ପ୍ରଥମ ଥର ପାଇଁ ଦେଶରେ ୩ ଲକ୍ଷ ଟପିଲା ଦୈନିକ ସଂକ୍ରମଣ ସଂଖ୍ଯା, ୨୪ ଘଣ୍ଟାରେ ୨୧୦୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ୩ ଲକ୍ଷ ଟପିଲା ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୩ ଲକ୍ଷ ୧୪ହଜାର ୮୩୫ ରେ ପହଞ୍ଚିଥିଛି। ବିଶ୍ୱରେ କୌଣସି ଦେଶରେ ଏତେ ସଂଖ୍ୟାରେ ଦୈନିକ ସଂକ୍ରମଣ ହୋଇ ନାହିଁ। ଆମେରିକାରେ ଜାନୁଆରିରେ ସର୍ବାଧିକ ୨ଲକ୍ଷ ୯୭ହଜାର ୩୪୦ ପଜିଟିଭ ଚିହ୍ନଟ ହୋଇଥିଲେ। ଗତ ୨୪ ଘଣ୍ଟାରେ ୨୧୦୪ ଜଣଙ୍କ ମୃତ୍ୟୁ ହୋଇଛି। କ୍ରମାଗତ ୪ ଦିନ ଧରି ଦେଶରେ ଅଢେଇ ଲକ୍ଷରୁ ଅଧିକ ସଂକ୍ରମିତ ହେଉଛନ୍ତି। ଫଳରେ ଏହି ୪ ଦିନରେ ୧୦ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଲେଣି।

ଫେବୃଆରି ପରଠାରୁ କରୋନା ସଂକ୍ରମଣ ଆକାଶଛୁଆଁ ଭାବେ ବୃଦ୍ଧି ଘଟିଛି। ଏପ୍ରିଲ ୪ ତାରିଖରେ ପ୍ରଥମେ ସଂକ୍ରମଣ ସଂଖ୍ୟା ୧ ଲକ୍ଷ ପାର କରିଥିଲା। ୧୭ ଦିନ ଭିତରେ ଏହି ସଂଖ୍ୟା ୩ ଲକ୍ଷ ପାର କରିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଯେଉଁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ତାର ୭୬ପ୍ରତିଶତ ସଂକ୍ରମିତ ୧୦ଟି ରାଜ୍ୟରୁ ବାହାରିଛନ୍ତି। ସେହିପରି ଗତ ୨୪ ଘଣ୍ଟାରେ ଯେତେ ଜଣଙ୍କ ମୃତ୍ୟ ହୋଇଛି ତାର ୮୩ପ୍ରତିଶତ ୧୦ଟି ରାଜ୍ୟରୁ ରହିଛନ୍ତି।

ମହାରାଷ୍ଟ୍ରରେ ୬୭ ହଜାର ୪୬୮ ଓ ଦିଲ୍ଲୀରେ ୨୪ ହଜାର ୬୩୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୧୭ଟି ରାଜ୍ୟରେ ରେକର୍ଡ ସଂଖ୍ୟକ ସଂକ୍ରମଣ ଦେଖିବାକୁ ମିଳିଛି। କର୍ଣ୍ଣାଟକ ୨୩, ୫୫୮, କେରଳ ୨୨, ୪୧୪, ରାଜସ୍ଥାନ ୧୪, ୬୨୨, ମଧ୍ୟପ୍ରଦେଶ ୧୩, ୧୦୭, ଗୁଜରାଟ ୧୨, ୫୫୩, ବିହାର ୧୨, ୨୨୨, ତାମିଲନାଡୁ ୧୧, ୬୮୧ ଓ ପଶ୍ଚିମ ବଙ୍ଗରେ ୧୦, ୭୮୪ ସଂକ୍ରମିତ ହୋଇଛନ୍ତି। ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୫୬୮ ଜଣଙ୍କ ମୃତ୍ୟୁ ହୋଇଛି।

ଦିଲ୍ଲୀରେ ୨୪୯, ଛତିଶଗଡ଼ରେ ୧୯୩, ଗୁଜରାଟରେ ୧୨୫, କର୍ଣ୍ଣାଟକରେ ୧୧୬ ଜଣଙ୍କ ମୃତ୍ୟୁ ହୋଇଛି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ପଜିଟିଭ୍‌ଙ୍କ ସଂଖ୍ୟା ୧କୋଟି ୫୯ଲକ୍ଷ ୩୦ହଜାର ୯୬୫ରେ ପହଞ୍ଚିଛି। ଆକ୍‌ଟିଭ୍‌ କେସ୍‌ ୨୨ଲକ୍ଷ ୯୧ହଜାର ୪୨୮ ଥିବାବେଳେ ଏପର୍ଯ୍ୟନ୍ତ ୧ଲକ୍ଷ ୮୪ହଜାର ୬୫୭ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.