ଏହି କାରଣରୁ ରାଗରେ ଡୀମ୍ପଲ ଛାଡି ଦେଇଥିଲେ ରାଜେଶ ଖାନ୍ନାଙ୍କ ଘର, ୨୭ ବର୍ଷ ଯାଏ ତାଙ୍କ ପାଖକୁ ଫେରି ନଥିଲେ

ବଲିଉଡ ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ରିଲ ଲାଇଫ ଯେପରି ଚର୍ଚ୍ଚିତ ଥିଲା ସେପରି ତାଙ୍କ ରିୟଲ ଲାଇଫ ମଧ୍ୟ | ତାଙ୍କର ବୈବାହିକ ଜୀବନ ସେତେଟା ସଫଳ ନଥିଲା | ତାଙ୍କ ଜୀବନରେ ଅନେକ ତରୁଣୀ ଆସିଥିଲେ ମଧ୍ୟ ସେ ତାଙ୍କ ଠାରୁ 15 ବର୍ଷ ସାନ ଡୀମ୍ପଲଙ୍କୁ ବିବାହ କରିଥିଲେ | ହେଲେ ମାତ୍ର ଅଳ୍ପ କେତେ ବର୍ଷ ପରେ ଡୀମ୍ପଲ ତାଙ୍କୁ ଛାଡି ଚାଲି ଯାଇଥିଲେ ଓ ଫେରିଥିଲେ 27 ବର୍ଷ ପରେ |

ବାସ୍ତବରେ ଡୀମ୍ପଲଙ୍କୁ ବିବାହ କରିବା ପୂର୍ବରୁ ବଲିଉଡ ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ଲାଇଫରେ ଥିଲେ ମଡେଲ ଅଞ୍ଜୁ ମହେନ୍ଦ୍ରୁ | ଅଞ୍ଜୁଙ୍କୁ ରାଜେଶ ବିବାହ କରିବାକୁ ଚାହୁଁଥିଲେ ହେଲେ ତାହା ସମ୍ଭବ ହୋଇ ପାରିନଥିଲା | ରାଜେଶ ଡୀମ୍ପଲଙ୍କୁ ବିବାହ କରିଥିଲେ ମଧ୍ୟ ଡୀମ୍ପଲ ତାଙ୍କ ଠାରୁ 15 ବର୍ଷ ସାନ ଥିଲେ | ଅଞ୍ଜୁଙ୍କ ସହ ବ୍ରେକ ଅପ ହେବା ପରେ ଡୀମ୍ପଲଙ୍କୁ ବିବାହ କରିଥିଲେ ରାଜେଶ ଖାନ୍ନା | ହେଲେ ଶେଷ ସମୟ ପର୍ଯ୍ୟନ୍ତ ଅଞ୍ଜୁଙ୍କ ସହ ରାଜେଶ ଖାନ୍ନାଙ୍କ ଭଲ ସମ୍ପର୍କ ରହିଥିଲା |

କୁହାଯାଏ ବିବାହର କିଛି ବର୍ଷ ପରେ ରାଜେଶ ଖାନ୍ନାଙ୍କ ସହ ଡୀମ୍ପଲଙ୍କ ଠିକ ଭାବେ ପଡୁ ନଥିଲା | ଏହାର କାରଣ କୁଆଡେ ଥିଲା ଟିନା ମୁନୀମ | ସେତେବେଳେ ରାଜେଶ ଖାନ୍ନାଙ୍କ ଲାଇଫରେ ଟିନା ମୁନୀମଙ୍କ ଏଣ୍ଟ୍ରି ହୋଇସାରିଥିଲା | ଧୀରେ ଧୀରେ ଟିନା ମୁନୀମଙ୍କ ସହ ରାଜେଶଙ୍କ ସମ୍ପର୍କ ଅଧିକ ନିକଟତର ହେଲା | ଯଦିଓ ଡୀମ୍ପଲଙ୍କ ଦୃଷ୍ଟିକୁ ଏହି ଖବର ଆସି ନଥିଲା |

ହେଲେ ବଲିଉଡରେ ଏହି ଚର୍ଚ୍ଚା ଜୋର ଧରିଲା ଯେତେବେଳେ ତାହା ଡୀମ୍ପଲଙ୍କ ଦୃଷ୍ଟିକୁ ମଧ୍ୟ ଆସିଲା | କୁହାଯାଏ ଟିନା ମୁନୀମଙ୍କ ସହ ରାଜେଶଙ୍କ ଏହି ସମ୍ପର୍କକୁ ନେଇ ଡୀମ୍ପଲ କୁଆଡେ ରାଗି ଯାଇଥିଲେ | ରାଗରେ ଡୀମ୍ପଲ ନିଜ ପିଲାଙ୍କୁ ସାଙ୍ଗରେ ଧରି ରାଜେଶଙ୍କ ଘର ଛାଡି ଚାଲି ଯାଇଥିଲେ | ଡୀମ୍ପଲ ଯିବା ପରେ ରାଜେଶ ଓ ଟିନା ମୁନୀମ ସମ୍ପର୍କ ଆହୁରି ବଢି ଯାଇଥିଲା ଓ ଉଭୟ ଲିଭି ଇନ ରିଲେସନରେ ରହିବାକୁ ଲାଗିଲେ |

ଅବଶ୍ୟ ପରେ ଉଭୟଙ୍କ ବ୍ରେକ ଅପ ହୋଇଥିଲା | ହେଲେ ଡୀମ୍ପଲ ତଥାପି ରାଜେଶଙ୍କ ପାଖକୁ ଫେରି ନଥିଲେ | ଉଭୟ ଦୀର୍ଘ 27 ବର୍ଷ ଅଲଗା ରହିଥିଲେ | ହେଲେ 2012 ରେ ଯେତେବେଳେ ରାଜେଶଙ୍କୁ କ୍ୟାନ୍ସର ହୋଇଯାଇଥିଲା, ସେତେବେଳେ ଡୀମ୍ପଲ ରାଜେଶଙ୍କ ପାଖକୁ ଆସି ତାଙ୍କର ଦେଖାଶୁଣା କରିଥିଲେ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.