ଦେଶରେ ୭୫ ଲକ୍ଷ ପାର କଲା କରୋନା ସଂକ୍ରମଣ, ଗତ ୨୪ ଘଣ୍ଟାରେ ଆଉ ୫୫ ହଜାର ୭୨୨ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ୭୫ ଲକ୍ଷ ପାର କଲା ସଂକ୍ରମଣ । ଦେଶରେ ଗତ ୨୪ ଘଣ୍ଟାରେ ଆଉ ୫୫ ହଜାର ୭୨୨ ଆକ୍ରାନ୍ତ ଚିହ୍ନଟ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂକ୍ରମଣ ସଂଖ୍ୟା ୭୫ ଲକ୍ଷ ୫୦ ହଜାର ୨୭୩କୁ ବୃଦ୍ଧି ପାଇଛି ।

ସେପଟେ ଦିନକରେ ଆଉ ୫୭୯ ଜୀବନ ନେଲା କରୋନା । ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୧୪ ହଜାର ୬୧୦ରେ ପହଞ୍ଚିଲା । ୬୬ ଲକ୍ଷ ୬୩ ହଜାର ୬୦୮ ଆରୋଗ୍ୟ ହୋଇଥିବାବେଳେ ଆକ୍ଟିଭ୍‌ କେସ୍‌ ରହିଛି ୭ ଲକ୍ଷ ୭୨ ହଜାର ୫୫ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.