ନେହା କକ୍କରଙ୍କ ରିମେନ୍ ଉପରେ ରାଗିଲେ ଫାଲଗୁନି ପାଠକ, ୯୦ ଦଶକର ଫେମସ୍ ଗୀତ ରିମେକ୍ ନେଇ ଟ୍ରୋଲ କଲେ ୟୁଜର

ସୋସିଆଲ ମିଡିଆରେ ଭାଇରାଲ ହେଉଛି ନେହା ଓ ଫାଲଗୁନି ପାଠକଙ୍କ ଫାଇଟିଙ୍ଗ ପୋଷ୍ଟ। ବର୍ତ୍ତମାନ ରିଲିଜ୍ ହୋଇଥିବା ‘ମେନେ ପାୟଲ ଜୋ ଛନକାଇ’ ରିମିକ୍ସ ଭର୍ସନ ବହୁତ ଟ୍ରୋଲ କରାଯାଉଛି। ଫାଲଗୁନି ପାଠକ୍ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। ଫାଲଗୁନି ନେହା କକ୍କରଙ୍କ ରିମେକ୍ ଉପରେ କହିଛନ୍ତି ମୁଁ ଚାହିଁଲେ ଆଇନଗତ ସହାୟତା ନେଇପାରିବି।

ଫାଲଗୁନି ସେହି ପ୍ରସିଦ୍ଧ ଗାୟକମାନଙ୍କ ମଧ୍ୟରୁ ଅନ୍ୟତମ, ଯେଉଁମାନେ ତାଙ୍କ ଉଚ୍ଚ ମୃଦୁ ସ୍ୱର ସହିତ ଅନେକ ହୃଦୟକୁ ସ୍ପର୍ଶ କରିଛନ୍ତି। ତାଙ୍କୁ ସ୍ନେହରେ ‘ଦାଣ୍ଡିଆ କୁଇନ୍’ ମଧ୍ୟ କୁହାଯାଏ ଏବଂ ପୁଣି ଥରେ ସେ ନବରାତ୍ରୀ ପୂର୍ବରୁ ନିଜର ନୂତନ ଗୀତ ସହିତ ଫେରି ଇଣ୍ଡଷ୍ଟ୍ରିକୁ ଫେରିବେ। ଫାଲଗୁନି ପାଠକ ତାଙ୍କର ନୂତନ ଗୀତକୁ ନେଇ ଉତ୍ସାହିତ ଥିବାବେଳେ ତାଙ୍କର ପୁରୁଣା ଗୀତ ପାଇଁ ସେ ଆପତ୍ତି ଉଠାଇଛନ୍ତ।

ନେହା କକ୍କରଙ୍କ ଦ୍ୱାରା ରିମେକ୍ ହୋଇଥିବା ଗୀତକୁ ସେ ଗାଇଥିଲେ। ଯାହା ସେହି ସମୟରେ ଖୁବ୍ ଫେମସ୍ ହୋଇଥିଲା। ବର୍ତ୍ତମାନ ନେହା ରିମେକ କରିଥିବା ଗୀତରେ ଅଛନ୍ତି ପ୍ରିୟଙ୍କ ଶର୍ମା, ନିଜେ ନେହା ଏବଂ ଧନଶ୍ରୀ ଭର୍ମା। ଏହି ଗୀତକୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି। ଏହା ସହିତ ଫାଲଗୁନି ମଧ୍ୟ ଏହାର ପ୍ରତିକ୍ରିୟା ଦେଇଛନ୍ତି।

ନେହାଙ୍କ ରିମିକ୍ସ ଏଡିସନରେ ଏକ ମାମଲା ଦାୟର କରିବାକୁ ଗଲଗୁଣୀଙ୍କ ପ୍ରଶଂସକମାନେ ଦାବି କରିଛନ୍ତି। ଏହି ଗୀତ ପାଇଁ ଫାଲଗୁନି ଖୁବ୍ ପ୍ରଶଂସା ସାଉଁଟିଥିଲେ। ତେବେ ରିମେକ୍ ପାଇଁ ତାଙ୍କ ଠାରୁ କୌଣସି ପରାମର୍ଶ ମଧ୍ୟ ନିଆଯାଇ ନାହିଁ ବୋଲି ସେ କହିଛନ୍ତି। ଏହି ଗୀତ ମୋ ଇମୋସନ୍ ସହିତ ଜଡିତ। ତେଣୁ ଏହାକୁ ଏପରି ରିମେନ୍ କରିବା ଭଲ କଥା ନୁହେଁ ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.