ଶାନଦାର ହେବାକୁ ଯାଉଛି ଛୋଟ ଗାଡିର ବଜାର, ବହୁତ ଜଲଦି ଲଞ୍ଚ ହେବାକୁ ଯାଉଛି ଏହି ଶସ୍ତା SUV

କିଆ ମୋଟର୍ସ ନିଜର ନୂଆ ସବକମ୍ପାକ୍ଟ ସେଗମେଣ୍ଟରେ ୪ ମିଟର ରୁ ଛୋଟ ଏସୟୁଭି କୁ ୧୮ ସେପ୍ଟେମ୍ବରରେ ଭାତରରେ ଲଞ୍ଚ କରିବ ଏବଂ ଏହାର ଦାମ ମଧ୍ୟ ଘୋଷଣା କରିବ। ଟୋୟାଟା ମଧ୍ୟ ଅର୍ବାନ କ୍ରୁଜର ନାମକ ଛୋଟ ଏସୟୁଭି ମାର୍କେଟକୁ ଆଣୁଛି। ରେନୋ-ନିସାନ ମଧ୍ୟ ଛୋଟ ଏସୟୁଭି ଆଣିବା ପାଇଁ ଘୋଷଣା କରିସାରିଛି। ସବୁ ୪-ମିଟର ଏସୟୁଭି ସେଗମେଣ୍ଟ ବହୁତ ହଟ୍‌ ଏବଂ ଆକର୍ଷକ ହେବାକୁ ଯାଉଛି। କାରଣ ଆହୁରି ବି ଅଟୋ କମ୍ପାନୀ ଏହି ସେଗଣ୍ଟେ ଉପରେ ନଜର ପକାଇଛନ୍ତି। ଆସନ୍ତୁ ଜାଣିବା ଅପକମିଙ୍ଗ୍‌ ଏସୟୁଭି ବିଷୟରେ।

ନିସାନ୍‌ ମ୍ୟାଗ୍ନାଇଟ୍‌

nissanନିସାନ କମ୍ପାନୀ ମ୍ୟାଗନାଇଟ୍‌ କୁ ଏମିତି ଦମଦାର କରିଛି ଯାହା ଭାରତରେ ଲଞ୍ଚ ହେବା ପରେ ମାରୁତି ସୁଜୁକି, ହ୍ୟୁଣ୍ଡାଇ ଭେନ୍ୟୁ ଏବଂ କିଆର ଆଗାମୀ କାର ସନେଟକୁ କଡା ମୁକାବିଲା କରିବ। ପ୍ଲାଟଫର୍ମରେ ବେସଡ୍‌ ମ୍ୟାଗନାଇଟ ଏସୟୁଭି ଦୁଇ ଇଞ୍ଜିନ ବିକଳ୍ପ ସହିତ ଆସିବ। ଏଥିରେ ଗୋଟିଏ ୭୨ ପିଏସ୍‌, ୧.୦ ଲିଟର, ୩-ସିଲିଣ୍ଡର, ପେଟ୍ରୋଲ ଇଞ୍ଜିନ ଏବଂ ଅନ୍ୟଟି ହେଉଛି ୯୫ ପିଏସ, ୧.୦ ଲିଟର, ୩-ସିଲିଣ୍ଡର ଟର୍ବୋଚାର୍ଜଡ-ପେଟ୍ରୋଲ ୟୁନିଟ ହେବ। ଏହି ଇଞ୍ଜିନ ମାନୁଆଲ ଗିୟରବକ୍ସ ସହିତ ଆସିବ। ପେଟ୍ରୋଲ ଇଞ୍ଜିନରେ ଏଏମଟି ଅଟା ଅପସନ ଏବଂ ଟର୍ବୋ-ପେଟ୍ରୋଲ ୟୁନିଟରେ ସିବିଟି ଅଟୋମେଟିକ ଅପସ୍‌ ମଧ୍ୟ ମିଳିବ। ନିସାନ ନିଜର ବହୁପ୍ରତୀକ୍ଷିତ ସବ-କଣ୍ଟାକ୍ଟ ଏସୟୁଭି ମ୍ୟାଗନାଇଟ କମ୍ପାକ୍ଟକୁ ୧୬ ଜୁଲାଇକୁ ଓ୍ଵାଲର୍ଡ ପ୍ରିମିୟର କରିଥିଲା। ସେହିପରି କମ୍ପାନୀ ଏହାକୁ ଜାନୁଆରୀ ୨୦୨୧ରେ ଲଞ୍ଚ କରିପାରେ।

ରେନୋ କାଇଗର

renoଫ୍ରଞ୍ଚ ଅଟୋ କମ୍ପାନୀ ରେନୋ ନିଜର ସବ୍‌-୪ ମିଟର କମ୍ପାକ୍ଟ ଏସୟୁଭିକୁ ଚଳିତ ବର୍ଷ ଲଞ୍ଚ୍‌ କରିପାରେ। ଏହି ୟୁଏସଭିକୁ ଅନେକ ଥର ଟେଷ୍ଟିଙ୍ଗ ସମୟରେ ସ୍ପଟ କରାଯାଇପାରେ। ଏହାକୁ ଅନେକ ଥର ଟେଷ୍ଟିଙ୍ଗ୍‌ ସମୟରେ ସ୍ପଟ୍‌ କରାଯାଇସାରିଛି। ଏହାର ମୁକାବିଲା ମାରୁତି ସୁଜୁକି ଭିଟାରା ବ୍ରେଜା, ହ୍ୟୁଣ୍ଡାଇ ଭେନ୍ୟୁ, ଟାଟା ନେକ୍ସନ ଏବଂ ମହିନ୍ଦ୍ରା XUV500 ରେ ହେବ। ନୂଆ କାର ରେନୋର ନୂଆ ପ୍ଲାଟଫର୍ମ CMF-A+ ରେ ତିଆରି କରାଯାଇଛି। ଏଥିରେ ୧.୦ ଲିଟରର ପେଟ୍ରୋଲ ଇଞ୍ଜିନ ମିଳିବ। ସେହିପରି ଟର୍ବୋ ଇଞ୍ଜିନ ସହିତ ସିଭିଟିର ଅପସନ୍‌ ମିଳିବ। ଏହାର ପ୍ରାରମ୍ଭିକ ଦାମ ୯ ଲକ୍ଷ ରଖାଯାଇପାରେ।

Citroen C21

sitronସିଟ୍ରୋନ ମଧ୍ୟ ଭାରତରେ ନିଜର ଛୋଟ ଏସୟୁଭି ଆଣିବା ପ୍ରସ୍ତୁତିରେ। କମ୍ପାନୀ ଭାରତରେ C5 ଏୟାରକ୍ରସ ପ୍ରିମିୟମ ଏସୟୁଭିକୁ ଆସନ୍ତା ବର୍ଷ ପ୍ରଥମ ମାସରେ ଭାରତରେ ଲଞ୍ଚ୍‌ କରିପାରେ। ସେହିପରି କମ୍ପାନୀ ୪-ମିଟରରୁ ଛୋଟ ଏସୟୁଭିର କୋଡନେମ ସି୨୧। ନୂଆ ଏସୟୁଭିକୁ କମନ ମଡ୍ୟୁଲାର ପ୍ଲାଟଫର୍ମରେ ପ୍ରସ୍ତୁତ କରାଯିବ। ଯେଉଁଥିରେ ନୂଆ ପ୍ୟୁଜୋ ୨୦୮କୁ ତିଆରି କରାଯାଇଛି। ସେହିପରି ଏହା ୧.୨ ଲିଟର ନ୍ୟାଚୁରାଲି ଏସ୍ପିରେଟେଡ ପେଟ୍ରୋଲ ଏବଂ ୧.୨ ଲିଟର ଟର୍ବୋଚାର୍ଜଡ ପେଟ୍ରୋଲ ଇଞ୍ଜିନରେ ଲଞ୍ଚ୍‌ କରାଯିବ। ଯାହା ୧୩୦ ବିଏଚପି ପାଓ୍ଵାର ଦେବ। ଏହାସହିତ ୧.୫ ଲିଟର ଡିଜେଲ ଇଞ୍ଜିନର ମଧ୍ୟ ବିକଳ୍ପ ମିଳିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.