ଆୟକର ଦାତାଙ୍କ ପାଇଁ ଶୁଭ ଖବର, ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଇନକମ ଟ୍ୟାକ୍ସ ରିଟର୍ଣ୍ଣ ସମୟ ସୀମା

ଆୟକର ଦାତାଙ୍କ ପାଇଁ ଭଲ ଖବର । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବଢିଲା ରିଟର୍ଣ୍ଣ ସମୟସୀମା । ଫଳରେ କରଦାତା ମାନେ ୩୧ ଡିସେମ୍ବର ପର୍ଯ୍ୟନ୍ତ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଭରିପାରିବେ । ପୂର୍ବରୁ ରିଟର୍ଣ୍ଣ ଦାଖଲର ଶେଷ ତାରିଖ ସେପ୍ଟେମ୍ବର ୩୦ ଥିଲା । ଏହାପୂର୍ବରୁ ଆୟକର ରିଟର୍ଣ୍ଣ ଦାଖଲ ସମୟସୀମା ଜୁଲାଇ ୩୧ରୁ ସେପ୍ଟେମ୍ବର ୩୦କୁ ବୃଦ୍ଧି କରାଯାଇଥିଲା । କରୋନା ମହାମାରୀ ପାଇଁ ଗତବର୍ଷ ରିଟର୍ଣ୍ଣ ଦାଖଲ ସମୟସୀମକୁ ସରକାର ତିନି ଥର ବୃଦ୍ଧି କରିଥିଲେ । ଇନଫୋ ସିସ ଦ୍ୱାରା ହୋଇଥିବା ନୂତନ ଆୟକର ପୋଟାର୍ଲରେ ଅନେକ ସମସ୍ୟା ଦେଖାଦେଉଛି ।

ଆସନ୍ତା ୧୫ ତାରିଖ ସୁଦ୍ଧା ନୂଆ ଆୟକର ପୋର୍ଟାଲରେ ଥିବା ସମସ୍ୟାର ସମାଧାନ ପାଇଁ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଇନଫୋସିସକୁ କୁହାଯାଇଛି । ଆୟକର ଧାରା ୧୩୯(୫) ଅନୁଯାୟୀ ସଂଶୋଧିତ ରିଟର୍ଣ୍ଣ ଦାଖଲ କରିବାକୁ ହେବ । ଯେଉଁମାନଙ୍କ ବେତନ, ସମ୍ପତ୍ତି ଭଡା ଏବଂ ଅନ୍ୟାନ୍ୟ ଆୟ ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ରହିଛି । ସେମାନେ ଆଇଟିଆର-୧ ସହଜ ଫର୍ମ ଦାଖଲ କରିପାରିବେ । ଯେଉଁମାନଙ୍କ ଆୟ ଏହାଠାରୁ ଅଧିକ ସେମାନେ ଆଇଟିଆର-୨ ଫର୍ମ ପୂରଣ କରିବାକୁ ହେବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.