IRCTCର ନୂଆ ଯୋଜନା : ଏଣିକି ଟ୍ରେନ୍‌ରେ ହ୍ୱାଟ୍ସଆପ୍‌ ମାଧ୍ୟମରେ ଅର୍ଡର କରିପାରିବେ ନିଜ ମନ ପସନ୍ଦର ଖାଦ୍ୟ

ଯାତ୍ରୀମାନେ ଟ୍ରେନରେ ଦୂର ଜାଗାକୁ ଯାତ୍ରା କରିବା ସମୟରେ ନିଜ ପସନ୍ଦର ଖାଦ୍ୟ ଅର୍ଡର କରିବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ବେଳେବେଳେ କେତେକ ଯାତ୍ରୀଙ୍କୁ ଭୋକିଲା ଭ୍ରମଣ କରିବାକୁ ପଡେ। ବର୍ତ୍ତମାନ ରେଳବାଇ ଏଥିପାଇଁ ଏକ ଯୋଜନା ପ୍ରସ୍ତୁତ କରିଛି। ଆପଣ ନିଜ ପସନ୍ଦର ଖାଦ୍ୟ ହ୍ୱାଟ୍ସଆପ୍‌ ମାଧ୍ୟମରେ ଅର୍ଡର କରିପାରିବେ । ଏଥିପାଇଁ ଆପଣଙ୍କୁ ହ୍ୱାଟ୍ସଆପ୍‌ ରେ ମେସେଜ୍ କରିବାକୁ ପଡିବ। ଆଇଆରସିଟିସିର ଫୁଡ୍‌ ଡେଲିଭରୀ ସର୍ଭିସ୍‌ Zoop ୟୁଜରଙ୍କୁ ହ୍ୱାଟ୍ସଆପ୍‌ ଚ୍ୟାଟ୍‌ବଟ୍‌ ସର୍ଭିସ୍‌ ଦେବା ପାଇଁ Jio Haptik ସହ ପାର୍ଟନରସିପ୍‌ କରିଛି, ଯିଏକି ୟୁଜରଙ୍କୁ ଯାତ୍ରା ବେଳେ କେବଳ ପିଏନଆର ନମ୍ୱରର ବ୍ୟବହାର କରି ସହଜରେ ଟ୍ରେନ୍‌ର ସିଟ୍‌ରେ ହିଁ ଖାଦ୍ୟ ଅର୍ଡର କରିବାର ସୁବିଧା ଦେବ।

ହ୍ୱାଟ୍ସଆପ୍‌ ମାଧ୍ୟମରେ ଯେକୌଣସି ପରବର୍ତ୍ତୀ ଷ୍ଟେସନରେ ଖାଦ୍ୟ ଅର୍ଡର କରିବାକୁ ଆପଣ Zoop ବ୍ୟବହାର କରିପାରିବେ। ହ୍ୱାଟ୍ସଆପ୍‌ରେ ଚ୍ୟାଟ୍‌ ୟୁଜରମାନେ ରିୟଲ-ଟାଇମ୍‌ ଫୁଡ୍‌ ଟ୍ରାକିଂର ମଧ୍ୟ କରି ପାରିବେ। ଏହାସହ ଫିଡ୍‌ବ୍ୟାକ୍‌ ବି ଦେଇପାରିବେ ଏବଂ ନିଜ ଅର୍ଡର ସମ୍ୱନ୍ଧୀୟ ସହାୟତା ପ୍ରାପ୍ତ କରିପାରିବେ। ଏହି ସୁବିଧା ହେତୁ ଯାତ୍ରୀମାନଙ୍କୁ ଅନ୍ୟ ବିକ୍ରେତାଙ୍କ ଉପରେ ନିର୍ଭର କରିବାକୁ ପଡିବ ନାହିଁ। ହ୍ୱାଟ୍ସଆପ୍‌ ମାଧ୍ୟମରେ ରେଳ ଯାତ୍ରୀ ଏମିତି ବୁକ୍‌ କରନ୍ତୁ ଖାଦ୍ୟ।

ହ୍ୱାଟ୍ସଆପ୍‌ ମାଧ୍ୟମରେ କିପରି ଖାଦ୍ୟ ବୁକ୍ କରିବେ

ଆପଣ ହ୍ୱାଟ୍ସଆପ୍‌ ଯାଇ Zoop ଚାଟବଟ୍ ନମ୍ବର +91 7042062070 କୁ ମେସେଜ୍ କରିପାରିବେ।

ନିଜ ଫୋନ୍‌ରେ ହ୍ୱାଟ୍ସଆପ୍‌ ଖୋଲନ୍ତୁ ଏବଂ Zoop ନମ୍ୱର +91 7042062070 ରେ କେବଳ Hi ଲେଖି ପଠାନ୍ତୁ।

ଏହାପରେ ଆପଣଙ୍କୁ ଜୁପ୍‌ରୁ ଏକ ଜବାବ ମିଳିବ ,ଯେଉଁଥିରେ ଆପଣଙ୍କୁ ପଚରାଯିବ , ଆପଣ ଫୁଡ୍‌ ଅର୍ଡର କରିବାକୁ ଚାହାନ୍ତି କି , ପିଏନଆର ଷ୍ଟେଟସ ଚେକ୍‌ କରିବାକୁ ଚାହାନ୍ତି ଅର୍ଡର ଟ୍ରାକ୍‌ କରିବାକୁ ଚାହାନ୍ତି ଭଳି ଅନେକ ଅପସନ୍‌ ମିଳିବ।

ଯଦି ଆପଣ ଖାଦ୍ୟ ଅର୍ଡର କରିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ଖାଦ୍ୟର ଅର୍ଡର ଅପସନ ଉପରେ କ୍ଲିକ୍ କରିବାକୁ ପଡିବ ।

ଏହାପରେ ଆପଣଙ୍କୁ ନିଜର ୧୦ ଅଙ୍କର ପିଏନଆର ନମ୍ୱର ଦେବାକୁ ହେବ ।

ଆପଣଙ୍କୁ ପିଏନଆର୍‌ ଓ ଅନ୍ୟ ବିବରଣୀ ବିଷୟରେ ସ୍ପଷ୍ଟ କରିବାକୁ କୁହାଯିବ ।

ପୁଣି ଥରେ ଯେବେ ଆପଣ ସବୁ ଡିଟେଲ ଠିକ୍‌ ହେବାର ନିଶ୍ଚିତ କରି ଦେବେ , ତ ଆପଣଙ୍କୁ ଷ୍ଟେସନକୁ ବାଛିବା ପାଇଁ କୁହାଯିବ , ଯେଉଁଠି ଆପଣ ନିଜର ଭୋଜନ ପହଞ୍ଚାଇବାକୁ ଚାହାନ୍ତି।

ଷ୍ଟେସନ୍ ଚୟନ କରିବା ପରେ ଆପଣଙ୍କୁ ରେଷ୍ଟୁରାଣ୍ଟ ବାଛିବାକୁ ପଡିବ ଯେଉଁଠାରୁ ଆପଣ ନିଜ ଖାଦ୍ୟ ଅର୍ଡର କରିବାକୁ ଚାହୁଁଛନ୍ତି ।

ତା’ପରେ ଆପଣ ଖାଇବାକୁ ଚାହୁଁଥିବା ଡିସ୍‌ ବାଛନ୍ତୁ।

ଥରେ ଯେବେ ଆପଣ ଅର୍ଡର ଦେଇ ସାରନ୍ତି , ତ ଆପଣଙ୍କୁ ଅର୍ଡରର ଡିଟେଲ ମିଳିଯିବ ଏବଂ ପୁଣି ଆପଣଙ୍କୁ ପେମେଣ୍ଟ କରିବାକୁ ଆଗକୁ ବଢ଼ିବାକୁ ହେବ ।

ଆପଣ ୟୁପିଆଇ , ନେଟବ୍ୟାକିଂ ଆଦି ଭଳି ସର୍ଭିସ୍‌ ମାଧ୍ୟମରେ ପେମେଣ୍ଟ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.