ଏଣିକି EPF ସଦସ୍ୟ ରଖିପାରିବେ ଏକାଧିକ ନୋମିନି, ଜାଣିରଖନ୍ତୁ କଣ ରହିଛି ଅନଲାଇନ ପ୍ରୋସେସ

କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ବା EPFO ଏବେ ଇପିଏଫ ମେମ୍ବର ମାନଙ୍କ ଇ-ନୋମିନେସନକୁ ବାଧ୍ୟତାମୂଳକ କରିଛନ୍ତି ।ଜାଣି ରଖନ୍ତୁକି ସଞ୍ଚୟ ଖାତାରେ ଥିବା ଆକାଉଣ୍ଟ ହୋଲଡରଙ୍କ ତରଫରୁ ନୋମିନିଙ୍କ ନାଁ ଘୋଷଣା କରିବାକୁ ଅନିରବାର୍ଜ୍ୟ କରାଯାଇଛି ଯାହାକି ଭବିଷ୍ୟତରେ ଅଧିକରୁ ଅଧିକ ଲାଭଦାୟକ ସାବ୍ୟସ୍ତ ହେବ । ଏମିତି କରିବା ଦ୍ୱରା ଯଦି ଆକାଉଣ୍ଟ ହୋଲଡ଼ରଙ୍କ ମୃତ୍ୟୁ ହୋଇଯାଏ ତେବେ ଟଙ୍କା ସେହି ବ୍ୟକ୍ତିଙ୍କୁ ହିଁ ମିଳିବ ଯାହାଙ୍କୁ ଆକାଉଣ୍ଟଧାରୀ ମାନେ ନିଜ ନୋମିନି ହିସାବରେ ରଖିଥିବେ । କହିରଖୁଛୁକି ଯଦି ଆକାଉଣ୍ଟ ଧାରକ ନୋମିନି ନକରିଥିବେ ତେବେ EPFO ଆକାଉଣ୍ଟ ହୋଲଡ଼ରଙ୍କୁ କିଛି ସୁବିଧା ସୁଯୋଗରୁ ବଂଚିତ ହେବାକୁ ପଡିବ ।

ସୂଚନା ଥାଉକି, ଇ- ନୋମିନେସନ ପିଏଫ ଆକାଉଣ୍ଟ ଧାରକ ତଥା ତାଙ୍କ ପରିବାରକୁ ପିଏଫ ଫାଇଦା ଦେବାକୁ ଖୁବ ଲାଭଦାୟୀ ହୋଇଥାଏ । ଯଦି କେବେ ପିଏଫ ଆକାଉଣ୍ଟ ଧାରୀଙ୍କ ମୃତ୍ୟୁ ହୋଇଯାଏ ତେବେ ପେନ୍ସନ, ବୀମା ଓ ପ୍ରୋଭିଡେଣ୍ଟ ଫଣ୍ଡ ସେବେହିଁ ଉପଯୁକ୍ତ ବ୍ୟକ୍ତିଙ୍କୁ ମିଳିପାରିବ ଯଦି ପୂର୍ବରୁ ଇ-ନୋମିନେସନ ହୋଇଥିବ ।

ଜାଣିରଖନ୍ତୁକି ପିଏଫ ଖାତା ଧାରକ କେବଳ ମାତ୍ର ନିଜ ପରିବାର ଲୋକଙ୍କୁ ହିଁ ନୋମିନି ଭାବେ ରଖିପାରିବେ । ଯଦି ଜଣେ ବ୍ୟକ୍ତିଙ୍କର କୌଣସି ପରିବାର ନଥିବ ତେବେ ଅନ୍ୟ ବ୍ୟକ୍ତିଙ୍କୁ ନୋମିନି ଘୋଷଣା କରିପାରିବେ । ଆଉ ଯଦି ପରିବାର ବାହାରର ଜଣଙ୍କୁ ନୋମିନି କରାଯାଇଥିବ ଆଉ ପରେ ପରିବାର ବାବଦରେ ଜଣାପଡିଥିବ ତେବେ ପରିଜନ ମାନଙ୍କୁ ହିଁ ଏହାର ଲାଭ ମିଳିପାରିବ । ପରିବାର ବାହାର ବ୍ୟକ୍ତିଙ୍କ ନୋମିନେସନ ରଦ୍ଦ ହୋଇଯିବ । ଆଉ ଯାଇ ବ୍ୟକ୍ତି ନୋମିନିଙ୍କ ନାଁ ଘୋଷଣା କରିବା ପୂର୍ବରୁ ହିଁ ମୃତ୍ୟୁବରଣ କରନ୍ତି ତେବେ ଉତ୍ତରାଧିକାର ପ୍ରମାଣ ପତ୍ର ପାଇବା ପାଇଁ ସିବିଲ କୋର୍ଟ ଯିବାକୁ ହେବ । ଆଉ ଏକ ଜରୁରୀ ସୂଚନାଯେ ପିଏଫ ଆକାଉଣ୍ଟ ହୋଲଡ଼ର ନିଜର ଜଣେ ରୁ ଅଧିକ ନୋମିନି ରଖିପାରିବେ । ଆଉ ଯଦି ଆପଣ ଏମିତି କରୁଥାନ୍ତି ତେବେ ଆପଣଙ୍କୁ ପୁରା ଡିଟେଲ୍ସ ଦେବାକୁ ହେବ । ଏହା ଦ୍ୱାରା ପରେ କୌଣସି ବିବାଦ ରହିବ ନାହିଁ । କହିରଖୁଛୁକି ଇ ନୋମିନେସନ ପାଇଁ UAN ଆକ୍ଟିଭ ହେବା ନିହାତି ଦରକାର । ଏହା ସହ ଆପଣଙ୍କ ମୋବାଇଲ ନମ୍ବର ବି ଆଧାର କାର୍ଡ ସହିତ ଲିଙ୍କ ହେବା ନିହାତି ଆବଶ୍ୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.