୧୦ମ ଓ ଦ୍ୱାଦଶ ପାସ୍‌ଙ୍କ ପାଇଁ ଭାରତୀୟ ବାୟୁ ସେନାରେ ଚାକିରି, ଏହି ତାରିଖ ସୁଦ୍ଧା ତୁରନ୍ତ କରି ପକାନ୍ତୁ ଆବେଦନ

ଭାରତୀୟ ବାୟୁ ସେନା (IFA)ରେ ନିଯୁକ୍ତି ସୁଯୋଗ। IFA କୁକ୍‌, ଏମ୍‌ଟିଏସ୍‌, ଏଲ୍‌ଡିସି, ଫାୟାରମ୍ୟାନ, ସିଭିଲ୍‌ ମେକାନିକାଲ୍‌ ଟ୍ରାନ୍ସପୋର୍ଟ ଡ୍ରାଇଭର ଆଦିର ଖାଲି ପଡ଼ିଥିବା ପଦରେ ଭର୍ତ୍ତି ପାଇଁ ଅଫଲାଇନ ଆବେଦନ ମାଗିଛି। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ ବିଜ୍ଞପ୍ତି ଜାରି ହେବା ତାରିଖଠାରୁ ୩୦ ଦିନ ଭିତରେ ନିଜର ଆବେଦନ ପଠାଇ ପାରିବେ। ଏହି ନିଯୁକ୍ତି ହେଡ୍‌କ୍ୱାର୍ଟର ସେଣ୍ଟ୍ରାଲ ଏୟାର କମାଣ୍ଡ, ହେଡ୍‌କ୍ୱାର୍ଟର ପୂର୍ବ ବାୟୁ କମାଣ୍ଡ, ହେଡ୍‌କ୍ୱାର୍ଟର ଦକ୍ଷିଣ ପଶ୍ଚିମ କମାଣ୍ଡ, ହେଡ୍‌କ୍ୱାର୍ଟର ଟ୍ରେନିଙ୍ଗ୍‌ କମାଣ୍ଡ, ହେଡ୍‌କ୍ୱାର୍ଟର ମେଣ୍ଟେନାନ୍ସ କମାଣ୍ଡ ଏବଂ ହେଡ୍‌କ୍ୱାର୍ଟର ପଶ୍ଚିମ ବାୟୁ କମାଣ୍ଡ ଅଧୀନରେ ଗ୍ରୁପ୍‌ ‘ସି’ ପଦଗୁଡ଼ିକ ପାଇଁ ରହିଛି।

ହେଡ୍‌କ୍ୱାର୍ଟର ସେଣ୍ଟ୍ରାଲ ଏୟାର କମାଣ୍ଡରେ ଏଲ୍‌ଡିସିର ଗୋଟିଏ ପଦ ଏବଂ ଏମ୍‌ଟିଏସ୍‌ର ୩ ପଦ ଖାଲି ଅଛି। ହେଡ୍‌କ୍ୱାର୍ଟର ପୂର୍ବ ବାୟୁ କମାଣ୍ଡରେ ସିଏମ୍‌ଟିଡି (ଓଜି)ର ୨ ପଦ ଏବଂ ଏଲ୍‌ଡିସିର ୨ ପଦ ଖାଲି ପଡ଼ିଛି। ସେହିପରି ହେଡ୍‌କ୍ୱାର୍ଟର ଦକ୍ଷିଣ ପଶ୍ଚିମ କମାଣ୍ଡରେ କୁକର ଗୋଟିଏ ପଦ ଖାଲି ରହିଛି। ଖାଲି ପଡ଼ିଥିବା ଏହି ପଦଗୁଡ଼ିକ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ପ୍ରାର୍ଥୀମାନେ ଅଫିସିଆଲ ନୋଟିଫିକେଶନ ଦେଖି ପାରିବେ। ଲୋୟର ଡିଭିଜନ କ୍ଲର୍କ (LDC) ପଦରେ ଆବେଦନ କରିବା ପାଇଁ ଆଶାୟୀମାନଙ୍କ ପାଖରେ କୌଣସି ମାନ୍ୟତା ପ୍ରାପ୍ତ ବୋର୍ଡରୁ ଦ୍ୱାଦଶ ପାସ୍‌ କିମ୍ବା କମ୍ପ୍ୟୁଟରରେ ପ୍ରତି ମିନିଟ୍‌ରେ ୩୫ ଇଂଲିଶ ଶବ୍ଦ ଏବଂ ପ୍ରତି ମିନିଟ୍‌ରେ ୩୦ ହିନ୍ଦୀ ଶବ୍ଦର ଟାଇପିଙ୍ଗ୍‌ ସ୍ପୀଡ୍‌ ଥିବା ଦରକାର।

କୁକ୍‌ ପଦରେ ଆବେଦନ କରିବା ପାଇଁ ଆଶାୟୀମାନଙ୍କ ପାଖରେ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୦ମ ପାସ୍‌, କ୍ୟାଟରିଙ୍ଗ୍‌ରେ ସାର୍ଟିଫିକେଟ୍‌ କିମ୍ବା ଡିପ୍ଲୋମା ସହିତ ଟ୍ରେଡ୍‌ରେ ୧ ବର୍ଷର ଅନୁଭବ ଥିବା ଦରକାର। ବଢ଼େଇ ପଦରେ ଆବେଦନ କରିବା ପାଇଁ ଆଶାୟୀମାନେ କୌଣସି ମାନ୍ୟତା ପ୍ରାପ୍ତ ବୋର୍ଡରୁ ୧୦ମ ପାସ୍‌ କିମ୍ବା କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାନରୁ ଟ୍ରେଡ୍‌ରେ ଆଇଟିଆଇ ସାର୍ଟିଫିକେଟ ଧାରକ ହେବା ଉଚିତ। ଯୋଗ୍ୟ ତଥା ଇଚ୍ଛୁକ ଆଶାୟୀ ଆପ୍ଲିକେଶନ ଫର୍ମକୁ ଇଂଲିଶ କିମ୍ବା ହିନ୍ଦୀରେ ଲେଖି ମଗା ଯାଇଥିବା ଦସ୍ତାବିଜ୍‌ ସହିତ ନିର୍ଦ୍ଧାରିତ ଠିକଣାରେ ପଠାଇ ଦିଅନ୍ତୁ। ଏଥିରେ ଆଶାୟୀମାନଙ୍କୁ ପାସ୍‌ପୋର୍ଟ ଆକାରର ଫଟୋ ଲଗାଇବାକୁ ପଡ଼ିବ। ଏହି ପଦଗୁଡ଼ିକରେ ଆଶାୟୀମାନଙ୍କର ଚୟନ ଲିଖିତ ପରୀକ୍ଷା ଆଧାରରେ ହେବ। ଭର୍ତ୍ତି ପାଇଁ ଆବେଦନର ଶେଷ ତାରିଖ ୨୯ ନଭେମ୍ବର ରହିଛି।

ବୟସ ସୀମା: ଗ୍ରୁପ୍‌ ‘ସି’ର ବିଭିନ୍ନ ପଦରେ ଭର୍ତ୍ତି ପାଇଁ ଆଶାୟୀମାନଙ୍କର ବୟସ ୧୮ରୁ ୨୫ ବର୍ଷ ଭିତରେ ହୋଇଥିବା ଦରକାର। ଯଦିଓ ସରକାରୀ ନିୟମ ଅନୁସାରେ, ସଂରକ୍ଷିତ ବର୍ଗର ଆଶାୟୀମାନଙ୍କୁ ଅଧିକତମ ବୟସ ସୀମାରେ କୋହଳ କରାଯିବ।

ଗୁରୁତ୍ୱପୂର୍ଣ୍ଣ ତାରିଖ

ନୋଟିଫିକେଶନ ତାରିଖ- ୩୦ ଅକ୍ଟୋବର

ଆବେଦନର ଶେଷ ତାରିଖ- ୨୯ ନଭେମ୍ବର ୨୦୨୧

ମୋଟ ଭର୍ତ୍ତି- ୭୯ ପଦ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.