ଦେଶରେ ୨୪ ଘଣ୍ଟାରେ ୩ଲକ୍ଷ ୯୨ହଜାର ୪୮୮ ଜଣ କରୋନାରେ ସଂକ୍ରମିତ, ମୃତ୍ୟୁବରଣ କଲେ ୩,୬୮୯ଜଣ

ନୂଆଦିଲ୍ଲୀ: ଦେଶରେ ଘାତକ ହେଉଛି ମହାମାରୀ । ୪ ଲକ୍ଷ ତଳକୁ ଖସିଲା ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ୩ଲକ୍ଷ ୯୨ହଜାର ୪୮୮ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ମୃତ୍ୟୁବରଣ କରିଛନ୍ତି ୩ହଜାର ୬୮୯।

ସପ୍ତାହରେ ତୃତୀୟ ଥର ପାଇଁ ସାଢ଼େ ୩ ହଜାର ଟପିଲା ମୃତ୍ୟୁସଂଖ୍ୟା। ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯କୋଟି ୫୫ଲକ୍ଷ ୭ହଜାର ୪୫୭ରେ ପହଞ୍ଚିଛି। ମୃତ୍ୟୁ ସଂଖ୍ୟା ରହିଛି ୨ଲକ୍ଷ ୧୫ହଜାର ୫୪୨। ଆକ୍ଟିଭ କେଶ ରହିଛି ୩୩ଲକ୍ଷ ୪୯ହଜାର ୬୪୪।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.