ଭୁବନେଶ୍ବର: ଫେବ୍ରୁଆରୀ ୧୪ରୁ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଦ୍ୱିତୀୟ ଡୋଜ୍ । ଜାନୁଆରୀ ୧୬ରେ ପ୍ରଥମ ଡୋଜ୍ ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ । ଫେବ୍ରୁଆରୀ ୧୦ ସୁଦ୍ଧା ରାଜ୍ୟର ସମସ୍ତ ୩ ଲକ୍ଷ ୫୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ ଟିକା ଦେବା ଲାଗି ସରକାର ଲକ୍ଷ ରଖିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଯେଉଁ ୧ ଲକ୍ଷ ୯୨ ହଜାର ଟିକାକରଣ କରାଯିବା ଲକ୍ଷ୍ୟ ରଖାଯାଇଥିଲା ତାହା ଆଜି ସମ୍ପୂର୍ଣ୍ଣ ହୋଇପାରେ ।
ଏ ପର୍ଯ୍ୟନ୍ତ ୧ ଲକ୍ଷ ୫୨ ହଜାର ୩୫୧ ଜଣଙ୍କୁ ଟିକାକରଣ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ କୋଭିଡ ଯୋଦ୍ଧାଙ୍କର ଡାଟାବେସ ପ୍ରସ୍ତୁତ ହେଉଛି । କେତେ କୋଭିଡ ଯୋଦ୍ଧା ପଞ୍ଜିକୃତ କରିଛନ୍ତି ଆଜି ରାତି ୧୨ଟା ପରେ ଜଣାପଡିବ । ନଗର ଉନ୍ନୟନ, ଗୃହ ଏବଂ ରାଜସ୍ୱ ବିଭାଗ କର୍ମଚାରୀ ଏଥିରେ ସାମିଲ ହେବେ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।