ତିନି ମାସ ପରେ ଆର ଭାଲ୍ୟୁ ୧ ଟପିଲା: ୨ହଜାର ଟପିଲା ଦେଶରେ ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ତିନି ମାସ ପରେ ଆର ଭାଲ୍ୟୁ ୧ ଟପିଲା। ଦେଶରେ ଦୈନିକ କରୋନା ସଂକ୍ରମଣ ୨ହଜାର ଟପିଛି। ଗତ ୨୪ଘଣ୍ଟାରେ ୨୦୬୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୪୦ଜଣଙ୍କ ମୃତ୍ୟୁ ହୋଇଛି। ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ଚିକିତ୍ସାଧୀନ ଆକ୍ରାନ୍ତଙ୍କ ସଂଖ୍ୟା ୧୨ହଜାର ୩୪୦କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ସହ ୩ ମାସ ପରେ ପ୍ରଥମ କରି କରୋନାର ଆର୍‌ ଭାଲ୍ୟୁ ୧ ଉପରକୁ ଉଠିଛି।

ମଙ୍ଗଳବାରଠାରୁ ବୁଧବାରର ସଂକ୍ରମଣରେ ୬୫ ପ୍ରତିଶତ ବୃଦ୍ଧି ହୋଇଥିବାରୁ ଆର ଭାଲ୍ୟୁ ୧ ଉପରକୁ ଉଠିଛି। ଦିଲ୍ଲୀରେ ହୁ ହୁ ହୋଇ ବଢ଼ୁଛି ସଂକ୍ରମଣ । ୧ ହଜାର ଟପିଛି ଦୈନିକ ସଂକ୍ରମଣ । ଗୋଟିଏ ଦିନରେ ୬୦ ପ୍ରତିଶତ ଲମ୍ଫ । ଗତ ୨୪ ଘଣ୍ଟାରେ ୧ହଜାର ୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଗତ ଫେବ୍ରୁଆରୀ ୧୦ ପରଠାରୁ ଦିଲ୍ଲୀରେ ଏହା ସର୍ବାଧିକ ଦୈନିକ ସଂକ୍ରମଣ । ଫେବ୍ରୁଆରୀ ୧୦ରେ ଦିଲ୍ଲୀରେ ୧ହଜାର ୧୦୪ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେହିପରି ଦୈନିକ କେସ୍‌ ବଢ଼ିବା ସହ ପଜିଟିଭିଟି ହାର ବଢ଼ିଛି । ୫.୭ ପ୍ରତିଶତକୁ ବଢ଼ିଛି ପଜିଟିଭିଟି ହାର। ଗତ ୧୧ ତାରିଖରୁ ଦିଲ୍ଲୀରେ ସଂକ୍ରମଣ ବଢ଼ିବାରେ ଲାଗିଛି ।

ତେବେ ଦିଲ୍ଲୀରେ ହସ୍ପିଟାଲାଇଜେସନ୍‌ କମ୍‌ ରହିଛି । ୩ ପ୍ରତିଶତରୁ କମ୍‌ ସଂକ୍ରମିତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଦିଲ୍ଲୀରେ ସଂକ୍ରମଣ ବଢ଼ିବା ପରେ ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଏହାକୁ ଉଲଂଘନ କଲେ ୫୦୦ ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.