ସଞ୍ଜୁ ଶିଖାଇବ ସଂଚୟ ଏବଂ ନିବେଶର ପାଠ : ସଞ୍ଜୟ ଦତ୍ତଙ୍କ ବାୟୋପିକରେ ରହିଛି ୫ ଟିପ୍ସ

ବକ୍ସ ଅଫିସରେ ଧମାଲ୍ ମଚାଇଛି ସଞ୍ଜୟ ଦତ୍ତଙ୍କ ବାୟୋପିକ୍ ’ସଞ୍ଜୁ’ । ସବୁ ବର୍ଗର ଦର୍ଶକଙ୍କ ସହ ଆଲୋଚକଙ୍କ ପ୍ରଶଂସା ମଧ୍ୟ ସାଉଁଟିଛି ସିନେମାଟି । ଦର୍ଶକଙ୍କ ହୃଦୟରେ ରାଜ୍ କରୁଛି ସଞ୍ଜୁ । କିନ୍ତୁ ସିନେମାରେ ଲୁଚି ରହିଛି ପର୍ସନାଲ୍ ଫାଇନାନ୍ସର କିଛି ଟିପ୍ସ । ଯାହା ଆପଣଙ୍କୁ ନିବେଶ ଏବଂ ସଂଚୟର ପାଠ ପଢାଇବ ।

ବନ୍ଧୁ ଏବଂ ସଂପର୍କୀୟଙ୍କ ଉପରେ ଆଖି ବନ୍ଦ କରି ବିଶ୍ବାସ କରନ୍ତୁ ନାହିଁ :
ଆମ ଜୀବନରେ ପରାମର୍ଶ ଦେବା ଲୋକ ବହୁତ୍ ଅଛନ୍ତି । ଯାହାଙ୍କ କଥା ଆମେ ଆଖି ବନ୍ଦ କରି ବିଶ୍ବାସ କରିଥାଉ । ସଞ୍ଜୟ ଦତ୍ତ ମଧ୍ୟ ନିଜ ଜଣେ ସାଙ୍ଗ କଥାରେ ପଡି ଡ୍ରଗ୍ସ ଅଭ୍ୟସ୍ତ ହୋଇଯାଇଥିଲେ । କାରଣ ତାକୁ କେବଳ ସଞ୍ଜୁର ଟଙ୍କା ଦରକାର ଥିଲା । ତେଣୁ ନିବେଶ ଏବଂ ସଂଚୟ ମାମଲାରେ ବନ୍ଧୁ ଏବଂ ସଂପର୍କୀୟଙ୍କ କଥା ଆଖି ବନ୍ଦ କରି ବିଶ୍ବାସ କରନ୍ତୁ ନାହିଁ । ଏଥିପାଇଁ ଇନଭେଷ୍ଟମେଂଟ୍ ଏଜେଣ୍ଟ ଏବଂ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।

ପଛ ଭୁଲରୁ ଶିକ୍ଷା ନିଅନ୍ତୁ :
ସିନେମାରେ ସଞ୍ଜୟ ଦତ୍ତ ନିଜ ପିଛିଲା ଭୁଲରୁ ଶିକ୍ଷା ନେଉଛନ୍ତି । ସେ ଡ୍ରଗ୍ସ ଛାଡୁଛନ୍ତି । ଏକେ ୪୬ ଅପରାଧରେ ଦଣ୍ଡ ଭୋଗୁଛନ୍ତି । ଆଉ ପଛ ଭୁଲରୁ ଶିକ୍ଷା ନେଇ ଆଗକୁ ସମାନ ଭୁଲ୍ ଦୋହରାଉ ନାହାଁନ୍ତି । ଠିକ୍ ସେମିତି ଆପଣ ମଧ୍ୟ ନିବେଶରେ ପଛ ଭୁଲରୁ ଶିକ୍ଷା ନିଅନ୍ତୁ । ଯେଉଁ ଇକ୍ୟୁଟି ଏବଂ ମ୍ୟୁଚୁଆଲ୍ ଫଣ୍ଡରୁ ରିଟର୍ଣ୍ଣ ମିଳୁନାହିଁ ସେଥିରେ ନିବେଶ କରନ୍ତୁ ନାହିଁ । ନିଜ ଫ୍ୟାମିଲି ଗୋଲ୍ ହିସାବରେ କମ୍ ରିସ୍କ ଥିବା ସ୍ଥାନରେ ନିବେଶ କରନ୍ତୁ ।

ଖରାପ ସମୟରେ କେହି କାମରେ ଆସନ୍ତି ନାହିଁ :
ସଞ୍ଜୁ ଫିଲ୍ମରେ ଦେଖାଯାଇଛି ଖରାପ ସମୟରେ ସଞ୍ଜୟ ଦତ୍ତଙ୍କ ସାଥ୍ କେହି ଦେଉ ନାହାଁନ୍ତି । ଠିକ୍ ସେମିତି ଆପଣଙ୍କ ଆର୍ଥିକ ସମସ୍ୟା ସମୟରେ ମଧ୍ୟ ବନ୍ଧୁ ଏବଂ ସମ୍ପର୍କୀୟଙ୍କଠାରୁ ସାହାଯ୍ୟ ମିଳିବା କଷ୍ଟ ହୋଇପାରେ । ତେଣିକି ଏହାର କାରଣ କେତେ ଗୁରୁତ୍ବପୂର୍ଣ୍ଣ ହେଉ ନା କାହିଁକି । ତେଣୁ ଏଭଳି ପରିସ୍ଥିତିରୁ ବଂଚିବା ପାଇଁ ସଂଚୟ କରି ରଖନ୍ତୁ ।

ଅଜଣା ଷ୍ଟକ୍ସରେ ବାଜି ଲଗାନ୍ତୁ ନାହିଁ :
ସଞ୍ଜୟ ଦତ୍ତ ନିଜ ଜୀବନରେ ଡ୍ରଗ୍ସରେ ଇନଭେଷ୍ଟ କରିଛନ୍ତି । ଯାହା ପ୍ରତି ବଦଳରେ ତାଙ୍କୁ କିଛି ଦେଇନଥାଏ । ଆପଣ ବି ନିବେଶ କରିବା ସମୟରେ ଧ୍ୟାନ ରଖନ୍ତୁ ଯେ ଅଜଣା ଷ୍ଟକ୍ସରେ ବାଜି ନଲଗାଇବେ ।

ଗଣମାଧ୍ୟମ ସବୁ କିଛି ସତ ଦେଖାଇନଥାଏ :
ସଞ୍ଜୁ ମିଡିଆର ଖୁବ୍ ଆଲୋଚନା କରିଛି । ସେ କହିଛନ୍ତି ବହୁତ କିଛି ଘଟଣାକୁ ବଢାଇ ଚଢାଇ ଦେଖାଇଛି ମିଡିଆ । ପର୍ସନାଲ୍ ଫାଇନାନ୍ସ ପାଇଁ ଏହା ନିହାତି ଜରୁରୀ । ଗଣମାଧ୍ୟମ ଯାହା ବି ଦେଖାଇଥାଏ ସବୁ କିଛି ଠିକ୍ ଦେଖାଇନଥାଏ । ସେଥିପାଇଁ ଗଣମାଧ୍ୟମରେ ଦେଖାଯାଉଥିବା ଖବର ଉପରେ ଆଖି ବନ୍ଦ କରି ଭରସା କରନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.