ଦେଶରେ ପୁଣି ୨ ଲକ୍ଷ ୯୪ ହଜାର ନୂଆ ପଜିଟିଭ୍‌ ଚିହ୍ନଟ, ଆଜି ପର୍ଯ୍ୟନ୍ତ ହେଉଥିବା ଦୈନିକ ସଂକ୍ରମଣରେ ଏ ସଂଖ୍ୟା ବିଶ୍ୱରେ ଦ୍ୱିତୀୟ

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ମୁହାଁ । ଗତ ୨୪ ଘଣ୍ଟାେରେ ଦେଶରେ ୨ ଲକ୍ଷ ୯୪ ହଜାର ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜି ପର୍ଯ୍ୟନ୍ତ ହେଉଥିବା ଦୈନିକ ସଂକ୍ରମଣରେ ଏ ସଂଖ୍ୟା ବିଶ୍ୱରେ ଦ୍ୱିତୀୟ । ଜାନୁଆରୀ ୮ ତାରିଖରେ ଆମେରିକାରେ ୩ ଲକ୍ଷ ୭ ହଜାର ୫୭୦ ପଜିଟିଭ ଚିହ୍ନଟ ହୋଇଥିଲେ । ଗତ ୨୪ ଘଣ୍ଟାରେ ମୃତ୍ୟୁସଂଖ୍ୟା ୨୦୦୦ ପାର୍‌ କରିଛି । ମହାମାରୀ ଆରମ୍ଭରୁ ଏପର୍ଯ୍ୟନ୍ତ ମୃତ୍ୟୁସଂଖ୍ୟା କେବେ ୨୦୦୦ ଛୁଇଁନଥିଲା ।

ପ୍ରଥମ ୱେଭ୍‌ରେ ସେପ୍ଟେମ୍ବର ୧୭ ତାରିଖରେ ଦୈନିକ ସଂକ୍ରମଣ ୯୮ ହଜାର ୭୯୫ ହୋଇଥିଲା । ସେହିଭଳି ଦେଶରେ ପଜିଟିଭିଟି ହାର ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ମଙ୍ଗଳବାର ଦେଶରେ ପଜିଟିଭିଟି ହାର ୧୯% ଥିଲା। ଏହାକୁ ଦେଖିଲେ ଖୁବଶୀଘ୍ର ଦୈନିକ ସଂକ୍ରମଣ ୩ ଲକ୍ଷ ଟପିବ ବୋଲି ଆଶଙ୍କା କରାଯାଉଛି। ଦିଲ୍ଲୀରେ ପଜିଟିଭିଟି ହାର ୩୨ ପ୍ରତିଶତ ରହିଛି ।

positiveଗତ ୨୪ ଘଣ୍ଟାରେ ୨ ହଜାର ୨୧ ଜଣ ପ୍ରାଣ ହରାଇଛନ୍ତି । ମହାରାଷ୍ଟ୍ରରେ ୫୧୯, ଦିଲ୍ଲୀରେ ୨୭୭, ଛତିଶଗଡ଼ରେ ୧୯୧ ଓ ଉତ୍ତରପ୍ରଦେଶରେ ୧୬୨ ଜଣଙ୍କ ମୃତ୍ୟୁ ହୋଇଛି । ପ୍ରଥମ ଥର ପାଇଁ ୬ଟି ରାଜ୍ୟରେ ୧୦୦ ଉପରେ ରହିଛି ମୃତ୍ୟୁସଂଖ୍ୟା । ଏପ୍ରିଲ ମାସରେ ଦେଶରେ ଏପର୍ଯ୍ୟନ୍ତ ୩୪ ଲକ୍ଷ କରୋନା ସଂକ୍ରମଣ ଚିହ୍ନଟ ହୋଇସାରିଛନ୍ତି । ଯାହାକି ରେକର୍ଡ । ଗତ ସାତ ଦିନ ମଧ୍ୟରେ ବାହାରିଛନ୍ତି ୧୭ ଲକ୍ଷ ୪୦ ହଜାର ପଜିଟିଭ୍‌ । ମଙ୍ଗଳବାର ୧୫ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ରେକର୍ଡ ସଂଖ୍ୟକ ଦୈନିକ ସଂକ୍ରମଣ ଦେଖିବାକୁ ମିଳିଛି। ଦିଲ୍ଲୀରେ ୨୮ ହଜାର ୩୯୫, କର୍ଣ୍ଣାଟକ ୨୧ହଜାର ୭୯୪, କେରଳରେ ୧୯ ହଜାର ୫୭୭, ଗୁଜରାଟରେ ୧୨ ହଜାର ୨୦୬, ରାଜସ୍ଥାନରେ ୧୨ ୨୦୧ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.