ବଲିଉଡ଼ କୁଇନ କଙ୍ଗନା ରଣାଓ୍ଵତଙ୍କୁ ଡେଙ୍ଗୁ। କଙ୍ଗନା ରଣାଓ୍ଵତଙ୍କ ପ୍ରଡକ୍ସନ ହାଉସ ଏନେଇ ସୂଚନା ଦେଇଛି। ଏହାକୁ ନେଇ ପ୍ରଡକ୍ସନ ହାଉସ୍ ଇନଷ୍ଟାଗ୍ରାମ ରେ ଷ୍ଟୋରୀ ସେୟାର କରିଥିଲା। ପୋଷ୍ଟରେ ପ୍ରଡକ୍ସନ ହାଉସ ଲେଖିଥିଲା ଯେ, “ଆପଣଙ୍କୁ ଡେଙ୍ଗୁ ହେବା କାରଣରୁ ହ୍ଵାଇଟ ବ୍ଲଡ ସେଲ୍ସ କମ ହେବା ପରେ ଜ୍ୱରରେ ପୀଡ଼ିତ ଥିଲେ। କିନ୍ତୁ ଏହାପରେ ମଧ୍ୟ ଆପଣ ସୁଟିଂ ସେଟକୁ ଆସି କାମ କରୁଥିଲେ। ଏହାକୁ ପ୍ୟାସନ ନୁହେଁ ବରଂ ମ୍ୟାଡନେସ କୁହନ୍ତି।”
ଏହାସହ ନେକ୍ଟ ଷ୍ଟୋରୀରେ ତାଙ୍କୁ ଗେଟ େଓ୍ଵଲ ସୁନ୍ କଙ୍ଗନା ରଣାଓ୍ଵତ ଲେଖାଯାଇଥିବାର ଦେଖିବାକୁ ମିଳିଛି।
ଏହାକୁ ଦେଖି କଙ୍ଗନା ମଧ୍ୟ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।