ଦଶହରା ପୂର୍ବରୁ ରେଳ କର୍ମଚାରୀଙ୍କୁ ମିଳିବ ୭୮ ଦିନର ବୋନସ୍! ଆକାଉଣ୍ଟକୁ ଆସିବ ଏତେ ଟଙ୍କା
ଭାରତୀୟ ରେଲେଓ୍ଵ ନିଜର ଲକ୍ଷାଧିକ କର୍ମଚାରୀଙ୍କୁ ଚଳିତ ବର୍ଷ ୭୮ ଦିନର ଦୀପାବଳି ବୋନସ୍ ଦେବାକୁ ଘୋଷଣା କରିଛି। ଦୀପାବଳି ପର୍ବ ପୂର୍ବରୁ ରେଲେଓ୍ଵ କର୍ମଚାରୀମାନଙ୍କ ଆକାଉଣ୍ଟରେ ପାଖାପାଖି ୧୭,୯୫୧ ଟଙ୍କା ବୋନସ୍ ରୂପେ କ୍ରେଡିଟ୍ ହେବାକୁ ଯାଉଛି, ଯାହାର ଫାଇଦା ୧୧.୨୭ ଲକ୍ଷ ରେଳ କର୍ମଚାରୀ ପାଇ ପାରିବେ। ଏହି ଫେଷ୍ଟିଭ୍ ବୋନସ୍ ଦଶହରା ପୂର୍ବରୁ ମିଳିଯିବ। କୁହାଯାଉଛି କି, ଏହି ବୋନସ୍କୁ ବାଣ୍ଟିବାରେ ରେଳ ବିଭାଗର ୧୮୩୨.୦୯ କୋଟି ଟଙ୍କା ଖର୍ଚ୍ଚ ହେବ।
ରେଳ ମନ୍ତ୍ରାଳୟର ପ୍ରବକ୍ତାଙ୍କ ମୁତାବକ, ରେଳ କର୍ମଚାରୀମାନଙ୍କୁ ବୋନସ୍ ଦିଆଯିବାର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହି ପ୍ରଡକ୍ସନ ଲିଙ୍କ୍ଡ ବୋନସ୍ ବା ପିଏଲ୍ବି ପ୍ରଦାନର ଧାର୍ଯ୍ୟ ସୀମା ମାସିକ ୭୦୦୦ ଟଙ୍କା ରହିଛି। ଏହା ଅଧୀନରେ ପ୍ରତ୍ୟେକ ଯୋଗ୍ୟ କର୍ମଚାରୀଙ୍କୁ ୭୮ ଦିନ ପାଇଁ ସର୍ବାଧିକ ବୋନସ୍ ରାଶି ୧୭,୯୫୧ ଟଙ୍କା ପ୍ରଦାନ କରାଯିବ। ସୂଚନାଥାଉ କି, ରେଲେଓ୍ଵ କର୍ମଚାରୀମାନଙ୍କୁ ଗତବର୍ଷ ମଧ୍ୟ ୭୮ ଦିନର ବୋନସ୍ ଦିଆଯାଇଥିଲା।
ରେଳ ମନ୍ତ୍ରାଳୟ ତରଫରୁ ଜାରି ବୟାନ ମୁତାବକ, ସମସ୍ତ କର୍ମଚାରୀ ଯାତ୍ରୀ ଏବଂ ମାଲ ପରିବହନ ସେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଆମର ରେଳ କର୍ମଚାରୀମାନେ ଦେଶର ଅର୍ଥନୀତିକୁ ଆଗକୁ ବଢ଼ାଇବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି। ପିଏଲ୍ବି ପ୍ରଦାନ ଏକ ପ୍ରୋତ୍ସାହନ ରୂପେ କାମ କରିବ। ଏହା ବୃହତ୍ ସଂଖ୍ୟାରେ ରେଳ କର୍ମଚାରୀ, ବିଶେଷ କରି ରେଲେଓ୍ଵର ପ୍ରଦର୍ଶନ ଏବଂ କାର୍ଯ୍ୟ ପ୍ରଣାଳୀରେ ସାମିଲ କର୍ମଚାରୀମାନଙ୍କୁ ସେମାନଙ୍କ ଉତ୍ପାଦକତାରେ ସୁଧାର ଆଣିବା ତଥା ଗ୍ରାହକଙ୍କ ପାଇଁ ସେବା ଓ ସୁରକ୍ଷାକୁ ସୁନିଶ୍ଚିତ କରିବା ଦିଗରେ ପ୍ରେରିତ କରିବ। ପିଏଲ୍ବି ପ୍ରଦାନ ଦ୍ୱାରା ଅଗାମୀ ଉତ୍ସବରେ ଅର୍ଥନୀତିର ଚାହିଦା ବଢ଼ିବ।
माननीय प्रधानमंत्री श्री @narendramodi जी द्वारा भारतीय रेल के लाखों कर्मचारियों के लिए बोनस को दी गई मंजूरी। रेलवे के करीब 11.27 लाख पात्र अराजपत्रित कर्मचारियों को मिलेगा प्रोडक्टिविटी लिंक्ड बोनस का लाभ।#ShramevJayate pic.twitter.com/84ij8kQxvx
— Ministry of Railways (@RailMinIndia) October 1, 2022