ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ସେଠାରେ ଫସି ରହିଥିବା ଅନ୍ୟ ରାଜ୍ୟର ଶ୍ରମିକଙ୍କୁ ଦିଆଯିବ ୧୨ କେଜି ଲେଖାଏ ଚାଉଳ ସହ ଆର୍ଥିକ ସହାୟତା

ତେଲେଙ୍ଗାନା: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ତେଲେଙ୍ଗାନାରେ ଫସି ରହିଥିବା ଅନ୍ୟ ରାଜ୍ୟର ଶ୍ରମିକଙ୍କୁ ଦିଆଯିବ ୧୨ କେଜି ଲେଖାଏ ଚାଉଳ । ଏହାସହ ମିଳିବ ଆର୍ଥିକ ସହାୟତା । ଏଭଳି ସମୟରେ କେହି ନିଜ ରାଜ୍ୟକୁ ଯିବାକୁ କୁହନ୍ତୁ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ସେମାନଙ୍କ ପାଇଁ ରାଜ୍ୟ ସରକାର ରହିବା ଖାଇବା ବ୍ୟବସ୍ଥା ଯୋଗାଉଛନ୍ତି । ତେଲେଙ୍ଗାନାରେ କୌଣସି ଅସୁବିଧା ହେବନାହିଁ । ସେମାନଙ୍କ ପାଇଁ ନିଜେ ମୁଖ୍ୟମନ୍ତ୍ରୀ ଅଛନ୍ତି ବୋଲି କହିଛନ୍ତି ।

ଯଦି କୌଣସି ଅସୁବିଧା ହେଉଛି ତାହେଲେ ଜିଲ୍ଲାପାଳ ଓ ସ୍ଥାନୀୟ ପୋଲିସକୁ ଜଣାନ୍ତୁ । ଶ୍ରମିକମାନେ ରାଜ୍ୟରେ ବିକାଶରେ କାମ କରୁଛନ୍ତି, ସେମାନଙ୍କ ଦାୟିତ୍ୱ ତେଲେଙ୍ଗାନା ସରକାରଙ୍କର । ଏଭଳି ସମୟରେ ନିର୍ଭୟରେ ଏଠାରେ ରୁହନ୍ତୁ । ପରିସ୍ଥିତି ସୁଧୁରିବା ପରେ ସେମାନଙ୍କ ରାଜ୍ୟକୁ ଛାଡିବା ବ୍ୟବସ୍ଥା ତେଲେଙ୍ଗାନା ସରକାର କରିବେ ବୋଲି କହିଛନ୍ତି କେସିଆର । ତେଲେଙ୍ଗାନାରେ ଅନେକ ଓଡ଼ିଆ ଫସି ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.