ସାରା ବିଶ୍ୱରେ ରେକର୍ଡ: ଦ୍ୱିତୀୟ ଦିନ ପାଇଁ ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ଉପରେ ନୂଆ ସଂକ୍ରମଣ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୩୦ ହଜାର ନୂଆ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଲଗାତର ଦ୍ୱିତୀୟ ଦିନ ପାଇଁ ୩ ଲକ୍ଷ ଉପରେ ରହିଛି ସଂକ୍ରମଣ । ଯାହାକି ସାରା ବିଶ୍ୱରେ ରେକର୍ଡ । କୌଣସି ଦେଶରେ ଲଗାତର ଦ୍ୱିତୀୟ ଦିନ ଧରି ୩ଲକ୍ଷ ଉପରେ କରୋନା ସଂକ୍ରମଣ ରହିବା ପ୍ରଥମ । ଯଦି ଏହି ପରିମାଣରେ କରୋନା ସଂଖ୍ୟା ବୃଦ୍ଧି ପାଏ, ତାହେଲେ ଭାରତ ସବୁ ରେକର୍ଡ ସୃଷ୍ଟି କରିବ । ଏହାସହ ଦେଶରେ ଲଗାତର ୧୭ ଦିନ ଧରି ୧ଲକ୍ଷ ଉପରେ ରହୁଛି ସଂକ୍ରମଣ ସଂଖ୍ୟା । ଲଗାତର ୧୦ ଦିନ ଧରି ୧୦୦୦ ଉପରେ ରହୁଛି ମୃତ୍ୟୁସଂଖ୍ୟା

। ଗତ ତିନିଦିନ ଧରି ୨୦୦୦ ଉପରେ ରହିଛି ମୃତ୍ୟୁସଂଖ୍ୟା । ଗତ ୧୦ ଦିନରେ ୧୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଛତିଶଗଡ଼ରେ ୧୬ ହଜାର ୭୫୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜସ୍ଥାନ, ଗୁଜରାଟ, ତାମିଲନାଡୁ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ବିହାର ଓ ଆନ୍ଧ୍ରପ୍ରଦେଶରେ ୧୦ ହଜାରରୁ ୧୫ ହଜାର ମଧ୍ୟରେ ରହୁଛି ସଂକ୍ରମଣ ସଂଖ୍ୟା । ହରିଆଣା, ଝାଡଖଣ୍ଡ, ଓଡ଼ିଶା, ତେଲେଙ୍ଗାନା ଓ ପଞ୍ଜାବରେ ୫ହଜାରରୁ ୧୦ ହଜାର ମଧ୍ୟରେ ରହୁଛି କରୋନା ପଜିଟିଭ୍‌ ସଂଖ୍ୟା । ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ଯାଇଛି ୫୬୮ ଜଣଙ୍କ ଜୀବନ । ଦିଲ୍ଲୀରେ ୩୦୬, ଛତିଶଗଡ଼ରେ ୨୦୭, ଉତ୍ତରପ୍ରଦେଶରେ ୧୯୫, ଗୁଜରାଟରେ ୧୩୭, କର୍ଣ୍ଣାଟକରେ ୧୨୩ ଜଣ କରୋନାରେ ପ୍ରାଣ ହରାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.