ବିଗୁଡୁଛି କରୋନା ସ୍ଥିତି: ଆଜିଠୁ ଗୁଜରାଟର ୪ ଓ ମଧ୍ୟପ୍ରଦେଶର ଦୁଇ ସହରରେ ନାଇଟ୍‌ କର୍ଫ୍ୟୁ

କେନ୍ଯୁଜ୍: ଲେଉଟୁଛି କରୋନା, ବିଗୁଡୁଛି ସ୍ଥିତି । ମହାରାଷ୍ଟ୍ରରେ ଦ୍ୱିତୀୟ ସଂକ୍ରମଣର ଲହର ଆରମ୍ଭ ହୋଇଥିବା କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ନାଗପୁରରେ ଲକଡାଉନ୍‌ ଲାଗିଥିବା ବେଳେ ଗୁଜରାଟକୁ ଫେରିଛି ନାଇଟ୍‌ କର୍ଫ୍ୟୁ । ଆଜିଠୁ ଗୁଜରାଟରେ ୪ଟି ମେଟ୍ରୋ ସହର ଅହମ୍ମଦାବାଦ, ଭଦୋଦରା, ସୁରଟ ଓ ରାଜକୋଟରେ ଲାଗିବ ରାତ୍ରିକାଳୀନ କଟକଣା । ମାର୍ଚ୍ଚ ୩୧ ଯାଏ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଚାଲିବ।

ସେହିଭଳି ମଧ୍ୟପ୍ରଦେଶ ଭୋପାଳ ଓ ଇନ୍ଦୋରରେ ଆଜିଠୁ ନାଇଟ କର୍ଫ୍ୟୁ ଲଗାଯାଇଛି । ରାଜ୍ୟର ୮ ସହରରେ ରାତି ୧୦ଟାରେ ଦୋକାନ ବଜାର ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ହୋଲି ପର୍ବ ପାଳନ ଉପରେ ରୋକ ଲଗାଇଛନ୍ତି ମଧ୍ୟପ୍ରଦେଶ ସରକାର । ପଞ୍ଜାବ ରୂପନଗର ଜିଲ୍ଲାରେ ମଧ୍ୟ ରାତ୍ରକାଳିନ କର୍ଫ୍ୟୁ ଲାଗିଛି । ସଂକ୍ରମଣ ବଢୁଥିବାରୁ କଟକଣା ପୁଣି କଡ଼ାକଡ଼ି ହେଲାଣି । ମୁମ୍ବାଇ ସହରରେ ଓ୍ଵାର୍କ ଫ୍ରମ ହୋମ୍‌ ବ୍ୟବସ୍ଥା ଲାଗୁ କରାଯାଇଛି ।

lockdownମହାରାଷ୍ଟ୍ରରେ ୫୦ ପ୍ରତିଶତ କ୍ଷମତାରେ ଚାଲିବ ସିନେମା ହଲ୍‌, ମଲ୍‌ ଓ ରେଷ୍ଟୁରାଣ୍ଟ । ବିଭିନ୍ନ ସଭାସମିତି ଉପରେ ଲାଗିଲା କଟକଣା । ବାହାଘରରେ ୫୦ରୁ ଅଧିକ ଲୋକ ଏକାଠି ହୋଇ ପାରିବେ ନାହିଁ । ଗାଇଡଲାଇନ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ । ଟ୍ରାକିଂ ଆଉ ଟେଷ୍ଟିଂ ବଢ଼ାଇବାକୁ ମହାରାଷ୍ଟ୍ର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ। କେନ୍ଦ୍ରୀୟ ଟିମ୍‌ର ସ୍ଥିତି ଆକଳନ ଆଧାରରେ ସାବଧାନ କରାଇ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.