ଦେଶରେ ବେଲଗାମ୍‌ କରୋନା ସଂକ୍ରମଣ: ୨୪ଘଣ୍ଟାରେ ପ୍ରାୟ ୪୭ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ, ୨୭୫ମୃତ

ନୂଆଦିଲ୍ଲୀ: ଦେଶରେ ବେଲଗାମ୍‌ କରୋନା ସଂକ୍ରମଣ। ୨୪ଘଣ୍ଟାରେ ପ୍ରାୟ ୪୭ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ଗୋଟିଏ ଦିନରେ ୪୭ହଜାର ୨୬୨ ଆକ୍ରାନ୍ତ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୧୭ଲକ୍ଷ ୩୪ହଜାର ୫୮କୁ ବୃଦ୍ଧି ପାଇଛି।

ସେହିପରି ୨୪ଘଣ୍ଟାରେ ୨୭୫ ଜଣଙ୍କ ଜୀବନ ଯାଇଛି। ଏପର୍ଯ୍ୟନ୍ତ ମୋଟ କରୋନାରେ ପ୍ରାଣ ହରାଇଥିବା ମୃତକଙ୍କ ସଂଖ୍ୟା ୧ଲକ୍ଷ ୬୦ହଜାର ୪୪୧ରେ ପହଞ୍ଚିଛି। ୧କୋଟି ୧୨ଲକ୍ଷ ୫ହଜାର ୧୬୦ଜଣ ଆରୋଗ୍ୟ ହୋଇସାରିଲେଣି। ଆକ୍‌ଟିଭ୍‌ କେସ୍‌ ରହିଛି ୩ଲକ୍ଷ ୬୮ହଜାର ୪୫୭ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.