ଫେକ୍ ମେସେଜରେ ବାଧକ ସାଜିବ ହ୍ବାର୍ଟ୍ସ ଆପର ଏହି ନୂଆ ଫିଚର !

whats appନୂଆଦିଲ୍ଲୀ : ବିଗତ କିଛି ଦିନ ହେବ ମେସେଜିଂ ଆପ୍ ହ୍ବାର୍ଟ୍ସଆପରେ ବିଭିନ୍ନ ପ୍ରକାରର ଅପରାଧ ବଢ଼ିବାରେ ଲାଗିଛି। ଫରୱାଡ଼େଡ଼୍ ମେସେଜ୍ ଦ୍ବାରା ଅନେକ ଅଘଟଣ ଘଟୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଏଣୁ ବର୍ତ୍ତମାନ ଏହାକୁ ରୋକିବା ପାଇଁ ପଦକ୍ଷେପ ଉଠାଇଛି ହ୍ବାର୍ଟ୍ସଆପ। କମ୍ପାନୀ ଏଥିପାଇଁ ଏକ ନୂଆ ଫିଚର ପ୍ରସ୍ତୁତ କରୁଛି। ଏହା ଦ୍ବାରା ମେସେଜରେ ସେୟାର କରାଯାଉଥିବା ଲିଙ୍କ ଠିକ୍ ଉପଭୋକ୍ତାଙ୍କ ପାଖରୁ ଆସିଛି ନାହିଁ ଜାଣିହେବ। ଏହି ନୂଆ ଫିଚର ନାମ ‘ସସପିସିୟସ୍ ଲିଙ୍କ ଡ଼ିଟେକ୍ଟସନ୍’ ରଖାଯାଇଛି।

fake msg

ସୂଚନା ମୁତାବକ , ଏହି ଫିଚରଟି ହ୍ବାର୍ଟ୍ସଆପର ଆଣ୍ଡ୍ରଏଡ଼ ଭର୍ସନ୍ ୨.୧୮.୨୪ରେ ଟେଷ୍ଟ କରାଯାଇଛି। ସସପେସିୟସ୍ ଲିଙ୍କ୍ ଡ଼ିଟେକସନ୍ ଦ୍ବାରା ହ୍ବାର୍ଟ୍ସଆପରେ ଆସିଥିବା କୌଣସି ଲିଙ୍କ ଉପରେ ସନ୍ଦେହ ଜାଗ୍ରତ ହେଲେ କମ୍ପାନୀ ତାହାର ଗ୍ରାହକଙ୍କୁ ଏହା ବିଷୟରେ ଅବଗତ କରାଇବ। ଖାଲି ସେତିକି ନୁହଁ ଯଦି ମେସେଜରେ ଆସିଥିବା ଲିଙ୍କଟି ଫେକ୍ କିମ୍ବା ସ୍ପାମ୍ ହୋଇଥିବ ତେବେ ଏନେଇ ଲିଙ୍କ ସମ୍ନାରେ ଲାଲି ରଙ୍ଗର ସସପିସିୟସ୍ ଲିଙ୍କ ଲେଖାହୋଇଥିବ। ଯାହା ଦ୍ବାରା ଗ୍ରାହକ ଫେକ୍ ଲିଙ୍କ ବିଷୟରେ ସହଜରେ ଅବଗତ ହୋଇପାରିବେ। ଏହାପରେ ମଧ୍ୟ ଗ୍ରାହକ ଯଦି ଏହି ଲିଙ୍କକୁ କ୍ଳିକ୍ କରି ଖୋଲିବାକୁ ଚେଷ୍ଟା କରନ୍ତି , ତେବେ ହ୍ବାର୍ଟ୍ସ ଆପ ତରଫରୁ ତାଙ୍କୁ ସର୍ତକ ମେସେଜ୍ “This link contains unusual characters. It may be trying to appear as another site.” ବୋଲି ମେସେଜ୍ ଆସିବ।

fake msg

ସୂଚନା ଅନୁଯାୟୀ, ହ୍ବାର୍ଟ୍ସ ଆପର ବେଟା ଭର୍ସନରେ ଫେକ୍ ମେସେଜ୍ ଉପରେ ରୋକ୍ ଲଗାଇବା ପାଇଁ ଆଉ ଏକ ଫିଚର ମଧ୍ୟ ଟେଷ୍ଟ କରାଯାଉଛି। ସେଥିରେ କିଛି ମେସେଜ୍ ଫରୱାର୍ଡ଼ କରିବା ଦ୍ବାରା ଏହାର ଉପରେ ‘Forwarded’ ଲେଖା ମିଳିବ। ଏବେ ଦେଖିବା ଫେକ୍ ନ୍ୟୁଜକୁ ଅଟକାଇବା ପାଇଁ କମ୍ପାନୀ କେତେ ଦୂର ସକ୍ଷମ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.