଷଣା କରିଛନ୍ତି । ଯେଉଁଥିପାଇଁ କର୍ମଚାରୀଙ୍କ ଏଚ୍‌ଆର୍‌ଏ ଅଗଷ୍ଟ ମାସରୁ ପାଇବେ ।

ଅର୍ଥ ମନ୍ତ୍ରଣାଳୟର ଆଦେଶ ଅନୁଯାୟୀ କେନ୍ଦ୍ର କର୍ମଚାରୀ ସେମାନଙ୍କ ସହର ଅନୁଯାୟୀ ୨୭ ପ୍ରତିଶତ, ୧୮ ପ୍ରତିଶତ ଏବଂ ୯ ପ୍ରତିଶତ ହାଉସ ରେଣ୍ଟ ପାଇବେ । X, Y ଓ Z ଶ୍ରେଣୀର ସହର ଅନୁଯାୟୀ ଏହି ହାଉସ ରେଣ୍ଟ ମିଳିବ । ଯେଉଁ କେନ୍ଦ୍ରୀୟ କର୍ମଚାରୀ X ଶ୍ରେଣୀର ସହରରେ ରହିବ ସେମାନେ ସର୍ବାଧିକ ହାଉସ ରେଣ୍ଟ ପାଇବେ । ତା ’ତଳକୁ Y ଶ୍ରେଣୀ ଓ ତା ତଳକୁ Z ଶ୍ରେଣୀର କର୍ମଚାରୀ ହାଉସ ରେଣ୍ଟ ପାଇବେ ।

କ’ଣ ଏହି X,Y ଓ Z କାଟେଗୋରୀ :

୫୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରକୁ X କାଟେଗୋରୀରେ ରଖାଯାଇଛି ଯେଉଁମାନଙ୍କର ଏଚଆରଏ ୨୭ ପ୍ରତିଶତ ମିଳିବ । ତା’ତଳକୁ Y କାଟେଗୋରୀ ସହରରେ ରହୁଥିବା କର୍ମଚାରୀଙ୍କ ପାଇଁ ୧୮ ପ୍ରତିଶତ ଓ Z କାଟେଗୋରୀ ସହର ପାଇଁ ୯ ପ୍ରତିଶତ ଏଚଆରଏ ମିଳିବ ।

ଯଦି କୌଣସି ସହର ୫ ଲକ୍ଷ ଜନସଂଖ୍ୟାକୁ ଅତିକ୍ରମ କରିଯିବ ସେ ସହର Z କାଟେଗୋରୀରୁ Y କାଟେଗୋରୀକୁ ପରିବର୍ତ୍ତନ ହୋଇଯିବ । ଅର୍ଥାତ ୯ ପ୍ରତିଶତରୁ ୧୮ ପ୍ରତିଶତକୁ ଏଚଆରଏ ବଢ଼ିଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.