କରୋନା ମାଡରେ ବଜାର ସ୍ଥିତି ଅଣାୟତ୍ତ: ହୁ ହୁ ହୋଇ ବଢୁଛି ପନିପରିବା ଦର, ଲକ୍‌ଡାଉନ୍‌ ଯୋଗୁ ଚାଷୀଙ୍କ ପାଖରୁ କିଣି ପାରୁ ନାହାନ୍ତି ବେପାରୀ

ଭୁବନେଶ୍ବର: କରୋନା ମାଡରେ ବଜାର ସ୍ଥିତି ଅଣାୟତ୍ତ । ହୁ ହୁ ହୋଇ ବଢୁଛି ତେଜରାତି ଓ ପନିପରିବା ଦର । ବଜାରରେ କମ ସଂଖ୍ୟକ ଦୋକାନ ଖୋଲା ରହୁଥିବା ବେଳେ ଅଧିକ ସଂଖ୍ୟାରେ ଖାଉଟିଙ୍କ ଭିଡ ଜମୁଛି । ଜିନିଷର ଅଭାବ ଥିବାରୁ କିଛି ବ୍ୟବସାୟୀ ଚଢା ଦରରେ ଜିନିଷ ବିକ୍ରୀ କରୁଛନ୍ତି । ବଜାର ଦର ନିୟନ୍ତ୍ରଣ ପ୍ରତି କାହାରି ନିଘା ନାହିଁ । ବଜାର ଭିଡକୁ ଦେଖି ପାଇକାରୀ ବଜାରରେ ଖାଉଟିଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯିବା ପରେ ବଜାର ଉପରେ ଏହାର ପ୍ରଭାବ ପଡିଛି ।

RICEସବୁଠୁ ଅଧିକ ପ୍ରଭାବ ପଡିଛି ଚାଉଳ ଉପରେ । ଚାଉଳ କ୍ୱିଣ୍ଟାଲ ପିଛା ଶହେ ଟଙ୍କା ବଢିଛି । ସେହିପରି ଆଳୁ କିଲୋ ୩୦ ଓ ପିଆଜ କିଲୋ ପ୍ରତି ୪୦ ଟଙ୍କାରେ ବିକ୍ରୀ ହେଉଛି । ବାଇଗଣ ୫୦, କଲରା ୬୦, ଜହ୍ନି ୪୦ ଓ ଅମୃତଭଣ୍ଡା ୩୦ ଟଙ୍କାରେ ବିକ୍ରୀ ହେଉଛି । ସେହିପରି ତେଜରାତୀ ସାମଗ୍ରୀ ଦର ମଧ୍ୟ ବଢିଛି । ଅଧିକାଂଶ ସାମଗ୍ରୀ କିଲୋ ପିଛା ଦର ୫ରୁ ୧୦ ଟଙ୍କା ପର୍ଯ୍ୟନ୍ତ ବଢାଯାଇଛି । ଫଳରେ ସାଧାରଣ ଲୋକ ହଇରାଣ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.