କୁକୁଡ଼ା ସହ କାହିଁକି ସମୟ ବିତାଉଛନ୍ତି ଅଭିନେତା ଧର୍ମେନ୍ଦ୍ର ?

ମୁମ୍ବାଇ: ବଲିଉଡ଼ର ହି ମ୍ଯାନ୍ ଧର୍ମେନ୍ଦ୍ର । ୮୨ବର୍ଷୀୟ ଏହି ଅଭିନେତା ଏବେ ଚଳଚ୍ଚିତ୍ରରେ କମ ନଜର ଆସିଥିବା ବେଳେ ନିଜର ପ୍ରାୟ ସମୟ ଫାର୍ମ ହାଉସରେ ବିତାଇବାକୁ ପସନ୍ଦ କରୁଛନ୍ତି।ସେ ନିକଟରେ ଏକ ଭିଡିଓ ଇନଷ୍ଟଗ୍ରାମରେ ସେୟାର କରିଥିଲେ ଯେଉଁଥିରେ ସେ ଅନେକ କୁକୁଡ଼ା ମଧ୍ୟରେ ସେ ଦେଖାଯାଇଥିଲେ ।

ଭିଡିଓରେ ସେ କୁକୁଡ଼ାମାନଙ୍କ ମଝିରେ ବସି କହୁଛନ୍ତି “ଏମାନେ ମୋର ବନ୍ଧୁ, ମୋତେ ଏମାନେ ସକାଳେ ଉଠାନ୍ତି ,ଏ ମାନେ ମୋର ଜୀବନର ଅଂଶ“। ସୋସିଆଲ ମିଡ଼ିଆରେ ଭିଡିଓକୁ ବର୍ତ୍ତମାନ ପର୍ୟ୍ୟନ୍ତ ୧ ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି। ଧର୍ମେନ୍ଦ୍ର ‘ୟମଲା ପଗଲା ଦିୱାନା’ ଫ୍ରାନସିଜର ୩ୟ ସିରିଜ ‘ ୟମଲା ପଗଲା ଦିୱାନା ଫିର ସେ’ରେ ଦୁଇ ପୁଅ ସନ୍ନି ଦେଓଲ ଓ ବବି ଦେଓଲଙ୍କ ସହ ବହୁ ଶୀଘ୍ର ନଜର ଆସିବେ। ଫିଲ୍ମଟିର ଟ୍ରେଲର ରିଲିଜ ହୋଇଥିବା ବେଳେ ୧୫ ଅଗଷ୍ଟରେ ଏହା ରିଲିଜ ହେବ।

 

A post shared by Dharmendra Deol (@aapkadharam) on

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.