ଇଂଜିନିୟରିଂରେ ଗ୍ରାଜୁଏସନ କରିଥିଲେ ତୁରନ୍ତ କରନ୍ତୁ IFFCO ରେ ଆବେଦନ, ଭୁବନେଶ୍ୱରରେ ମିଳିବ ନିଯୁକ୍ତି

ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର। ଇଫକୋ (IFFCO) ରେ ଖାଲିପଡିଛି ପଦବୀ। ଏହି ପଦବୀରେ ଗ୍ରାଜୁଏଟ୍‌ ଇଂଜିନିୟର ଆବେଦନ କରିପାରିବେ। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ େଓ୍ଵବସାଇଟ୍‌ gea.iffco.in କୁ ଯାଇ ଅନଲାଇନରେ ଆବେଦନ କରିପାରିବେ। ଏଠାରେ ଆବେଦନ କରିବାର ଶେଷ ତାରିଖ ୧୫ ଅଗଷ୍ଟ ୨୦୨୨ ରହିଛି।

ପଦବୀ ବିବରଣୀ :

ଗ୍ରାଜୁଏଟ ଇଂଜିନିୟର ଅପାରଣ୍ଟିସ

ଜରୁରୀ ତାରିଖ: ଆବେଦନ କରିବାର ତାରିଖ ୫ ଅଗଷ୍ଟରୁ ଆରମ୍ଭ ହୋଇଥିବା ବେଳେ ଶେଷ ୧୫ ଅଗଷ୍ଟ ୨୦୨୨ରେ ହେବ।

ଦରମା : ଚୟନ ହେବା ପ୍ରର୍ଥୀଙ୍କୁ ମାସିକ ୩୫ ହଜାର ଟଙ୍କା ଷ୍ଟାଇପେଣ୍ଡ ମିଳିବ।

ବୟସ ସୀମା : ଏଥିରେ ଆବେଦନ କରିବାକୁ ଥିବା ପ୍ରାର୍ଥୀଙ୍କ ଅଧିକତମ ବୟସ ୩୦ ଏବଂ ସର୍ବନିମ୍ନ ବୟସ ୧୮ ବର୍ଷ ହେବା ଜରୁରୀ। ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗ ପାଇଁ ଅଧିକତମ ବୟସ ସୀମାରେ ୫ ବର୍ଷର ଛୁଟ୍‌ ମିଳିବ। ସେହିଭଳି ପଛୁଆ ବର୍ଗ ପ୍ରାର୍ଥୀଙ୍କୁ ୩ ବର୍ଷ ପାଇଁ ଛୁଟ୍‌ ମିଳିବ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱ ବିଦ୍ୟାଳୟ କିମ୍ବା ସଂସ୍ଥାରୁ ଇଂଜିନିୟରିଂ, କେମିକାଲ, ମେକାନିକାଲ, ଇଲେକ୍ଟ୍ରିକାଲ, ଇଷ୍ଟମେଣ୍ଟେସନ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଏବଂ ସିଭିଲି ଡିସିପ୍ଲିନରେ ବ୍ୟାଚଲର ଡିଗ୍ରୀ ହେବା ଜରୁରୀ। ଯୋଗ୍ୟତା ସମ୍ବନ୍ଧୀୟ ଅଧିକ ବିବରଣୀ ଅଫିସିଆଲ ନୋଟିଫିକେସନ ଚେକ୍‌ କରିପାରିବେ।

ଆବେଦନ ଶୁଳ୍କ: ଏଥିପାଇଁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡିବ ନାହିଁ।

ଚୟନ ପ୍ରକ୍ରିୟା : ଅପାରଣ୍ଟିସ ପଦବୀରେ ଭର୍ତ୍ତି ପାଇଁ ଚୟନ ପ୍ରିଲିମିନାରୀ ଅନଲାଇନ ଟେଷ୍ଟ, ଫାଇନାଲ ଟେଷ୍ଟ ଏବଂ ମେଡିକାଲ ପରୀକ୍ଷା ଆଧାରରେ କରାଯିବ। ଫାଇନାଲ ଟେଷ୍ଟ ଅହମଦାବାଦ, ଭୁବନେଶ୍ୱର, ଚଣ୍ଡିଗଡ, ଚେନ୍ନାଇ, ଡେରାଡୁନ, ଦିଲ୍ଲୀ, ଜୟପୁର, କୋଲକତା, ଲକ୍ଷ୍ମୌ, ପଟନା ଏବଂ ମୁମ୍ବାଇ ସମତେ ଅନ୍ୟ ସ୍ଥାନରେ ହେବ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://www.freshersgroup.com/wp-content/uploads/2022/07/IFFCO-Notification.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.