ସାମସଙ୍ଗ୍ ‘ଗାଲାକ୍ସି ଅନ୍ ୬’ ହେଲା ଲଞ୍ଚ : ମାତ୍ର ୧୪,୪୯୦ ଟଙ୍କାରେ ରହିଛି ଏହି ଧମାକେଦାର ଫିଚରସ

samsung galaxy on6

ନୂଆଦିଲ୍ଲୀ : ସାମସଙ୍ଗ୍ ଏହାର ଅନ୍ ସିରିଜର ସ୍ମାର୍ଟଫୋନ୍ ଗାଲାକ୍ସି ଅନ୍ ୬ ଆଜି ଲଞ୍ଚ କରିଛି। ଏଥିରେ ଫୁଲ୍ ସ୍କ୍ରିନ ଆମୋଏଲିଡି ଡ଼ିସପ୍ଲେ ରହିଛି। ଏହାର ଲଞ୍ଚିଂ ମୂଲ୍ୟ ୧୫,୪୯୦ ରହିଥିବା ବେଳେ କମ୍ପାନୀ ତରଫରୁ ରିହାତି ଦିଆଯାଇ ରହିଛି ୧୪,୪୯୦ଟଙ୍କା। କମ୍ପାନୀ ଏହି ସ୍ମାର୍ଟଫୋନକୁ କମ ମୂଲ୍ୟ ବିଶିଷ୍ଟ କରିବା ସହ ଅଧିକ ଫିଚର ସମ୍ପର୍ଣ୍ଣ କରିଛି।

ଏଥିରେ ୪ଜିବି ରାମ୍ ରହିଥିବା ବେଳେ ଇଣ୍ଟରନାଲ ମେମୋରୀ ୬୪ ଜିବି ରହିଛି। ଆପଣ ଏହାକୁ ୧୬୧୦ ଟଙ୍କା ନୋ କଷ୍ଟ ଇଏମଆଇରେ ମଧ୍ୟ କିଣିପାରିବେ। ଏହା ସହ କମ୍ପାନୀ ଏହି ସ୍ମାର୍ଟଫୋନ ପାଇଁ ୯୯୯ଟଙ୍କାର ମୋବାଇଲ ପ୍ରୋଟେକସନ୍ ପ୍ଲାନ୍ କେବଳ ୪୯ ଟଙ୍କାରେ ଦେଉଛନ୍ତି। ଲଞ୍ଚିଂକୁ ଅଧିକ ଆକର୍ଷଣୀୟ କରିବା ପାଇଁ କମ୍ପାନୀ ଅଭିନେତା ଟାଇଗର ଶ୍ରଫ୍ଙ୍କୁ ଏହାର ବ୍ରାଣ୍ଡ ଆମ୍ବାସଡର କରିବା ସହ ତାଙ୍କର ୫ଟି ଭିଡ଼ିଓ ପୋଷ୍ଟ କରିଛି।

ଏବେ ଆସନ୍ତୁ ନଜର ପକାଇବା ଏହାର କିଛି ଆକର୍ଷଣୀୟ ଫିଚର ଉପରେ।

ନିଶ୍ଚିତ ପଢନ୍ତୁ: ଦୁନିଆର ସବୁଠାରୁ ଛୋଟ କମ୍ପ୍ୟୁଟର : ଦେଖିବାକୁ ଏକଦମ୍ ଚାଉଳ ଦାନା ସଦୃଶ

ଗାଲାକ୍ସି ଅନ୍୬ର ଫିଚରସ

  • ସ୍ମାର୍ଟଫୋନଟି ୫.୬ ଇଞ୍ଚ ବିଶିଷ୍ଟ ଏଚଡ଼ି ଏବଂ ଆମୋଏଲିଡ଼ି ସ୍କ୍ରିନ୍ ସପୋର୍ଟ କରୁଛି ।ଏଥିରେ ଆଣ୍ଡ୍ରଏଡ଼ ଭର୍ସନ୍ ୮.୦ ରହିଛି।
  • ଏହା ୪ଜିବି ରାମ୍ ଆଉ ୬୪ ଜିବି ମେମୋରୀ ବିଶିଷ୍ଟ ରହିଛି। ଏଥିସହ ଏହା ଅତିରିକ୍ତ ୨୫୬ଜିବି ମେମୋରୀ କାର୍ଡ଼ ମଧ୍ୟ ସପୋର୍ଟ କରିବ।
  • ଏହି ସ୍ମାର୍ଟଫୋନ ୧.୬ ଗିଗାହର୍ସ ଅକ୍ଟା-କୋର ପ୍ରୋସେସର ସହ ୩୦୦୦ଏମଏଏଚ୍ ବିଶିଷ୍ଟ ବ୍ୟାଟେରୀ ସପୋର୍ଟ କରୁଛି।
  • ମୋବାଇଲର ସାମ୍ନା କ୍ୟାମେରା ୮ ମେଗାପିକସେଲ ହୋଇଥିବା ବେଳେ ପଛ କ୍ୟାମେରା ରହିଛି ୧୩ ମେଗାପିକସେଲ। ଏହାର କ୍ୟାମେରା କ୍ବାଲିଟି ଭଲ ରହିଥିବା ବେଳେ ଏଥିରେ ସେଲଫି ଫୋକସ୍, ବିଉଟି ମୋଡ଼, କ୍ୟାମେରା ଷ୍ଟିକର ଆଦି ଫିଚରସ ରହିଛି।
  • ଫୋନର ସିକ୍ୟୁରିଟି ପାଇଁ ଫେସ୍ ଅନଲକ୍ ଏବଂ ଫିଙ୍ଗର ସେନ୍ସସର୍ ଆଦି ସୁବିଧା ଦିଆଯାଇଛି। ଏହାର ଏକ ଖାସ ଫିଚର ହେଉଛି ଆପଣ ଭିଡ଼ିଓ ଦେଖୁଥିବା ସମୟରେ ଏକା ସାଥିରେ ହ୍ବାର୍ଟ୍ସଆପରେ ମଧ୍ୟ ଚାର୍ଟ କରିପାରିବେ।

ସାମସଙ୍ଗ୍ ଅନ୍ ୬କୁ ଏନଡ଼ିଟିଭିରେ ୪ଷ୍ଟାର ରେଟିଙ୍ଗ୍ ହୋଇଥିବା ବେଳେ ଅନ୍ୟାନ୍ୟ ୱେବସାଇଟ ମଧ୍ୟ ଏହାକୁ ଭଲ ରେଟିଙ୍ଗ ପ୍ରଦାନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.