ପୁଣି ରାଜ୍ୟରେ ୨୧ କରୋନା ସଂକ୍ରମିତଙ୍କ ଗଲା ଜୀବନ, ମୃତ୍ୟୁସଂଖ୍ୟା ୮୭୭୫କୁ ବୃଦ୍ଧି

ଭୁବନେଶ୍ୱର: ପୁଣି ରାଜ୍ୟରେ ୨୧ କରୋନା ସଂକ୍ରମିତଙ୍କ ଗଲା ଜୀବନ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୭୭୫କୁ ବୃଦ୍ଧି ପାଇଛି।


ସୂଚନା ଅନୁଯାୟୀ, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାରୁ ସର୍ବାଧିକ ୩ ଜଣ ଲେଖାଏଁ ମୃତକ ଅଛନ୍ତି। ଅପରପକ୍ଷରେ ସୁନ୍ଦରଗଡ଼, ବାଲେଶ୍ବର ଓ କଟକ ଜିଲ୍ଲାର ଦୁଇ ଜଣ ଲେଖାଏଁ  କୋଭିଡ ସଂକ୍ରମିତ ପ୍ରାଣ ହରାଇଛନ୍ତି। ଏଣେ ଭଦ୍ରକ, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ନୂଆପଡ଼ା, ପୁରୀ ଓ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ ମୃତକ ଅଛନ୍ତି।

ଏମାନଙ୍କ ମଧ୍ୟରେ ୭ ଜଣ ମହିଳା ଅଛନ୍ତି। ଏଣେ ସୁନ୍ଦରଗଡ଼ର ଏକ ୩ ମାସର ଶିଶୁପୁତ୍ର ଓ ୯ ବର୍ଷର ବାଳକ ମୃତ୍ୟୁବରଣ କରିଥିବା ଜଣାଯାଇଛି। ଖୋର୍ଦ୍ଧା ଜିଲ୍ଲାୁରୁ ଜଣେ ମାତ୍ର ସଂକ୍ରମିତଙ୍କ ମୃତ୍ୟୁ ରାଜଧାନୀବାସୀଙ୍କୁ କିଛିଟା ଆଶ୍ବସ୍ତି ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.