ସୁସ୍ଥ ହେଉଛନ୍ତି ଓଲିଉଡ୍‌ ଷ୍ଟାର ବାବୁସାନ, ଆସନ୍ତାକାଲି ହୋଇ ପାରନ୍ତି ଡିସଚାର୍ଜ

ଭୁବନେଶ୍ୱର (କେନ୍ୟୁଜ୍‌) : ଫିଲ୍ମ ପ୍ରମୋସନରେ ଯାଇ ଅସୁସ୍ଥ ହୋଇ ପଡ଼ିଥିବା ଓଲିଉଡ୍‌ ଷ୍ଟାର ବାବୁସାନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅନେକ ସୁଧାର ଆସିଛି । ପୂର୍ବ ଅପେକ୍ଷା ସେ ଅଧିକ ସୁସ୍ଥ ଅନୁଭବ କରୁଛନ୍ତି । ସୂଚନା ଅନୁଯାୟୀ ସେ ଆସନ୍ତାକାଲି ହସପିଟାଲରୁ ଡିସଚାର୍ଜ ହୋଇ ପାରନ୍ତି ।

ନିକଟରେ ବାବୁସାନ ତାଙ୍କର ନୂଆ ଫିଲ୍ମ ‘ଦମନ’ର ପ୍ରମୋସନ୍‌ ପାଇଁ ଲଦାଖ ଯାଇଥିଲେ । ସେଠାରେ ତାଙ୍କ ଦେହ ଖରାପ ହୋଇଥିଲା । ଏମିତିକି ତାଙ୍କର ଅକ୍ସିଜେନ୍‌ କମି ଯାଇଥିଲା ଓ ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ ।

ତେବେ ସେ ଭୁବନେଶ୍ୱର ଫେରି ଆସିବା ପରେ ତାଙ୍କୁ ତୁରନ୍ତ ଏଠାକାର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ପ୍ରାୟ ତିନି ଚାରି ଦିନ ହେଲା ସେ ଚିକିତ୍ସାଧୀନ ଅଛନ୍ତି । ଅବଶ୍ୟ ବାବୁସାନ ଡାକ୍ତରଖାନା ବେଡ୍‌ରେ ଶୋଇଥିବାର ଏକ ଫଟୋ ଭାଇରାଲ ହେବା ପରେ ତାଙ୍କ ଅସୁସ୍ଥତା ବିଷୟରେ ଜଣାପଡ଼ିଥିଲା । ଯଦିଓ ବାବୁସାନଙ୍କର ନିକଟତମ ସୂତ୍ରରୁ ତାଙ୍କ ଅସୁସ୍ଥତା ବିଷୟରେ ଜଣାପଡ଼ିଥିଲା ତେବେ ଏପର୍ଯ୍ୟନ୍ତ ସେ ନିଜେ କିମ୍ବା ତାଙ୍କ ପରିବାର ତରଫରୁ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.