Below header

ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ବାବା ରାମଦେବଙ୍କ ଉପଦେଶ, ଓଲଟା ଟାଙ୍ଗି ଯୋଗ କରାଇବାକୁ ଦେଲେ ପରାମର୍ଶ

ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌ ମାମଲା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ଡ୍ରଗ୍ସ ମାମଲାରେ ହ୍ଵାଟ୍ସଆପ୍‌ ଚାଟ୍‌ରେ ବହୁ ବଡ଼ ବଡ଼ ସେଲିବ୍ରିଟିଙ୍କ ନାଁ ସାମ୍ନାକୁ ଆସିଛି। ତେବେ ଏହି ମାମଲାରେ ଏବେ ଯୋଗ ଗୁରୁ ବାବା ରାମଦେବ ବି ମୁହଁ ଖୋଲିଛନ୍ତି। ରାମଦେବ ଅଭିନେତ୍ରୀ ଦୀପିକା ପାଦୁକୋନ୍‌, ଶ୍ରଦ୍ଧା କପୁର ଓ ସାରା ଅଲ୍ଲୀ ଖାନ୍‌ଙ୍କୁ କେତେକ ପରାମର୍ଶ ଦେଇଛନ୍ତି।

ବାବା ରାମଦେବ ଡ୍ରଗ୍ସରୁ ମୁକୁଳିବା ପାଇଁ କେତେକ ଯୋଗ କରିବାକୁ ଉପଦେଶ ଦେଇଛନ୍ତି। ସେ କହିଛନ୍ତି ବଲିଉଡ୍‌ର ସାରା ଅଲ୍ଲୀ ଖାନ୍‌, ଦୀପିକା ପାଦୁକୋନ୍‌, ଶ୍ରଦ୍ଧା କପୁରଙ୍କୁ ସକାଳୁ ଓଲଟା ଟାଙ୍ଗି ଶୀର୍ଷାସନ କରାନ୍ତୁ। ରାମଦେବ ଦାବି କରିଛନ୍ତି ଏହି ଯୋଗ କରିବା ପରେ ସେମାନେ ନିଶା ଛାଡ଼ି ଦେବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯୋଗ ଜରୁରୀ।

deepika

ସେ ବଲିଉଡ୍‌ କଳାକାରଙ୍କୁ କହିଛନ୍ତି ଆପଣଙ୍କୁ ଲୋକମାନେ ରୋଲ ମଡେଲ ଭାବେ ମାନନ୍ତି। ଏଣୁ ଏଭଳି କିଛି ବି କାମ କରନ୍ତୁ ନାହିଁ ଯାହା ଲୋକଙ୍କ ବିଶ୍ୱାସ ଭାଙ୍ଗିଦେବ। ରାମଦେବ ଆହୁରି ମଧ୍ୟ କହିଛନ୍ତି ଯେଉଁମାନେ ଭୁଲ କରିଛନ୍ତି ସେମାନଙ୍କୁ ଦଣ୍ଡ ମିଳିବା ଜରୁରୀ। ସେ କୁମ୍ଭମେଳାରେ ଗଞ୍ଜେଇ ପିଉଥିବା ସାଧୁଙ୍କୁ ବି ଦଣ୍ଡ ଦେବାକୁ କହିଛନ୍ତି। ଗଞ୍ଜେଇ ପିଉଥିବା ଲୋକ କେବେ ବି ସାଧୁ ହୋଇପାରିବ ନାହିଁ ବୋଲି କହିଛନ୍ତି ରାମଦେବ। ସେ ଦାବି କରିଛନ୍ତି ଯେ ଯୋଗ ମାଧ୍ୟମରେ ସେ ଲକ୍ଷ ଲକ୍ଷ ଲୋକଙ୍କୁ ରୋଗମୁକ୍ତ ତଥା ନିଶାମୁକ୍ତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.