୨୦୨୦ ପାଇଁ ଦାଦା ସାହେବ ଫାଲ୍‌କେ ସମ୍ମାନ ପାଇଲେ ବର୍ଷିୟାନ୍‌ ଅଭିନେତ୍ରୀ ଆଶା ପାରେଖ

କେନ୍ୟୁଜ୍(ବ୍ୟୁରୋ):ଦାଦା ସାହେବ ଫାଲ୍‌କେ ସମ୍ମାନ ପାଇଲେ ବର୍ଷିୟାନ୍‌ ଅଭିନେତ୍ରୀ ଆଶା ପାରେଖ । ବର୍ଷ ୨୦୨୦ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଦିଲ୍ଲୀର ବିଜ୍ଞାନ ଭବନ ପରିସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ତେବେ ମୋର ୮୦ତମ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ଏହି ସମ୍ମାନ ପାଇଛି। ନିଜକୁ ଗୌରାବନ୍ଵିତ ମନେ କରୁଛି ବୋଲି କହିଛନ୍ତି ଆଶା। ୬୦/୭୦ ଦଶକରେ ବଲିଉଡରେ ନିଜର ଅଭିନୟର ଯାଦୁରେ ସମସ୍ତଙ୍କୁ ବିମୋହିତ କରିଥିଲେ ଆଶା ପାରେଖ ।

ଗୋଟିଏ ପରେ ଗୋଟିଏ ସୁପର ହିଟ ସିନେମା ଦେଇ ବଲିଉଡ ସିନେମାକୁ ରୁଦ୍ଧିମନ୍ତ କରିବା ସହିତ ଦର୍ଶକଙ୍କ ହୃଦୟରେ ନିଜର ସ୍ଥାନକୁ ପକ୍କା କରିଥିଲେ । ଶିଶୁ ଭୂମିକାରେ କ୍ୟାରିଅର ଆରମ୍ଭ କରିଥିବା ଆଶା ପାରେଖ ମା’ ଚରିତ୍ର ପର୍ଯ୍ୟନ୍ତ ସବୁଥିରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ । ୧୯୯୨ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.