ପାନ କାର୍ଡ ହେଉ କିମ୍ବା ଆଧାର ନମ୍ବର, କାହା ସହିତ ବି ଫାଇଲ୍ କରାଯାଇପାରେ ଆୟକର ରିଟର୍ଣ୍ଣ

କରଦାତାଙ୍କୁ ମୁକ୍ତି ଦେବା ପାଇଁ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏବେ ପାନ କାର୍ଡ ବଦଳରେ ଆଧାର କାର୍ଡ ଦ୍ବାରା ଟ୍ୟାକ୍ସ ରିଟର୍ଣ୍ଣ ଭରିବାର ସୁବିଧା ଦିଆଯାଇଛି। ଅର୍ଥ ମନ୍ତ୍ରୀ ଜଣାଇଛନ୍ତି ଯେ ୧୨୦ କୋଟିରୁ ଅଧିକ ଲୋକଙ୍କ ପାଖରେ ଆଧାର କାର୍ଡ ଅଛି। ଯେଉଁମାନଙ୍କ ପାଖରେ ପାନ କାର୍ଡ ନାହିଁ ସେମାନେ ଆଧାର କାର୍ଡ ଦ୍ବାରା ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଭରିପାରିବେ। ଏହାଦ୍ବାରା ଅନେକ ଲୋକଙ୍କୁ ଫାଇଦା ମିଳିବ। ଆଧାର କାର୍ଡ ଆଇଟିଆର ଫାଇଲ କରିବା ପାଇ ଜରୁରୀ କରିଦିଆଯାଇଛି।

ଏଥିପାଇଁ ଲିଙ୍କ୍ କରିବା ଜରୁରୀ

ଆୟକର ବିଭାଗ କରଦାତାଙ୍କୁ ନିଜର ରିଟର୍ଣ୍ଣ ଭରିବା ପାଇଁ ପାନ କାର୍ଡକୁ ଆଧାର କାର୍ଡ ସହିତ ଲିଙ୍କ୍ କରିବାକୁ ହେବ। ଯଦି ଏମିତି କରାଯାଏ ନାହିଁ ତେବେ କରଦାତା ନିଜର ରିଟର୍ଣ୍ଣ ଫାଇଲ୍ କରିପାରିବେ ନାହିଁ। ସୁପ୍ରୀମ କୋର୍ଟ ଗତ ବର୍ଷ ସେପ୍ଟେମ୍ବରରେ କେନ୍ଦ୍ର ଆଧାର ଯୋଜନାକୁ ସାମ୍ବିଧାନିକ ରୂପରେ ବୈଧ ବୋଲି ଧରାଯାଇଛି। କୋର୍ଟ ଜଣାଇଥିଲା ଯେ ପାନ ଦେବା ସମୟରେ ଆଧାର ଉଲ୍ଲେଖ ଅନିବାର‌୍ୟ୍ୟ ରହିବ।

ଅର୍ଥ ମନ୍ତ୍ରାଳୟ କରିଛନ୍ତି ସ୍ପଷ୍ଟ

ଅର୍ଥ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ୧ ଏପ୍ରିଲ ୨୦୧୯ କିମ୍ବା ଏହାପରେ ଦାୟର ହେବାକୁ ଥିବା ଆୟକର ରିଟର୍ଣ୍ଣରେ ଆୟକରଦାତାଙ୍କୁ ପାନ ସହିତ ନିଜର ଆଧାର ନମ୍ବର ଅନିବାର‌୍ୟ୍ୟ ରୂପରେ ଦେବାକୁ ହେବ। ଆୟକରଦାତାଙ୍କୁ ୩୦ ସେପ୍ଟେମ୍ବର ପର‌୍ୟ୍ୟନ୍ତ ପାନ ଏବଂ ଆଧାର ସହିତ ଯୋଡିବା ପାଇଁ ସମୟ ଦିଆଯାଇଛି।

ଏହା ସହ ପଢ଼ନ୍ତୁ : ଶେଷ ହୋଇଛି ୨୦୧୯-୨୦ ଆର୍ଥିକ ବଜେଟ, ଜାଣନ୍ତୁ କେଉଁ ଜିନିଷ ହେଲା ଶସ୍ତା ଏବଂ ମହଙ୍ଗା

ଏମିତି କରନ୍ତୁ ଲିଙ୍କ୍

-ଆୟକର ବିଭାଗର ଇ-ଫାଇଲିଂ ୱେବସାଇଟକୁ ଇଣ୍ଟରନେଟରେ ଖୋଲି ଦିଅନ୍ତୁ।

-ଏହାର ବାମ ପଟେ ଦିଆଯାଇଥିବା ଲାଲ ରଙ୍ଗ ଲିଙ୍କ୍ ଆଧାର ଉପରେ କ୍ଲିକ କରନ୍ତୁ।

-ଯଦି ଆପଣଙ୍କର ଆୟକର ଆକାଉଣ୍ଟ ନାହିଁ ତେବେ ପଞ୍ଜୀକରଣ କରାଇନିଅନ୍ତୁ।

-କ୍ଲିକ୍ କରି୧ବା ପରେ ପେଜ୍ ଖୋଲିବ ଯେଉଁଥିରେ ଆପଣଙ୍କୁ ଆଧାର ନମ୍ବର, ପାନ ନମ୍ବର ଏବଂ ଆଧାର ଅନୁସରାରେ ନାମ ଭରିବାକୁ ପଡିବ।

-ଏହାପରେ ଦିଆଯାଇଥିବା କାପ୍ଚା କୋଡକୁ ଟାଇପ୍ କରନ୍ତୁ।

-ସୂଚନା ଭରିବା ପରେ ତଳେ ଦେଖାଯାଇଥିବା ଲିଙ୍କ ଆଧାର ଅପସନ ଉପରେ କ୍ଲିକ କରନ୍ତୁ।

-ଏହାପରେ ଆପଣଙ୍କୁ ପାନ ସହିତ ଆଧାର କାର୍ଡ ଲିଙ୍କ୍ ହୋଇଯିବ।

ଏମିତି ଜାଣିପାରିବେ ଆଧାର ପାନ କାର୍ଡ ଲିଙ୍କର ଷ୍ଟାଟସ୍

-ଆୟକର ବିଭାଗର ୱେବସାଇଟ୍ କୁ ଯିବାକୁ ହେବ।

-ଏଠାରେ ଲିଙ୍କ୍ ଆଧାର ନାମରେ ଏକ ଅପସନ ରହିଛି।

-ଏହା ଉପରେ କ୍ଲିକ କରିବା ପରେ ଏକ ୱିଣ୍ଡୋ ଖୋଲିବ।

-ଏହି ୱିଣ୍ଡୋରେ ଆପଣଙ୍କୁ କ୍ଲିକ ହିଅର ଅପସନ ଉପରେ କ୍ଲିକ କରିବାକୁ ହେବ।

-ଏକ ନୂଆ ପେଜ୍ ଖୋଲିବ, ଏଥିରେ ପାନ କାର୍ଡ ନମ୍ବର ଏବଂ ଆଧାର ନମ୍ବର ଦେବାକୁ ହେବ।

-ଏହାପରେ ଆପଣଙ୍କୁ କାର୍ଡ ଲିଙ୍କ ହେବାର ଷ୍ଟାଟସ୍ ଜଣା ପଡିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.