ଭାରତ ଅତ୍ୟଧିକ ପରିମାଣର ଟିକସ ଆଦାୟ କରୁଛି : ଡୋନାଲ୍ଡ ଟ୍ରମ୍ପ୍

ଆମେରିକା : ନିଜ ସମର୍ଥନମାନଙ୍କୁ ସମ୍ବୋଧିତ କରିବାକୁ ଆୟୋଜନ କରାଯାଇଥିବା ଏକ ସଭାରେ ଆମେରିକା ରା‌ଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତକୁ ଟାର୍ଗେଟ କରି ଏମିତି କିଛି କହିଛନ୍ତି ଯାହା ଭଲ ସଙ୍କେତ ନୁହେଁ। ସେ କହିଛନ୍ତି ଭାରତ ଅତ୍ୟଧିକ ପରିମାଣର ଟିକସ ଆଦାୟ କରୁଛି। ଭାରତ ଏଭଳି ଏକ ଦେଶ ଯେଉଁଠାରେ ବିପୁଳ ପରିମାଣର ଟିକସ ଆଦାୟ କରାଯାଉଛି। ସେଭଳି ଦେଶଗୁଡ଼ିକ ଉପରେ ଯେସାକୁ ତେସା ଟିକସ ଲଗାଇବାକୁ ଆମେରିକା ଚାହୁଁଛି ବୋଲି ଟ୍ରମ୍ପ୍ କହିଛନ୍ତି।

donaldସେ କହିଛନ୍ତି, ଭାରତ ଭଳି ବହୁ ଦେଶ ଆମଠାରୁ ମାତ୍ରାଧିକ ଟିକସ ନେଉଛନ୍ତି। ତେଣୁ ଆମେରିକାକୁ ଯେଉଁମାନେ ସାମଗ୍ରୀ ପଠାଉଛନ୍ତି ସେମାନଙ୍କ ଉପରେ ମଧ୍ୟ ସମାନ ଧରଣର ଟିକସ ଲଗାଇବା କିମ୍ବା  ଅତିକମ୍‌ରେ କିଛି ନା କିଛି ଟିକସ ବସାଇବା ଉପରେ ବିଚାର କରୁଛୁ ବୋଲି ଟ୍ରମ୍ପ୍ କହିଛନ୍ତି । ପୁଣି ଥରେ ସେ ହାର୍ଲି ଡାଭିଡ୍‌ସନ୍ ଉପରେ ଭାରତ ଲଗାଇଥିବା ଚଢ଼ା ଟିକସ ବିଷୟରେ ଚର୍ଚ୍ଚା କରିଛନ୍ତି। ହାର୍ଲି ଡାଭିଡ୍‌ସନ୍‌ ବାଇକ୍‌ର ଉଦାହରଣ ଦେଇ ଟ୍ରମ୍ପ୍ କହିଛନ୍ତି ଯେ, ଆମେ ଯେତେବେଳେ ଭାରତକୁ ବାଇକ୍‌ ପଠାଉଛୁ ସେମାନେ ୧୦୦% ଟିକସ ଲଗାଉଛନ୍ତି। ମାତ୍ର ସେମାନେ ଯେଉଁ ବାଇକ୍‌ ଆମ ଦେଶକୁ ପଠାଉଛନ୍ତି, ତାହା ଉପରେ ଆମେ କିଛି ବି ଟିକସ ଆଦାୟ କରୁନାହୁଁ। ସେଥିପାଇଁ ଆମେ ଏବେ ସମାନ ଧରଣର ଟିକସ ଲଗାଇବାକୁ ଚାହୁଁଛୁ। ଏହାକୁ ‘ମିରର୍‌’ ଟିକସ କୁହାଯାଏ ବୋଲି ସେ କହିଛନ୍ତି।

harley-davidsonହାର୍ଲି ଡାଭିଡ୍‌ସନ୍ ବାଇକ୍‌ର ଟିକସ ଉପରେ ଆମେରିକା ଆପତ୍ତି ଉଠାଇବା ପରେ, ଟିକସ ପରିମାଣକୁ ୧୦୦%ରୁ କମାଇ ୫୦% କରିବାକୁ ଭାରତ ନିଷ୍ପତ୍ତି ନେଇଥିଲା। ସେହି ପଦକ୍ଷେପ ଯଥେଷ୍ଟ ହୋଇ ନଥିଲେ ମଧ୍ୟ ଚଳନୀୟ ବୋଲି ଟ୍ରମ୍ପ କହିଛନ୍ତି। ଅନେକ ଦେଶ ଆମଠାରୁ ୧୦୦% ଟିକସ ଆଦାୟ କରୁଛନ୍ତି। ସେହି କଥାକୁ ବୁଝାଇବା ପାଇଁ ମୁଁ ଭାରତର ଉଦାହରଣ ଦେଉଛି ବୋଲି ସେ କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.