ରିଲାଏନ୍ସ ଜିଓର ମନସୁନ୍ ଧମାକା : ଲଞ୍ଚ ହେଲା ଜିଓ ଫୋନ୍-୨ ଓ ଜିଓ ଗିଗା ଟିଭି

jio_phone_2ନୂଆଦିଲ୍ଲୀ : ଜିଓ ନେଟଓ୍ଵର୍କର ମେଗା ମନସୁନ୍ ହଙ୍ଗାମା ଅଫରରେ ଲଞ୍ଚ କରିଛି ଜିଓ ଫୋନ୍-୨ । ଗିଗା ରାଉଟର, ଗିଗା ଫାଇବର ଓ ଜିଓ ଗିଗା ଟିଭି ସେଟଅଫ୍ ବକ୍ସ ଆରମ୍ଭ ହୋଇଛି । ଜିଓ ଗିଗା ଟିଭିରେ ଭଏସ୍ କମାଣ୍ଡ ରହିବ। ଏଥିରେ କଥା କହିଲେ, ଟିଭି ଚାଲିବ । ରିମୋଟରେ ନୂଆ ଅପସନ୍ ରହିବ। ଏଣିକି ଟିଭିରେ ଭିଡିଓ କଲିଂ କରିହେବ । ଜଣେ ଗିଗା ଟିଭି ୟୁଜର ଅନ୍ୟ ଜଣେ ଟିଭି ୟୁଜରଙ୍କୁ ଫୋନ୍ କରିପାରିବ । ଜିଓ ଫୋନ୍-୨ ଆସନ୍ତା ଅଗଷ୍ଟ ୧୫ ତାରିଖରୁ ଉପଲବ୍ଧ ହେବ । ୨ ହଜାର ୯୯୯ ଟଙ୍କାରେ ଜିଓ ଫୋନ୍-୨ ମିଳିପାରିବ । ଯେଉଁମାନଙ୍କ ପାଖରେ ଜିଓ ଫୋନ୍ ରହିଛି ସେମାନେ ଏକ୍ସଚେଞ୍ଜ କରିପାରିବେ ।

reliance-jiophone

ମାତ୍ର ଆଉ ୫ ଶହ ଏକ ଟଙ୍କା ଦେଲେ ଜିଓ ଫୋନ୍-୨ ମିଳିପାରିବ । ସେହିପରି ଏବେ ଜିଓ ଫୋନ୍ ୧୫ ଶହ ଟଙ୍କା ବଦଳରେ ୫ ଶହ ଟଙ୍କାରେ ମିଳିପାରିବ । ଜିଓ ଫୋନ୍ରେ କିଛିଟା ପରିବର୍ତ୍ତନ କରାଯାଇଛି । ଏବେ ୟୁଟ୍ୟୁବ୍, ଫେସବୁକ୍ ଓ ହ୍ଵାଟ୍ସଅପ୍ ଜିଓ ଫୋନରେ ମିଳିବ। ଏଣିକି କଥାରେ କହିଲେ, ୟୁଟ୍ୟୁବ୍, ଫେସବୁକ୍ ଓ ହ୍ଵାଟ୍ସଅପ୍ କାମ କରିବ। ସେହିପରି ଅଗଷ୍ଟ ୧୫ ତାରିଖରୁ ଗିଗା ଫାଇବର ପାଇଁ ରେଜିଷ୍ଟ୍ରେସନ୍ କରାଯିବ । ଯେଉଁ ସ୍ଥାନରୁ ଅଧିକ ରେଜିଷ୍ଟ୍ରେସନ୍ ମିଳିବ, ସେଠାରେ ଶୀଘ୍ର ଏହି ସର୍ଭିସକୁ ଲଞ୍ଚ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.