ଅଲ୍‌ଲୁ ଅୁର୍ଜନଙ୍କ ପାଇଁ ଭଏସ ଦେଲେ ଶ୍ରେୟସ ତଲପଡେ, ସେୟାର କଲେ ‘ପୁଷ୍ପା ଦ ରାଇଜ’ର ଟ୍ରେଲର

ସାଉଥ ସୁପରଷ୍ଟାର ଅଲ୍‌ଲୁ ଅର୍ଜୁନଙ୍କ ଅପକମିଂ ଫିଲ୍ମ ‘ପୁଷ୍ପା ଦ ରାଇଜ’ର ଟ୍ରେଲର ରିଲିଜ ହୋଇସାରିଛି। ଫିଲ୍ମରେ ଅଲ୍‌ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ ମଧ୍ୟରେ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି। ଦର୍ଶକଙ୍କୁ ଏହି ଫିଲ୍ମର ଟ୍ରେଲର ବହୁତ ପସନ୍ଦ ଆସିଛି। ଟ୍ରେଲରରେ ଅଲ୍‌ଲୁ  ଅର୍ଜୁନଙ୍କ ଜବରଦସ୍ତ ଆକ୍ଟିଂ ଦେଖିବାକୁ ମିଳିଛି।

‘ପୁଷ୍ପା ଦ ରାଇଜ’ ଫିଲ୍ମ ଫ୍ୟାନ୍‌ ଇଣ୍ଡିଆର ପ୍ରଥମ ପ୍ରୋଜେକ୍ଟ। ଯାହାକୁ ଦକ୍ଷିଣ ଭାଷା ବ୍ୟତୀତ ହିନ୍ଦୀ ଭାଷାରେ ମଧ୍ୟ ରିଲିଜ କରାଯିବ। ଫିଲ୍ମର ହିନ୍ଦୀ ଟ୍ରେଲର ପାଇଁ ଫ୍ୟାନ୍ସ ବହୁତ ଉତ୍ସୁକ ରହିଥିଲେ। ଏବେ ମେକର୍ସ ଏହାକୁ ରିଲିଜ କରିଛନ୍ତି। ଏହି ଫିଲ୍ମର ହିନ୍ଦୀ ଟ୍ରେଲରରେ ଅଲ୍‌ଲୁ ଅର୍ଜୁନଙ୍କ ଭଏସ ଓଭର ବଲିଉଡ ଅଭିନେତା ଶ୍ରେୟସ ତଲପଡେ କରିଛନ୍ତି। ଶ୍ରେୟସ ନିଜେ ନିଜ ଟ୍ଵିଟର ଆକାଉଣ୍ଟରେ ଏହାକୁ ସେୟାର କରି ଲେଖିଛନ୍ତି, ‘ ଭାରତର ସବୁଠାରୁ ଦମଦାର ଏବଂ ଷ୍ଟାଇଲିଶ ଅଭିନେତାଙ୍କ ଭଏସ ଓଭର ଦେଇ ବହୁତ ଖୁସି ଏବଂ ସମ୍ମାନିତ ମନେ କରୁଛି। ଏହା ସହିତ ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ କରିଛନ୍ତି।

ଏହି ଫିଲ୍ମରେ ଦର୍ଶକଙ୍କୁ ଜବରଦସ୍ତ ଆକ୍ସନ ସହିତ ରୋମାନ୍ସ ମଧ୍ୟ ଦେଖିବାକୁ ମିଳିବ। ରଶ୍ମିକା ଏବଂ ଅଲ୍‌ଲୁଙ୍କ ଯୋଡି ପ୍ରଥମ ଥର ପାଇଁ ନଜର ଆସିବେ। ଦୁହିଁଙ୍କୁ ବଡ ପରଦାରେ ଦେଖିବା ପାଇଁ ଫ୍ୟାନ୍ସ ଚାହିଁ ରହିଛନ୍ତି। ଫିଲ୍ମରେ ଚନ୍ଦନ କାଠ ତସ୍କରୀ ବିଷୟରେ ଦେଖାଯାଇଛି। ଆଉ ଏହି ତସ୍କରଙ୍କ ସାଙ୍ଗରେ ଅଲ୍‌ଲୁ ଅୁର୍ଜନ ଫାଇଟ କରୁଥିବା ନଜର ଆସିବେ। ଫିଲ୍ମରେ ଅଲ୍‌ଲୁ ପୁଷ୍ପା ରାଜ ଚରିତ୍ରରେ ନଜର ଆସିବେ।

ସୂଚନାଯୋଗ୍ୟ, ବଲିଉଡ ଅଭିନେତା ଅଜୟ ଦେବଗନ ସେସିଆଲ ମିଡିଆରେ ଏହି ଫିଲ୍ମର ଟ୍ରେଲର ସେୟାର କରିଛନ୍ତି। ଏହାସହିତ ଅଲ୍‌ଲୁଙ୍କୁ ଫିଲ୍ମ ପାଇଁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ସୁକୁମାର କରିଛନ୍ତି। ପୂର୍ବରୁ ସୁକୁମାର ଅଲ୍‌ଲୁଙ୍କ ସହିତ କାମ କରିସାରିଛନ୍ତି। ଫିଲ୍ମ ଆର୍ଯ୍ୟା, ଆର୍ଯ୍ୟା ୨ ଭଳି ଫିଲ୍ମରେ ଦୁହେଁ କାମ କରିସାରିଛନ୍ତି। ଫିଲ୍ମର ସଂଗୀତ ଦେବୀ ଶ୍ରୀ ପ୍ରସାଦ ମଧ୍ୟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.