ବୟସ ଯାହା ବି ହେଉ , ଜାଣନ୍ତୁ କମ୍ ନିବେଶରେ କୋଟିପତି ହେବାର ତିନି ସରଳ ଉପାୟ

ଧନୀ ହେବାକୁ ସମସ୍ତେ ଚାହାଁନ୍ତି । ସମସ୍ତଙ୍କ ଜୀବନରେ ପ୍ରାୟ ଗୋଟିଏ ଲକ୍ଷ  ଯେ ଦିନ – ରାତି ପରିଶ୍ରମ କରି ଯାହା ରୋଜଗାର ହୋଇଥାଏ , ସମସ୍ତ ଖର୍ଚ୍ଚ ପରେ ଯାହା ଟଙ୍କା ସଂଚିତ ହୋଇ ରହେ ସେଥିରୁ ଯାହା କେମିତି ଅଧିକରୁ ଅଧିକ ଲାଭ ମିଳିପାରିବ । ତେଣୁ ଏହି ଲକ୍ଷକୁ ଆଖି ଆଗରେ ରଖି ଗତ କିଛି ବର୍ଷ ହେବ ମ୍ଯୁଚୁଆଲ୍ ଫଣ୍ଡରେ ଲଗାତାର ନିବେଶ ବଢି ଚାଲିଛି । ଏହା ସହ ଏହାର ଭଲ ପରିଣାମ ମଧ୍ୟ ମିଳୁଛି । ତେବେ କମ୍ ନିବେଶରେ କେମିତି ବନିବେ କୋଟିପତି । ଏଥିପାଇଁ ଜାଣନ୍ତୁ ତିନିଟି ସହଜ ତରିକା ।

ପ୍ରଥମ ଉପାୟ :

ଚାକିରିର ଆରମ୍ଭରୁ ହିଁ ଯଦି କେହି ମ୍ଯୁଚୁଆଲ୍ ଫଣ୍ଡରେ ନିବେଶ କରିଥାଏ ତେବେ ତାକୁ ସବୁଠାରୁ ଭଲ ଫଳ ମିଳିଥାଏ । ଉଦାହରଣ ସ୍ବରୁପ ଆପଣଙ୍କ ବୟସ ୨୦ ବର୍ଷ । ଏବଂ ଆପଣଙ୍କୁ ପ୍ରଥମ ଚାକିରିରେ ୨୦ ହଜାର ଟଙ୍କା  ପ୍ରତିମାସ ଦରମା ମିଳୁଛି । ଏମିତିରେ ପ୍ରତିଦିନ ନିଜ ପକେଟ୍ ଖର୍ଚ୍ଚରୁ ୩୦ ଟଙ୍କା ସଂଚୟ କରୁଛନ୍ତି । ଫଳରେ ମାସକୁ ୯୦୦ ଟଙ୍କା ସଂଚୟ କରୁଛନ୍ତି ଆପଣ ।ଏବେ ଏହି ଜମା ଟଙ୍କାକୁ ଆପଣ ପ୍ରତିମାସ ସିଷ୍ଟମାଟିକ୍ ଇନଭେଷ୍ଟମେଂଟ୍ ପ୍ଲାନ୍ (SIP) ମାଧ୍ୟମରେ କୌଣସି ବି ଡାଇଭର୍ସଟାଇଜଡ୍ ମ୍ଯୁଚୁଆଲ୍ ଫଣ୍ଡରେ ନିବେଶ କରିପାରନ୍ତି ।

ସେମିତିରେ ଅନେକ ମ୍ଯୁଚୁଆଲ୍ ଫଣ୍ଡ ୨୦ ପ୍ରତିଶତ ପର୍ଯ୍ଯନ୍ତ ରିଟର୍ଣ୍ଣ ମିଳିଥାଏ । କିନ୍ତୁ ହାରାହାରି ୧୨.୫ ପ୍ରତିଶତରୁ ଅଧିକ ରିଟର୍ଣ୍ଣ ଏହାଦ୍ବାରା ନିଶ୍ଚିତ ମିଳିବ । ଯଦି ଏହି ରିଟର୍ଣ୍ଣକୁ ଆଖି ଆଗରେ ରଖି ଆପଣ ଆସନ୍ତା ୪୦ ବର୍ଷ ପର୍ଯ୍ଯନ୍ତ ୯୦୦ ଟଙ୍କା ପ୍ରତିମାସରେ ନିବେଶ କରୁଛନ୍ତି ତେବେ ୪୦ ବର୍ଷ ବୟସ ବେଳକୁ କୋଟିପତି ବନିଯାଇଥିବେ । ଏକ ଅନୁମାନ ମୂତାବକ, ୪୦ ବର୍ଷରେ ୪କୋଟି ୩୨ ହଜାର ଟଙ୍କା ନିବେଶ ଉପରେ ସମୁଦାୟ ରିଟର୍ଣ୍ଣ ୧,୦୧, ୫୫,୧୬୦ ଟଙ୍କା ମିଳିପାରେ । ପ୍ରକୃତରେ ଲଙ୍ଗ୍ ଟର୍ମ ନିବେଶରେ ଚକ୍ରବୃତି ସୁଦ୍ଧ ଆପଣଙ୍କ ଛୋଟ ନିବେଶକୁ ଖୁବ୍ ବଡ କରିଦେଇଥାଏ ।

ଦ୍ବିତୀୟ ଉପାୟ :

ବୟସ ଯାହା ବି ହେଉନା କାହିଁକି ଅର୍ଥନୀତିଜ୍ଞ ଆଜିର ସମୟରେ ମ୍ଯୁଚୁଆଲ୍ ଫଣ୍ଡରେ ନିବେଶ ପାଇଁ ପରାମର୍ଶ ଦେଇଥାନ୍ତି । କିନ୍ତୁ ଏଥିରେ ରିସ୍କ ମଧ୍ୟ ରହିଛି । ଯଦି ଏହି ରିସ୍କ ସହ ଲମ୍ବା ସମୟ ପର୍ଯ୍ଯନ୍ତ SIP ମାଧ୍ୟମରେ ନିବେଶ କରାଯାଏ ତେବେ ଅନ୍ଯ ସମସ୍ତ ନିବେଶଠାରୁ ଏହା ଖୁବ୍ ଭଲ ବିକଳ୍ପ । ମହଙ୍ଗା ମାଡ ସହ କେବଳ ମ୍ଯୁଚୁଆଲ୍ ଫଣ୍ଡର ରିଟର୍ଣ୍ଣ ହିଁ ଲଢିପାରିବ ।

ଆମ ଦେଶରେ ୨୫ ବର୍ଷ ପରେ ଯୁବପୀଢି ଚାକିରିକୁ ନିଜ ପେଷା କରିନେଇଥାନ୍ତି । ଏମିତିରେ ୫ ବର୍ଷ ପରେ ହିଁ ସଂଚୟ ଏବଂ ନିବେଶର ଖୟାଲ୍ ଆସିଥାଏ । ତେବେ ୩୦ ବର୍ଷ ପରେ ଯଦି ଆପଣ ଦିନକୁ ୧୦୦ ଟଙ୍କା ହିସାବରେ ମାସକୁ ୩୦୦୦ ଟଙ୍କା ମ୍ଯୁଚୁଆଲ୍ ଫଣ୍ଡରେ (SIP) କରନ୍ତି ତେବେ ବର୍ଷକୁ ୧୨.୫ ପ୍ରତିଶତ ଆନୁମାନିକ ରିଟର୍ଣ୍ଣ ପରେ ୬୦ ବର୍ଷ ବୟସ ବେଳକୁ ଆପଣ କୋଟିପତି ହୋଇସାରିଥିବେ ।

ତୃତୀୟ ଉପାୟ :

ଯଦି କେହି ୨୦ ବର୍ଷ ପର୍ଯ୍ଯନ୍ତ ମ୍ଯୁଚୁଆଲ୍ ଫଣ୍ଡରେ ନିବେଶ କରିବାକୁ ଚାହେଁ ତେବେ ବି ସେ କୋଟିପତି ହୋଇପାରିବ । ହେଲେ ଏଥିପାଇଁ ପ୍ରତିମାସରେ ଅତି କମରେ ୫୦୦୦ ଟଙ୍କା ନିବେଶ କରିବାକୁ ପଡିବ । କେବଳ ସେତିକି ନୁହେଁ ୨୦ ବର୍ଷ ପରେ ଯେତେବେଳେ ଏକ କୋଟି ରିଟର୍ଣ୍ଣ ପାଇବେ ସେଥିରେ ଟ୍ଯାକ୍ସ ମଧ୍ୟ ଲାଗିବ ନାହିଁ । କିଛି ଇକ୍ଯୁଟି ଫଣ୍ଡ୍ ଗତ ୨୦ ବର୍ଷ ମଧ୍ୟରେ ବାର୍ଷିକ ୨୦ ପ୍ରତିଶତରୁ ଅଧିକ ସିଏଜିଆର୍ ରିଟର୍ଣ୍ଣ ଦେଇଛି ।

ଉଦାହରଣ ସ୍ବରୂପ ଏଚଡିଏଫସି ଇକ୍ଯୁଟି ଫଣ୍ଡ , ରିଲାଏନ୍ସ ଗ୍ରୋଥ୍ ଫଣ୍ଡ,  ଏଚଡିଏଫସି ଟପ୍ ୨୦୦ ଫଣ୍ଡ, ରିଲାଏନ୍ସ ଭିଜନ୍ ଫଣ୍ଡ ଏବଂ ଫ୍ରାଙ୍କଲିନ୍ ଇଣ୍ଡିଆ ପ୍ରାଇମା ଫଣ୍ଡ ଆଦି ଭଲ ରେଜଲ୍ଟ ଦେଉଛି । ଯାହା ନିବେଶକଙ୍କ ଆଗ୍ରହ ମ୍ଯୁଚୁଆଲ୍ ଫଣ୍ଡ ପ୍ରତି ବଢାଇଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.