ଗତ ୧୨ ଦିନ ମଧ୍ୟରେ ଦେଶରେ ଦୈନିକ ସଂକ୍ରମଣ ହାର ଦ୍ୱିଗୁଣିତ: ଆଜି ଦିନକରେ ୨ଲକ୍ଷ ୭୩ ହଜାର ୮୧୦ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ସାଂଘାତିକ ହେଉଛି କରୋନା ସ୍ଥିତି । ସଂକ୍ରମଣ ସହ ବଢୁଛି ମୃତ୍ୟୁ ସଂଖ୍ୟା । ଦେଶରେ ଦିନକରେ ୨ଲକ୍ଷ ୭୩ ହଜାର ୮୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ କରୋନାରେ ୧୬୧୯ ଜଣଙ୍କ ମୃତ୍ୟୁ ହୋଇଛି । ଲଗାତର ପଞ୍ଚମ ଦିନରେ ୨ ଲକ୍ଷ ଉପରେ ପଜିଟିଭ୍‌ ଆସୁଛି । ଏବେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୫୦ଲକ୍ଷ ୬୧ହଜାର ୯୧୯ରେ ପହଞ୍ଚିଛି । ଆକ୍ଟିଭ୍‌ କେସ୍‌ ୧୯ଲକ୍ଷ ୨୯ ହଜାର ୩୨୯ ଥିବା ବେଳେ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୭୮ହଜାର ୭୬୯ ହେଲାଣି ।

ଅନ୍ଯପଟେ ଗତ ୧୨ ଦିନ ମଧ୍ୟରେ ଦେଶରେ ଦୈନିକ ସଂକ୍ରମଣ ହାର ଦ୍ୱିଗୁଣିତ ହୋଇଛି । ୮ ପ୍ରତିଶତରୁ ୧୬.୭ ପ୍ରତିଶତକୁ ବଢିଛି ଦୈନିକ ସଂକ୍ରମଣ ହାର । ଛତିଶଗଡ଼ରେ ରହିଛି ୩୦.୩ ୨ ପ୍ରତିଶତ । ସେହିପରି ଦେଶରେ ଏକ ମାସ ମଧ୍ୟରେ ସପ୍ତାହିକ ପଜିଟିଭ୍‌ ରେଟ୍‌ ୩ ପ୍ରତିଶତରୁ ୧୩.୫ ପ୍ରତିଶତ ବୃଦ୍ଧି ପାଇଛି । ଏପ୍ରିଲ ୧୧ରୁ ୧୭ ତାରିଖ ମଧ୍ୟରେ ଛତିଶଗଡ଼ ବ୍ୟତୀତ ଗୋଆ, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଲଦାଖରେ ସଂକ୍ରମଣ ବଢିଛି । ଗୋଆ, ମହାରାଷ୍ଟ୍ର ଓ ରାଜସ୍ଥାନରେ ସପ୍ତାହିକ ପଜିଟିଭ୍‌ ରେଟ୍‌ ୨୦ ପ୍ରତିଶତରୁ ଅଧିକ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.