ବିନା ପରୀକ୍ଷାରେ ମିଳିବ ଡାକ ବିଭାଗରେ ଚାକିରି, ୧୦ମ୍‌ ପାସ୍‌ କରିଥିଲେ କରନ୍ତୁ ଆବେଦନ

ଡାକ ବିଭାଗରେ ଚାକିରି କରିବା ପାଇଁ ଚାହୁଁଛନ୍ତି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆନ୍ଧ୍ରପ୍ରଦେଶ ପୋଷ୍ଟାଲ ସର୍କଲରେ ଗ୍ରାମୀଣ ଡାକ ସେବକ ପଦବୀ ପାଇଁ ନୋଟିଫିକେସନ ଜାରି କରିଛି। ଯୋଗ୍ୟ ପ୍ରାର୍ଥୀ ଜୁନ ୫ ପୂର୍ବରୁ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଆବେଦନ କରିବା ପାଇଁ ପ୍ରାର୍ଥୀ ଅଧିକାରକ େଓ୍ଵବସାଇଟ appost.in କୁ ଯାଇ ଅନଲାଇନ ଆବେଦନ କରିପାରିବେ। ଏଠାରେ ୧୭୧୬ ପଦବୀ ଖାଲିପଡିଛି। ଅଧିକ ଜାଣିବା ପାଇଁ ନୋଟିଫିକେସନ ଚେକ୍‌ କରିପାରିବେ।

ପ୍ରାର୍ଥୀ ଆବେଦନ କରିବା ପୂର୍ବରୁ ଆବେଦନ ଫର୍ମକୁ ଭଲ ଭାବେ ପଢି ପୂରଣ କରନ୍ତୁ। ଏହାଛଡା ନୋଟିଫିକେସନ ଦେଖିବା ପାଇଁ https://indiapostgdsonline.cept.gov.in/Notifications/Model_Notification.pdf  ଲିଙ୍କରେ କ୍ଲିକ କରନ୍ତୁ।

ପଦବୀ ବିବରଣୀ: ୧୭୧୬

ଗ୍ରାମୀଣ ଡାକ ସେବକ

ଜରୁରୀ ତାରିଖ : ଆବେଦନ ପ୍ରକ୍ରିୟା ୨ ମଇରୁ ଆରମ୍ଭ ହୋଇଥିବା ବେଳେ ଶେଷ ୫ ଜୁନ୍‌ ୨୦୨୨କୁ ହେବ।

ଶିକ୍ଷାଗତ ଯୋଗ୍ୟତା : ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥା କିମ୍ବା ବୋର୍ଡରୁ ୧୦ମ ପାସ୍‌ କରିଥିବା ଜରୁରୀ। ଏହାବ୍ୟତୀତ ଗଣିତ ଏବଂ ଇଂଲିଶରେ ଫେଲ ହୋଇନଥିବା ଜରୁରୀ। ଏହାଛଡା ସ୍ଥାନୀୟ ଭାଷା ଜାଣିବାକୁ ମଧ୍ୟ ଜରୁରୀ।

ବୟସ ସୀମା : ଏହି ପଦବୀ ପାଇଁ ପ୍ରାର୍ଥୀଙ୍କର ବୟସ ସୀମା ୧୮ରୁ ୪୦ ବର୍ଷ ହୋଇଥିବା ଜରୁରୀ। ସରକାରୀ ମାନଦଣ୍ଡ ଅନୁସାରେ ବୟସ ସୀମାରେ ସଂରକ୍ଷିତ ଶ୍ରେଣୀ ପାଇଁ କିଛି ଛୁଟ୍‌ ମିଳିବ।

post office
photo: IndiaTV News

ଦରମା : ୧୨,୦୦୦

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ବିନା କୌଣସି ପରୀକ୍ଷାରେ କରାଯିବ। କେବଳ ମେରିଟ ଆଧାରରେ ଚୟନ କରାଯିବ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://indiapostgdsonline.in/ref_validation.aspx

https://indiapostgdsonline.cept.gov.in/Notifications/Model_Notification.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.