ରେଳ ଯାତ୍ରୀଙ୍କ ପାଇଁ ଖୁସିଖବର : ଏବେ ଚଟାପଟ୍ ହେବ ଟିକେଟ୍ ବୁକିଂ ଏବଂ ଫଟାଫଟ୍ ହେବ ଟଙ୍କା ଫେରସ୍ତ

irctcନୂଆଦିଲ୍ଲୀ : ରେଳ ଯାତ୍ରୀ ଦୟାକରି ଧ୍ୟାନ ଦିଅନ୍ତୁ । ଆପଣଙ୍କ ପାଇଁ ଖୁସି ଖବର ଆଣିଛି ଆଇଆରସିଟିସି (IRCTC) । ଏବେ ୱେବସାଇଟରେ ଫଟାଫଟ୍ କରିପାରିବେ ଟିକେଟ୍ ବୁକିଂ । ଆପଣଙ୍କ ଡେବିଟ୍ କାର୍ଡ ଅପ୍ସନ୍ ଦେଖାଯାଉ କି ନାହିଁ କିନ୍ତୁ ଆଇଆରସିଟିସିର ନୂଆ ପେମେଂଟ୍ ବିକଳ୍ପ ଜରିଆରେ ଖୁବ୍ ସହଜରେ କରିପାରିବେ ପେମେଂଟ୍ । କେବଳ ସେତିକି ନୁହେଁ ଟଙ୍କା ରିଫଣ୍ଡ୍ ପାଇଁ ମଧ୍ୟ ଲାଗିବ ଖୁବ୍ କମ୍ ସମୟ ।

ଆଇଆରସିଟିସି ଖୁବ୍ ଶୀଘ୍ର ନିଜର ପେମେଂଟ୍ ଏଗ୍ରିଗେଟର୍ ସୁବିଧା ନେଇ ଆସୁଛି । ଏନେଇ ଟୁଇଟ୍ କରି ସୂଚନା ଦେଇଛି ଆଇଆରସିଟିସି । ପୋଷ୍ଟରେ ଆଇଆରସିଟିସି ଲେଖିଛି ଯେ, ୱେବସାଇଟ୍ ‘irctc.co.in ରେ ଅଗଷ୍ଟ ୨୦୧୮ରୁ ନିଜର ପେମେଂଟ୍ ଏଗ୍ରିଗେଟର୍ IRCTC-iPay ଉପଲବ୍ଧ ରହିବ । ଏଥିପାଇଁ ପିସିଆଇ – ଡିଏସଏମ୍ ସିକ୍ଯୁରିଟି ସାର୍ଟିଫିକେଟ୍ ମିଳିଯାଇଛି । ଏହା ସମସ୍ତ ପେମେଂଟ୍ ବିକଳ୍ପ ଯେମିତି ଡେବିଟ୍ , କ୍ରେଡିଟ୍ କାର୍ଡ, ନେଟ୍ ବ୍ଯାଙ୍କିଙ୍ଗ୍, ୟୁପିଆଇ ଏବଂ ଡିଜିଟାଲ୍ ୱାଲେଟ୍ ଆଦି ଦ୍ବାରା ପେମେଂଟ୍ ଗ୍ରହଣ କରିବ ।

ଆଇଆରସିଟିସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଅଧିକାଂଶ ବ୍ଯାଙ୍କ୍ ଗୁଡିକ ସହ ଏହି ପେମେଂଟ୍ ଏଗ୍ରିଗେଟର୍ ସିଧାସଳଖ ଭାବେର ଯୋଡି ହେବ । ଯାହା ଦ୍ବାରା ରିଫଣ୍ଡ୍ ମାମଲରେ ଯାତ୍ରୀମାନେ ହଇରାଣ ହେବେ ନାହିଁ ସାଙ୍ଗେ ସାଙ୍ଗେ ଟଙ୍କା ଫେରସ୍ତ ପାଇଯିବେ । ବର୍ତ୍ତମାନ ଆଇଆରସିଟିସି ୱେବସାଇଟରେ ଡେବିଟ୍ କାର୍ଡ ପେମେଂଟ୍ ଅପ୍ସନରେ କେବଳ ୬ଟି ବ୍ଯାଙ୍କ୍ ରହିଛି । ସେଗୁଡିକ ହେଲା ଏସବିଆଇ, ଇଣ୍ଡିଆନ୍ ଓଭରସିଜ୍ ବ୍ଯାଙ୍କ, କାନାରା ବ୍ଯାଙ୍କ୍, ଏଚଡିଏଫସି ବ୍ଯାଙ୍କ୍, ଏକ୍ସିସ୍ ବ୍ଯାଙ୍କ୍ ଏବଂ ୟୁନାଇଟେଡ୍ ବ୍ଯାଙ୍କ୍ ଅଫ୍ ଇଣ୍ଡିଆ । ଯଦି କୌଣସି ୟୁଜର୍ସଙ୍କ ଅନ୍ଯ ବ୍ଯାଙ୍କର ଡେବିଟ୍ କାର୍ଡ ରହିଛି ତେବେ ଥାର୍ଡ ପାର୍ଟି ଭେଣ୍ଡର ଜରିଆରେ ପେମେଂଟ୍ କରିପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.