ଗ୍ରାହକଙ୍କୁ ଆଶ୍ୱସ୍ତି, କମିଲା LPG ସିଲିଣ୍ଡର ଦାମ୍‌

ଶସ୍ତା ହେଲା ଏଲପିଜି ସିଲିଣ୍ଡର ଦାମ୍‌। ଗ୍ରାହକଙ୍କୁ ଆଶ୍ୱସ୍ତି । କମିଲା ଏଲପିଜି ସିଲିଣ୍ଡର ଦର । ୧୯ କେଜି କର୍ମସିଆଲ ଗ୍ୟାସ ସିଲିଣ୍ଡର ଦାମ୍‌ ୨୫.୫୦ ପଇସା ଶସ୍ତା ହୋଇଛି। ଗତମାସରେ ମଧ୍ୟ ଏଲପିଜି ଦର ହ୍ରାସ ପାଇଥିଲା। ପେଟ୍ରୋଲିୟମ କମ୍ପାନୀଗୁଡିକ ଘରୋଇ ଏଲପିଜି ଠାରୁ ବ୍ୟବସାୟିକ ସିଲିଣ୍ଡର ପର୍ଯ୍ୟନ୍ତ ନୂଆ ଦର ଲାଗୁ କରିଛନ୍ତି । ଆଜିଠାରୁ ଦିଲ୍ଲୀରେ ଏଲପିଜି ସିଲିଣ୍ଡର ୨୫.୫୦ ଟଙ୍କା, କୋଲକାତାରେ ୩୬.୫୦ ଟଙ୍କା ଏବଂ ମୁମ୍ବାଇରେ ୩୫.୫୦, ଚେନ୍ନାଇରେ ୩୫.୫୦ ଟଙ୍କା ଶସ୍ତା ହୋଇଛି ।

ଇଣ୍ଡିଆନ୍ ଅଏଲ୍ ଅନୁଯାୟୀ, ୧୯ କିଲୋଗ୍ରାମ ଗ୍ୟାସ୍ ବିଶିଷ୍ଟ ଏକ ଇଣ୍ଡେନ୍ ଏଲପିଜି ସିଲିଣ୍ଡର ଆଜି ଅକ୍ଟୋବରରୁ ଦିଲ୍ଲୀରେ ୧୮ ୫୯.୫୦ ଟଙ୍କା, କୋଲକାତାରେ ୧ ୯୫୯.୫୦ ଟଙ୍କା, ମୁମ୍ବାଇରେ ୧୮୧୧.୫୦ ଟଙ୍କା ଏବଂ ଚେନ୍ନାଇରେ ୨୦୦୯.୫୦ ଟଙ୍କାରେ ମିଳିବ। ଯେଉଁଠାରେ ୧୪.୨ କିଲୋଗ୍ରାମର ଘରୋଇ LPG ସିଲିଣ୍ଡର କେବଳ ୬ ଜୁଲାଇ ବଢିଥିଲା। ଜୁଲାଇରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା । ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ ହେବା ସହିତ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଢ଼ାବାରେ ଖାଇବା ପିଇବା ଶସ୍ତା ହୋଇପାରେ ବୋଲି ଆଶା କରାଯାଉଛି।

କ୍ରମାଗତ ଷଷ୍ଠ ମାସ ପାଇଁ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଛି। ମେ ମାସରେ ଏହାର ମୂଲ୍ୟ ୨୩୫୪ ଟଙ୍କାରେ ପହଞ୍ଚିଥିଲା, କିନ୍ତୁ ସେବେଠାରୁ ଏହା କ୍ରମାଗତ ଭାବେ ହ୍ରାସ ପାଇଚାଲିଛି। ସେପ୍ଟେମ୍ବରରେ ମଧ୍ୟ ୧୦୦ ଟଙ୍କା କମିଥିଲା।

ସେପଟେ ପ୍ରାକୃତିକ ଗ୍ୟାସ ମୂଲ୍ୟ ୪୦ ପ୍ରତିଶତ ବୃଦ୍ଧି ପାଇ ରେକର୍ଡ ସ୍ତରରେ ପହଞ୍ଚିଛି। ବର୍ତ୍ତମାନ ପାଇପ୍ ମାଧ୍ୟମରେ ରୋଷେଇ ଘରେ ପହଞ୍ଚୁଥିବା CNG ଏବଂ PNG ଗ୍ୟାସର ମୂଲ୍ୟରେ ବୃଦ୍ଧି ହୋଇପାରେ ବୋଲି ଆଶଙ୍କା ରହିଛି।

Also Read : ଦଶହରାରେ ଗ୍ରାହକଙ୍କୁ ମନଲୋଭା ଅଫର ଦେଉଛନ୍ତି ସୁନା ଦୋକାନୀ, ଆଜି ହିଁ କିଣିଆଣନ୍ତୁ ସୁନା ଜିନିଷ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.