ଦେଶରେ ପୁଣି ବଢିବ କି ଲକ୍‌ଡାଉନ୍‌ ? ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ମୋଦି, ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀଙ୍କ ପାଖରେ କିଏ କଣ ଦାବି ରଖିଲେ

ନୂଆଦିଲ୍ଲୀ: ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଲୋଚନା । ଭିଡିଓ କନଫରେନ୍ସିଂରେ ହୋଇଛି ଆଲୋଚନା । ମାସ୍କ ପିନ୍ଧି ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । କରୋନା ସଂକ୍ରମଣ ରୋକିବାକୁ ଦେଶବ୍ୟାପୀ ଜାରି କରାଯାଇଥିବା ୨୧ ଦିନିଆ ଲକ୍‌ଡାଉନ୍‌ ଅବଧି ବୃଦ୍ଧି ଆଲୋଚନାର ମୁଖ୍ୟ ଏଜେଣ୍ଡା ଥିବା ସୂଚନା ମିଳିଛି ।

ଆସନ୍ତା ୧୪ ତାରିଖରେ ୨୧ ଦିନିଆ ଲକ୍‌ଡାଉନ୍‌ ଅବଧି ଶେଷ ହେଉଛି । ଏହି ଅବଧି ବୃଦ୍ଧି କରିବା ପାଇଁ ଅନେକ ରାଜ୍ୟ ସମର୍ଥନ କରିଛନ୍ତି । ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏପ୍ରିଲ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରିଛି । ସେହିପରି ପଞ୍ଜାବ ସରକାର ମଧ୍ୟ ମେ’ ୧ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବଢାଇଛନ୍ତି ।

modiଏପଟେ ୩୦ତାରିଖ ଯାଏ ଲକଡାଉନ ବଢାଇବାକୁ ଦାବି କରିଛନ୍ତି ଦିଲ୍ଲୀ ସିଏମ ଅରବିନ୍ଦ କେଜି୍ରଓ୍ଵାଲ । ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ କାଲି ଭିତରେ ପ୍ରଧାନମନ୍ତ୍ରୀ ଲକ୍‌ଡାଉନ୍‌ ଅବଧି ବୃଦ୍ଧି ନେଇ ଘୋଷଣା କରିପାରନ୍ତି । କରୋନା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ତୃତୀୟ ଥର ପାଇଁ ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।

 ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀଙ୍କ ପାଖରେ କିଏ କଣ ଦାବି ରଖିଲେ :

cm-ପିପିଇ ଓ ମେଡିସନ୍‌ରେ ଜିଏସଟି ଛାଡ କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

-ଜିଡ଼ିପିର ୬ ପ୍ରତିଶତ ଖର୍ଚ୍ଚ କରିବାକୁ ଦାବି କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହାସହ ରାଜ୍ୟ ଗୁଡିକୁ ଆର୍ଥିକ ପ୍ୟାକେଜ ଓ ଏମଏସଏମଇ କ୍ଷେତ୍ରକୁ ରହାତି ଦିଆଯାଉ ବୋଲି କହିଛନ୍ତି ମମତା ।

-ଆଂଶିକ ଲକ୍‌ଡାଉନ୍‌ ଉଠାଯାଉ ବୋଲି କହିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ।

-ଫସିରହିଥିବା ଶ୍ରମିକଙ୍କ ପାଇଁ ରେଳବାଇ ପକ୍ଷରୁ ନନଷ୍ଟପ୍‌ ଟ୍ରେନ ଚଳାଚଳ କରିବାକୁ ଦାବି କରିଛି କେରଳ । ଇନକମ୍‌ ସପୋର୍ଟ ସ୍କିମ୍‌ ବା ରୋଜଗାର ସହାୟକ ଯୋଜନା ୩ ମାସ ପାଇଁ ଦାବି କରାଯାଇଛି ।

-ଶିଳ୍ପସଂସ୍ଥା ଗୁଡିକ କାର୍ଯ୍ୟକ୍ଷମ କରାଯାଉ ବୋଲି କହିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।

-ଦିଲ୍ଲୀର ରେଭିନ୍ୟୁ କଥା ଉଠାଇଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.