ରାଜ୍ୟରେ ପୁଣି ନୂଆ ୭୯ କରୋନା ପଜିଟିଭ୍‌ ଚିହ୍ନଟ, ନୂଆ ଜିଲ୍ଲା ଭାବେ ସୋନପୁର ହେଲା ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ ପୁଣି ନୂଆ ୭୯ କରୋନା ପଜିଟିଭ୍‌ ଚିହ୍ନଟ। ଏହାକୁ ମିଶାଇ ୧୫୦୦ ପାରି କରିଛି ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଭିତରୁ କଟକରେ ସର୍ବାଧିକ ୧୬ଜଣ ପିଜିଟିଭ୍‌ ବାହାରିଛନ୍ତି। ଏହାସହ ବଲାଙ୍ଗିରରୁ ୧୪ଜଣ ଆକ୍ରାନ୍ତ ରହିଛନ୍ତି ।

ସେହିପରି ଗଞ୍ଜାମରୁ ୫,ଯାଜପୁରରୁ ୨,ବାଲେଶ୍ବରରୁ ୪,ଖୋର୍ଦ୍ଧାରୁ ୪, ପୁରୀରୁ ୪, କେନ୍ଦ୍ରାପଡାରୁ ୬, ନୟାଗଡରୁ ୩, ଅନୁଗୁଳରୁ ୧, କେନ୍ଦୁଝରରୁ ୮,କନ୍ଧମାଳରୁ ୭,ଢେଙ୍କାନାଳରୁ ୩, ଝାରୁସୁଗୁଡା ଜଣେ ଚିହ୍ନଟ ହୋଇଛନ୍ତି। ନୂଆ ଜିଲ୍ଲା ଭାବେ ସୋନପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ମୋଟ ୭୯ ଆକ୍ରାନ୍ତଙ୍କ ମଧ୍ୟରୁ ୭୧ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିବାବେଳେ ୮ଜଣ ସ୍ଥାନୀୟ ଅଞ୍ଚଳର। ସୂଚନା ଥାଉକି, ରାଜ୍ଯରେ ୨୯ଟି ଜିଲ୍ଲାକୁ କରୋନା ବ୍ଯାପି ସାରିଥିବାବେଳେ ଆଉ ଗୋଟିଏ ଜିଲ୍ଲା ବାକି ରହିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.