ଦୀପିକାଙ୍କ ଭିଡିଓ ଉପରେ କଙ୍ଗନା ଦେଲେ ଏପରି ମତ, ପଢନ୍ତୁ ପୂରା ଖବର

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ କିଛି ଦିନ ହେବ ଟ୍ରୋଲ୍‌ ହେବାରେ ଲାଗିଛନ୍ତି । ଯେଏନ୍ୟୁ କ୍ୟାମ୍ପସ ଯିବା ପରେ ଦୀପିକା ଅଧିକ ମାତ୍ରାରେ ଟ୍ରୋଲ୍‌ରସଙ୍କ ଶିକାର ହୋଇଛନ୍ତି । ଏନେଇ କିଛି ଦିନ ତଳେ ଦୀପିକାଙ୍କ ଏକ ଭିଡିଓ ମଧ୍ୟ ଭାଇରଲ ହୋଇଥିଲା । ଏହି ଭିଡିଓ ଭାଇରଲ ହେବା ପରେ ଫ୍ୟାନ୍ସ ମାନେ ବି ତାଙ୍କୁ ଖୁବ ସମାଲୋଚନା କରିଥିବା ଘଟଣା ମାନ ନଜରକୁ ଆସିଥିଲା । ଏନେଇ ଏବେ କଙ୍ଗନା ରାଣାବତ ବି ନିଜ ମୁହଁ ଖୋଲିଛନ୍ତି । ପ୍ରକୃତରେ ଦୀପିକା ଟିକଟକରେ ଏକ ଭିଡିଓ ମାଧ୍ୟମରେ ୟୁଜର ମାନଙ୍କୁ ଏକ ଚ୍ୟାଲେଞ୍ଜ ଦେଇଥିଲେ । ଯେଉଁଥିରେ ଦୀପିକାଙ୍କ ଅଭିନୀତ ଫିଲ୍ମ ଗୁଡିକର ତିନୋଟି ଲୁକକୁ କପି କରିବା ପାଇଁ କୁହାଯାଇଥିଲା ।

kangana

ତେଣୁ ସୋସିଆଲ ମିଡ଼ିଆ ୟୁଜର ମାନେ ତାଙ୍କ ଅଭିନୀତ ଓମ ଶାନ୍ତି ଓମ, ପିକୁ, ତଥା ନିକଟରେ ରିଲିଜ ହୋଇଥିବା ଛପାକ ଫିଲ୍ମର ଲୁକକୁ କପି କରିବାକୁ ଉଦ୍ୟମ କରିଥିଲେ । ‘ଛପାକ’ ଲୁକରେ ଜଣେ ପ୍ରଶଂସକ ଏସିଡ ପୀଡିତାଙ୍କ ସଦୃଶ ଦେଖାଯିବା ପାଇଁ ସେହିଭଳି ମେକଅପ ନେଇଥିଲେ । କିନ୍ତୁ ଏହି ଭିଡିଓ ଦର୍ଶକ ମାନେ ସେତେଟା ଗ୍ରହଣ କରି ପାରିନଥିଲେ | ଏହା ପରେ କଙ୍ଗନା କହିଥିଲେ କି ତାଙ୍କ ଭଉଣୀ ରଙ୍ଗୋଲି ମଧ୍ୟ ଜଣେ ଏସିଡ ପୀଡିତା । ଦୀପିକାଙ୍କ ଏପରି ପଦକ୍ଷେପରେ ସେ ବି ଖୁବ ଆହତ ହୋଇଥିବା କଥା କହିଛନ୍ତି । କଙ୍ଗନା ଦୀପିକାଙ୍କ ଏହି ଭିଡିଓକୁ ଅସମ୍ବେଦନଶୀଳ ବୋଲି ମଧ୍ୟ ଦର୍ଶାଇଥିଲେ ।

kangana

କଙ୍ଗନା ଏହା ମଧ୍ୟ କହିଛନ୍ତିକି ଫିଲ୍ମ ପ୍ରମୋସନ ସମୟରେ ମାର୍କେଟିଂ ଦଳ ବହୁ ଅସମ୍ବେଦନଶୀଳ କାମ ମାନ କରିବସନ୍ତି । ଏମିତି ଅସମ୍ବେଦନଶୀଳତା ପାଇଁ ଦୀପିକା ନିହାତି ରୂପେ ଭୁଲ ମାଗିବା ଆବଶ୍ୟକ । ସେ ଏହା ମଧ୍ୟ କହିଛନ୍ତିକି ଏହା କୌଣସି ମେକଅପ ଲୁକ ନୁହେଁ କାହାକୁ ବି ଏମିତି ଲୁକ ନେବା ଉଚିତ ନୁହେଁ । ଏପରି କରିବା ଦ୍ୱରା ସେହି ପୀଡିତା ମାନଙ୍କ ପ୍ରତି ଅପମାନ ହେଉଛି ବୋଲି ମଧ୍ୟ ସେ କହିଛନ୍ତି । କହି ରଖିବା ଉଚିତ କି ଦୀପିକାଙ୍କ ଏହି ସିନେମା ଗତ ଜାନୁଆରୀ ମାସ ୧୦ ତାରିଖରେ ହିଁ ପରଦା ଉପରକୁ ଆସିଥିଲା । ଏହି ଫିଲ୍ମକୁ ନେଇ ସେବେଠୁ ହିଁ ବିବାଦ ଲାଗିରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.